ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ।

ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି। ଏବେ ଆସନ୍ତୁ ଜାଣିବା ଅଧାରକାର୍ଡରେ ଆଉ କଣ ସବୁ ସଂଶୋଧନ କରିପାରିବେ ଓ ଏଥିପାଇଁ କଣ ନିୟମ ରହିଛି।

ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ?

– ୟୁଆଇଡିଏଆଇ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପଭୋକ୍ତା ଅଧାରକାର୍ଡରେ ନିଜ ନାଁ ମାତ୍ର ଦୁଇଥର ସଂଶୋଧନ କରିପାରିବେ।

ଆଧାରକାର୍ଡରେ ଜନ୍ମତାରିଖ କେତେଥର ଅପ୍‌ଡେଟ୍ ହେଇପାରିବ ?

-ଜନ୍ମତାରିଖ ପରିବର୍ତ୍ତନ ନିୟମକୁ ଅଧିକ କଡ଼ା କରାଯାଇଛି। ଉପଭୋକ୍ତା ଏହାକୁ ଥରେ ମାତ୍ର ସଂଶୋଧନ କରିପାରିବେ। ଏହା ଅତିରିକ୍ତ ଆଧାରପଞ୍ଜିକରଣ ବେଳେ ଦିଆଯାଇଥିବା ଜନ୍ମତାରିଖରୁ ଉପଭୋକ୍ତାଙ୍କ ବୟସ ୩ ବର୍ଷ ଅଧିକ କିମ୍ବା ୩ ବର୍ଷ କମ୍‌ ଥିବ ତେବେ ଏଥିରେ ସଂଶୋଧନ ହୋଇପାରିବ।

ଆଧାରକାର୍ଡରେ ଜେଣ୍ଡର ଅପଡେଟ୍‌- ଏହି ସୁବିଧାରେ ମଧ୍ୟ ୟୁଆଇଡିଏଆଇ ଅଙ୍କୁଶ ଲଗାଇଛି। ଉପଭୋକ୍ତା କେବଳ ଥରେ ମାତ୍ର ଏଥିର ତ୍ରୁଟି ସଂଶୋଧନ କରିପାରିବେ।

ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ସଂଶୋଧନ କରିବାକୁ ଚାହୁଁଥିଲେ-

ୟୁଆଇଡିଏଆଇ ନିର୍ଦ୍ଧାରିତ କରିଥିବା ସମୟ ସୀମା ମଧ୍ୟରୁ ଯଦି ଆପଣ ଅଧିକ ଥର ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ଏକ ବିଶେଷ ମାଧ୍ୟମ ଦେଇ ଆପଣଙ୍କୁ ଯିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇର ଆଞ୍ଚଳିକ ଶାଖାକୁ ଯାଇ ଶାଖା ଅଧିକାରୀଙ୍କ ପରାମର୍ଶ କ୍ରମେ ଆପଣ ଅଧିକଥର ସଂଶୋଧନ କରିପାରିବେ।

ଆହୁରି ପଢ଼ନ୍ତୁ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

You might also like