ତାପଙ୍ଗ ପରେ ବାଲେଶ୍ୱର, ନୀଳ ପାଣି ଦେଖିବାକୁ ଧାଉଁଛନ୍ତି ଲୋକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍‌ଫି ଉଠାଉଥିଲା ଆଉ କିଏ ସାଙ୍ଗ ସାଥୀଙ୍କ ସହ ମଜାମସ୍ତି ପାଇଁ ସେଠାରେ ପହଞ୍ଚିଯାଉଥିଲା। ନିକଟରେ ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରି ଏହି ସ୍ଥାନକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ ହୋଇଛି।

ତେବେ ତାପଙ୍ଗ ପରେ ସେମିତି ଆଉ ଏବେ ସ୍ଥାନ ସାମ୍ନାକୁ ଆସିଛି।  ବାଲେଶ୍ୱର ସହର ଠାରୁ ୨୦ କିଲୋମିଟର ଦୂର ମିତ୍ରପୁରର କେପିଏମ ମଛୁଆ ସାହି ପାଖ ଏକ ସ୍ଥାନରେ ନୀଳ ପାଣି, ପାହାଡ ଓ ପାହାଡ ଉପରେ ସବୁଜିମା ଦେଖିବାକୁ ମିଳିଛି। ହ୍ରଦର କୂଳେ କୂଳେ କାଶତଣ୍ଡି ଫୁଲ ଫୁଟିଛି। ଯାହା ସେ ସ୍ଥାନକୁ ଏକ ନିଆରା ସୌନ୍ଦର୍ଯ୍ୟରେ ଭରିଦେଉଛି। ଏହି ସ୍ଥାନକୁ ଦେଖିବାକୁ ଏବେ ସେଠାରେ ପର୍ଯ୍ୟଟକଙ୍କ ଭିଡ ଜମିଲାଣି।

ବଢୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦେଖି ଏହି ସ୍ଥାନର ବିକାଶ ପାଇଁ ପ୍ରଶାସନକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

ସେପଟେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କହିବା ଅନୁଯାୟୀ, ମିତ୍ରପୁରର ବ୍ଲୁ ଲେକ୍ ଆଜି ନୁହେଁ, ଅନେକ ଦିନରୁ ପ୍ରଶାସନର ନଜରରେ ରହିଛି।  କିନ୍ତୁ ଏଠାରେ ପୂର୍ବରୁ ପଥର ଖାଦାନ ହେଉଥିଲା। ଏଠାରେ ବଡ ବଡ ଗାତ ମଧ୍ୟ ରହିଛି। ଯେଉଁଥିପାଇଁ ଏହି ପାଣିରେ ବୋଟିଂ କରିବା ମଧ୍ୟ ବିପଦପୂର୍ଣ୍ଣ। ତେବେ ଲୋକେ ମଧ୍ୟ ଏହି ସ୍ଥାନକୁ ଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

You might also like