୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦୀପ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଅନେକ ମନ୍ଦିର ସେମାନଙ୍କର ଚମତ୍କାର ଶକ୍ତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଉଛି, ଏଠି ତେଲରେ ନୁହେଁ ପାଣିରେ ଦୀପ ଜଳୁଛି। ଏହି ଦେବୀ ମନ୍ଦିର କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ବର୍ଷ ହେବ ଏହି ମନ୍ଦିରରେ ଏମିତି ପାଣିରେ ଦୀପ ଜଳୁଛି।

ଏଠାରେ କାମ କରୁଥିବା ପୁରୋହିତଙ୍କ କହିବା ଅନୁଯାୟୀ, ଏଠାରେ ମାତା ଦେବୀଙ୍କ ସାମ୍ନାରେ ସାଧାରଣ ତେଲ ପ୍ରଦୀପ ପ୍ରଜ୍ୱଳିତ ହୋଇଥିଲା। କିନ୍ତୁ ୯ବର୍ଷ ପୂର୍ବେ ମନ୍ଦିରର ଦେବୀ ସ୍ୱପ୍ନରେ ମନ୍ଦିର ପୁରୋହିତଙ୍କ ନିକଟକୁ ଆସିଥିଲେ ଏବଂ ଦୀପକୁ କାଳିସିନ୍ଧ ନଦୀର ଜଳରେ ଦୀପ ଜାଳିବାକୁ କହିଥିଲେ। କୁହାଯାଏ ଯେ, ଏହି ଦୀପରେ ଜଳ ରଖିବା ମାତ୍ରେ ଦୀପ ଜୋର୍‌ରେ ଜଳିଥାଏ। ଏହି ଦୀପ କେବଳ କାଲିସିନ୍ଧ ନଦୀର ଜଳରୁ ହିଁ ଜଳିଥାଏ |

ମନ୍ଦିରର ଏହି ସବୁ ବିଶେଷତ୍ତ୍ୱ ଜାଣିବା ପରେ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛୁନ୍ତି। ବହୁ ସଂଖ୍ୟକ ଲୋକ ଏଠାରେ ଥିବା ନବରାତ୍ରି ପରିଦର୍ଶନ କରନ୍ତି। କୁହାଯାଏ ଏହି ମନ୍ଦିରରେ ଯାହା ମାନସିକ କରାଯାଏ ସେସବୁ ପୂରଣ ହୁଏ। ମନ୍ଦିରର ପୁରୋହିତ ଏହା ମଧ୍ୟ କହିଛନ୍ତି ଯେ ବର୍ଷା ଋତୁରେ ଏହି ଦୀପ ଜଳୁନାହିଁ କାରଣ ବର୍ଷା ଦିନେ ନଦୀର ଜଳସ୍ତର ଉପରକୁ ଆସିଯାଏ ଏବଂ ମନ୍ଦିରକୁ ବୁଡାଇ ଦେଇଥାଏ।

 

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like