ଟ୍ରକ୍‌ ଚକ ମଝିରେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ସେମିତି ଏକ ଅବିଶ୍ୱସନୀୟ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଘଟଣାଟି ଘଟିଛି ଚାଇନାର ଏକ ସହରରେ। ଭିଡିଓରେ ଦେଖାଯାଉଛି ଜଣେ ମହିଳା ସ୍କୁଟି ନେଇ ଆସୁଥିବା ସମୟରେ ଏକ ଟ୍ରକ୍ ତଳକୁ ପଡ଼ିଯାଇଛନ୍ତି। ଟ୍ରକ୍‌ଟି ମଧ୍ୟ ନରହି ଆଗକୁ ମାଡ଼ିଯିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟର କଥା ଏହି ଦୁର୍ଘଟଣାରେ ମହିଳାଙ୍କ ଗାଡି ଉପରେ ଟ୍ରକ୍‌ ମାଡ଼ିଯାଇଥିବାବେଳେ ସୌଭାଗ୍ୟ ବଶତଃ ମହିଳା ଜଣଙ୍କର କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣା ପରେ ମହିଳା ଜଣଙ୍କ ଟ୍ରକ୍‌ ଚକର ମଝିରେ ରହିଯାଇଥିବାରୁ ତାଙ୍କର ଜୀବନ ରକ୍ଷା ପାଇଯାଇଛି।

People’s Daily, China ଏହି ଭିଡିଓଟିକୁ ନିଜର ଟ୍ୱିଟର୍‌ରେ ପୋଷ୍ଟ କରିଛି। ଘଟଣାଟି ସେଠାରେ ଲାଗିଥିବା ସିସିଟିଭି ଦ୍ୱାରା କଏଦ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

You might also like