ହୋମ କ୍ୱାରେଣ୍ଟିନ୍‌ରେ ଥିଲେ କେମିତି ନେବେ ଦେହର ଯତ୍ନ

ମୁମ୍ବାଇ: କାହାକୁ ଛାଡ଼ୁନି କରୋନା । ବଲିଉଡ୍‌ରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସମସ୍ତ ସଚେତନତା ସତ୍ତ୍ୱେ ବଚ୍ଚନଙ୍କ ବଙ୍ଗଳାରେ ପଶିଛି କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଛି। କେବଳ ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ବଚ୍ଚନ ପରିବାରର ସମସ୍ତେ କରୋନା ଆକ୍ରାନ୍ତ।

ପଜେଟିଭ ରିପୋର୍ଟ ଆସିବା ପରେ ଅମିତାଭ ଏବଂ ଅଭିଷେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଐଶ୍ୱର୍ଯ୍ୟା, ଆରାଧ୍ୟା ହୋମ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ତେବେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହି କିପରି ଚିକିତ୍ସିତ ହେଉଛନ୍ତି ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ?

ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ୍‌ (ସିଡିସି)ର ରିପୋର୍ଟ ଅନୁଯାୟୀ, କରୋନାର ଲକ୍ଷଣ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। କେତେକ ସ୍ଥାନରେ ଲକ୍ଷଣ ଜଣାପଡ଼ୁଥିବାବେଳେ କେତେକ ସ୍ଥାନରେ ଲକ୍ଷଣ ଦେଖାଯାଏ ନାହିଁ। କେତେକ ଆକ୍ରାନ୍ତ ଗୁରୁତର ହୋଇ ପଡ଼ୁଥିବାବେଳେ କେତକ ଅଳ୍ପରେ ସୁସ୍ଥ ହୋଇଯାଆନ୍ତି। ଏହା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ୍‌ ଇମ୍ୟୁନିଟି ଉପରେ ନିର୍ଭର କରେ।

ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ରହିଲେ ସେଠିକାର ଗାଇଡ ଲାଇନ ମାନି ଚଳିବାକୁ ପଡ଼ିବ। ତେବେ ହୋମ କ୍ୱାରେଣ୍ଟିନ୍‌ରେ ରହିଲେ କିପରି ରହିବ ? କ‘ଣ ସବୁ ଗାଇଡ ଲାଇନ୍‌ ମାନିବାକୁ ପଡ଼ିବ ଆସନ୍ତୁ ଜାଣିବା।

-କ୍ୱାରେଣ୍ଟିନ ସମୟରେ ଆପଣଙ୍କୁ ଗୋଟିଏ ଘରେ ରହିବାକୁ ପଡ଼ିବ। ଏହି ଘରେ ପରିବାରର କୌଣସି ସଦସ୍ୟ ରହିବେ ନାହିଁ। ଯଦି ଆପଣଙ୍କ ଘରେ ଏପରି ସୁବିଧା ନାହିଁ ତେବେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା ଭଲ ହେବ।

-ହୋମ କ୍ୱାରେଣ୍ଟିନ ସମୟରେ ଆପଣ ନିୟମିତ ବ୍ୟବଧାନରେ ଶରୀରର ଟେମ୍ପରେଚର ଚେକ୍‌ କରାଯିବ ଏବଂ ଔଷଧ ଖାଇବାକୁ ଦିଆଯିବ। ଏହି କାମ ଆପଣଙ୍କ ପରିବାର  କେହି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି କରିପାରିବେ। ଯଦି ଘରେ ଏପରି ସୁବିଧା ମିଳି ପାରୁନି ତେବେ ତୁରନ୍ତ ଡାକ୍ତରଖାନାକୁ ସୂଚନା ଦିଅନ୍ତୁ। ଏପରି ସ୍ଥିତିରେ ଆପଣଙ୍କୁ ଡାକ୍ତରଖାନା ପକ୍ଷରୁ ନର୍ସିଂ ଷ୍ଟାଫ ସୁବିଧା ଦିଆଯିବ।

-ହୋମ କ୍ୱାରେଣ୍ଟିନ୍‌ ସମୟରେ ଯଦି ଆପଣଙ୍କ ତାପାମାତ୍ରା ନର୍ମାଲ ଆସିଯାଏ ଏବଂ ସଂକ୍ରମଣ ଲକ୍ଷଣ ଆଉ ଦେଖା ନ ଯାଏ ତଥାପି ବି ଆପଣଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ପରିବାର ଲୋକଙ୍କ ନିକଟ ସଂସ୍ପର୍ଶରେ ଆସନ୍ତୁ ନାହିଁ। କାରଣ କରୋନା ସମ୍ପର୍କିତ ନୂଆ ତଥ୍ୟରୁ ଜଣାଯାଇଛି, କରୋନା ୧୪ ଦିନ ନୁହେଁ, ମଣିଷ ଶରୀରରେ ୨୮ ଦିନ ପର୍ଯ୍ୟନ୍ତ ରୁହେ।

-ହୋମ କ୍ୱାରେଣ୍ଟିନ୍‌ରେ ରହିବା ସମୟରେ ଯଦି ଆପଣଙ୍କ ଶରୀରରେ କରୋନା ଲକ୍ଷଣ ଆଉ ଦେଖାଯାଉ ନାହିଁ କିମ୍ବା ଜ୍ୱର ଅଥବା ଅନ୍ୟ କୌଣସି ରୋଗ ଦେଖାଯାଉନି ତେବେ ବି କରୋନା ଆପଣଙ୍କ ଭିତରେ ରହିଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏପରି ପରିସ୍ଥିତିରେ ଆପଣଙ୍କଠାରୁ ଅନ୍ୟ କେହି ସଂକ୍ରମିତ ହୋଇ ପାରନ୍ତି। ତେଣୁ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ, ସୁସ୍ଥ ହେବା ପରେ ବି ଆପଣଙ୍କୁ ଡାକ୍ତରଙ୍କ ଅନୁମତି ନେଇ ପରିବାର ଲୋକଙ୍କ ସହ ମିଶନ୍ତୁ।

-ହୋମ କ୍ୱାରେଣ୍ଟିନ ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଆରାମ ଦିଅନ୍ତୁ। ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିୟମିତ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ନିଜ ଘରେ ଯୋଗ ଏବଂ ଏକ୍ସରସାଇଜ କରନ୍ତୁ। ଗରମ ପଣି ପିଇବା ଦ୍ୱାରା ଅଧିକରୁ ଅଧିକ ଲାଭ ମିଳିଥାଏ। ଫ୍ରିଜ୍‌ରେ ଥିବା ଖାଦ୍ୟ ନ ଖାଇବା ଭଲ।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like