ଆଶ୍ଚର୍ଯ୍ୟଜନକ ଦୃଶ୍ୟ ! ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଅନେକ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ବିଭିନ୍ନ ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ନଦୀର ପାଣି ଆହୁରି ସ୍ୱଚ୍ଛ ହୋଇଯାଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍‌ଶାନ୍‌ ହୋଇଯାଇଛି। ଏସବୁ ଭିତରେ ଏକ ସମୁଦ୍ର ବେଳାଭୂମିରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ଦେଖିବାକୁ ମିଳିଛି। ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏପରି ନିଆରା ଦୃଶ୍ୟ ।

Image credit: aajtak

ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ଆବଶ୍ୟକ ନ ଥିଲେ ଲୋକମାନେ ଏବେ ଆଉ ଘରୁ ବାହାରୁ ନାହାନ୍ତି। ସନ୍ଧ୍ୟା ହେଲେ ଯେଉଁଠି ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଜମୁଥିଲା, ଏବେ ପୂରା ଶୂନ୍‌ଶାନ୍‌ ହୋଇଯାଇଛି। ଏହି ସମୟରେ, ସମୁଦ୍ରରେ ଥିବା ଜୀବମାନଙ୍କ ମଧ୍ୟରେ ଏକ ନିଆରା Bioluminescent ଘଟଣା Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି। Bioluminescentର ଅର୍ଥ କୌଣସି ଜୀବଙ୍କ ଶରୀରରୁ ଆଲୋକ ବାହାରିବାକୁ ବୁଝାଇଥାଏ।

Image credit: aajtak

ଯଦିଓ ଏହି ଘଟଣାଟି ସୋମବାର ଦିନ ଘଟିଥିବା କୁହାଯାଉଛି, ଏବେ ଏହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଜଳରେ ଥିବା ଅଣୁଜୀବମାନଙ୍କର ବାୟୋକେମିକାଲ୍ ପ୍ରତିକ୍ରିୟା ଯୋଗୁ ଏଭଳି ଘଟଣା ଘଟିଥାଏ।

Image credit: aajtak

ସମୁଦ୍ର ତରଙ୍ଗରୁ ରଙ୍ଗୀନ ଆଲୋକ ବାହାରିବା ଘଟଣା ଜଣାପଡ଼ିବା ପରେ ଲକ୍‌ଡାଉନ୍‌ ସତ୍ତ୍ୱେ ଏଭଳି ନିଆରା ଦୃଶ୍ୟ ଦେଖିବା ପାଇଁ Acapulco ସମୁଦ୍ର ବେଳାଭୂମିରେ ଅନେକ ଲୋକେ ପହଞ୍ଚି କ୍ୟମେରାରେ ଏହି ଦୃଶ୍ୟ କଏଦ କରିଥିଲେ।  ଏକ ରିପୋର୍ଟ ଅନୁଯାୟୀ, ଏଭଳି ଘଟଣା ୬୦ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ମେକ୍ସିକୋର Acapulco ଟୁରିଜିମ୍ ବୋର୍ଡ କହିଛି, Puerto Marqués ସମୁଦ୍ର ବେଳାଭୂମିରେ ଘଟିଥିବା ଏହି ଘଟଣା ଅଣୁଜୀବମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବାୟୋକେମିକାଲ୍ ପ୍ରତିକ୍ରିୟାର ଏକ ଉପାଦାନ।

Image credit: aajtak

ସୋସିଆଲ୍‌ ମିଡିଆରେ ଏଭଳି ନିଆରା ଦୃଶ୍ୟର ଫଟୋ ପୋଷ୍ଟ ହେବାପରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟସ୍‌ ଦେଇଛନ୍ତି। କିଛି ଲୋକ କହିଛନ୍ତି, ସମୁଦ୍ର କୂଳରେ ଲୋକଙ୍କ ଉପସ୍ଥିତ କମ୍‌ ଯୋଗୁ ଏଭଳି ଘଟଣା ଘଟିଛି।

You might also like