ଗୋବରରୁ ତିଆରି ହେଉଛି ଏମିତି ସାମଗ୍ରୀ ଯାହାକୁ ଦେଖିଲେ ଆପଣ ପେଟ ପୂରିଯିବ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗୋବରକୁ ପବିତ୍ର ବୋଲି ମନାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗୋବର ନାଁ ଶୁଣିଲେ ନାକ ଟେକନ୍ତି। ହେଲେ, ଆମ ରାଜ୍ୟରେ ପୂଜାପାଠ, ହୋମ ଯଜ୍ଞ ଆଦିରେ ଗୋବର ଆବଶ୍ୟକ ହୋଇଥାଏ। ଏପରିକି ପୂଜାପାଠ, ପର୍ବପର୍ବାଣିରେ ଘର ଦ୍ୱାର ମୁହଁରେ ଗୋବର ଲିପାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୋବର ଉପରେ ବର୍ତ୍ତମାନ ସମୟରେ ରିସର୍ଚ୍ଚ ଚାଲିଛି। ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଘଟଣାଟି ପୂରା ସତ। ମିଳିଥିବା ସୂଚନା ଅନୁସାରେ,କେବଳ ଯେ, ଗୋବର ଉପରେ ରିସର୍ଚ୍ଚ ହେଉଛି ତାହା ନୁହେଁ ବରଂ ଗୋବରରୁ ଅନେକ ସାମଗ୍ରୀ ତିଆରି ମଧ୍ୟ ହେଉଛି।

ଅହମଦାବାଦରେ ବସବାସ କରୁଥିବା ୫୫ ବର୍ଷ ବୟସ୍କ ଦିବ୍ୟକାନ୍ତ ଦୁବେ ଗୋବରରେ ବିଭିନ୍ନ ଉତ୍ପାଦ ତିଆରି କରୁଛନ୍ତି। ଦୁବେ ଗତ ୮-୧୦ ବର୍ଷ ହେଲା ଗୋବର ଉପରେ କାମ କରୁଛନ୍ତି। ଦଶମ ପାସ କରିଥିବା ଦିବ୍ୟକାନ୍ତ ପେସାରେ ଜଣେ ପେଣ୍ଟର। ସାଇନବୋର୍ଡ଼ ପେଣ୍ଟ କରି, ମୂର୍ତ୍ତି ତିଆରି କରି ଜୀବନ ଜୀବିକା ନିର୍ବାହ କରନ୍ତି ଦିବ୍ୟକାନ୍ତ। ତେବେ ଦିବ୍ୟକାନ୍ତଙ୍କୁ ଗୋବର ଉପରେ ବିଭିନ୍ନ ପ୍ରକାର ରିସର୍ଚ୍ଚ ଓ ସାମଗ୍ରୀ ତିଆରି କରିବାକୁ ଭଲ ଲାଗେ ବୋଲି କହିଛନ୍ତି।

ଗୋବରରେ ତିଆରି ହେଉଛି ଜୋତା। ତେବେ ଗୋବରରୁ ଦିବ୍ୟକାନ୍ତି ଯେଉଁ ଜୋତା ନିର୍ମାଣ କରିଛନ୍ତି ତାହା ମଜବୁତ ଏବଂ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଥିବା ମଧ୍ୟ ସେ କହିଛନ୍ତି। ତେବେ ମୋଟ ଉପରେ କହିବାକୁ ଗଲେ, ଏହା କେବଳ ଯେ ସ୍ୱାସ୍ଥ୍ୟ ପାଇଁ ହିତକର ତାହା ନୁହେଁ ବରଂ ଏହା ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ମଧ୍ୟ।

ଏହାସହ ଦିବ୍ୟକାନ୍ତ କହିଛନ୍ତି ଯେ, ଗୋବରରୁ ଯେଉଁ ଚପଲ ତିଆରି ହୋଇଛି ତାହା ସ୍ୱାସ୍ଥ୍ୟ ପକ୍ଷେ ବହୁ ହିତକର। ପୁରୁଣା କାଳରେ ଲୋକେ ଗୋବର ଲିପା ଘରେ ରହୁଥିଲେ ଏବଂ ଖାଲି ପାଦରେ ଚଲାବୁଲା କରୁଥିଲେ। ଏହାର ସିଧା ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିଲା। କିନ୍ତୁ ଆଜିକା ଯୁଗରେ ଘର ଲିପିବା ସମ୍ଭବ ନୁହେଁ। କିନ୍ତୁ ଗୋବର ଚପଲ ବ୍ୟବହାର କରିବା ସମ୍ଭବ। କେବଲ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚପଲକୁ ଅଧା ଘଣ୍ଟା ଯାଏଁ ବି ପାଣିରେ ରଖିଲେ ସେ ନଷ୍ଟ ହେବନାହିଁ।

କେବଳ ଚପଲ ନୁହେଁ ବରଂ, ଦିବ୍ୟକାନ୍ତ ଗୋବରରେ ଅନେକ ପ୍ରକାରର ମୂର୍ତ୍ତି ଯଥା-ରାଧାକୃଷ୍ଣ ଓ ଗଣେଷଙ୍କ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। ଗୋବରରେ ମୂର୍ତ୍ତି ନିର୍ମାଣ କଲେ, ତାହା ପରିବେଶ ଲାଗି ଅନୁକୂଳ ସହ ଯେକୌଣସି ସ୍ଥାନରେ ଏହି ମୂର୍ତ୍ତିର ବିସର୍ଜନ ହୋଇପାରିବ। ତେଣୁ ଗୋବରରେ ମୂର୍ତ୍ତି ସେ ତିଆରି କରୁଥିବା କୁହନ୍ତି ଦିବ୍ୟକାନ୍ତ।

ସତରେ, ଗୋବରରୁ ଯେ, ଏପରି ସାମଗ୍ରୀ ତିଆରି ହୋଇପାରୁଛି ତାହା କଳ୍ପନା ବି ଆପଣ କରିନଥିବେ କିନ୍ତୁ ପ୍ରକୃତରେ ଗୋବରରୁ ହିଁ ଏହିପରି ସାମଗ୍ରୀ ତିଆରି ହୋଇପାରୁଛି।

You might also like