ସାପର ଦାମ୍‌ ୩ କୋଟି !

ନୂଆଦିଲ୍ଲୀ:ସାପ, ପୁଣି ତା’ର ଦାମ୍‌ ୩ କୋଟି ଟଙ୍କା ! ଏମିତି ଦାମି ସାପ କେଉଁଠି ଦେଖିଛନ୍ତି ! ଏମିତି ଏକ ଦୁର୍ଲଭ ପ୍ରଜାତିର ସାପ ବିକ୍ରି ପାଇଁ ମୂଲଚାଲ କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତିଙ୍କ ନାମ ଜୟପ୍ରକାଶ ଶର୍ମା। ପୋଲିସ ତାଙ୍କ ଠାରୁ ସାଣ୍ଡ ବୋଆ (sand-boa)ସାପ ଜବତ କରିଛି।

ସାପକୁ ବିକ୍ରି କରିବା ପାଇଁ ମୂଲଚାଲ ଚାଲିଥିବା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଏହି ସାପକୁ ୩ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ମସୁଧା ଚଲାଇଥିବା ଜଣାଯାଇଛି।

ତେବେ ସାପର ମୂଲ୍ୟ ଏତେ ଟଙ୍କା କାହିଁକି ? କାରଣ ଏହି ସାପ ଅନେକ କାମରେ ଆସିଥାଏ। ନିଶାଦ୍ରବ୍ୟଠାରୁ ଆରମ୍ଭ କରି ଦାମୀ ପର୍ଫ୍ୟୁମ୍‌ ପ୍ରସ୍ତୁତି ପାଇଁ ଏହି ସାପ ଖୋଜା ପଡ଼ିଥାଏ। ସେତିକି ନୁହେଁ, କ୍ୟାନ୍ସର ନିରୋଧକ ତଥା ସେକ୍ସ ପାୱାର ବଢାଇବା ପାଇଁ ଔଷଧ ମଧ୍ୟ ଏଥିରୁ ପ୍ରସ୍ତୁତ ହୋଇଥାଏ। ଅନ୍ତର୍ଜାତୀୟ ବଜାରରେ ଏହାର ଦାମ୍‌ ତିନି କୋଟିରୁ ଅଧିକ ଥିବା ଜଣାଯାଇଛି।

ସାଧାରଣତଃ ଏହି ସାପ ବାଲିରେ ଛପି ରହିଥାଏ ଯେଉଁଥିପାଇଁ ଏହାର ନାମ ରହିଛି ସାଣ୍ଡ ବୋଆ।

ଆନାକୋଣ୍ଡା ପରି ଏହାର ଆଖି ଏହାର ମୁଣ୍ଡର ଉପର ଭାଗରେ ଥାଏ। ବାଲି ଭିତରେ ଏହା ଏପରି ଭାବେ ଛପି ଯାଇଥାଏ ଯେ, ବାଲି ଉପରରେ କେବଳ ଏହାର ମୁଣ୍ଡ ହିଁ ଦିଶୁ ଥାଏ। ଶିକାର ପାଖକୁ ଆସିବା କ୍ଷଣି ଝାମ୍ପି ପଡ଼େ।

ଏହି ସାପ ବିଭିନ୍ନ ପ୍ରଜାତିର ଅଛନ୍ତି। ଗୋଟିଏ ପ୍ରଜାତି ଉତ୍ତର ଆମରିକା ବିଶେଷକରି ପ୍ରଶାନ୍ତ ମହାସାଗର ନିକଟରେ ରହିଥାନ୍ତି। ଅନ୍ୟଗୋଟିଏ ପ୍ରଜାତି ୟୁରୋପ, ଉତ୍ତର ଆଫ୍ରିକା ଏବଂ ଏସିଆର କିଛି ପ୍ରାନ୍ତରେ ଦେଖିବାକୁ ମିଳିଥାଏ। ଆଉ ଏକ ପ୍ରଜାତି ଆଫ୍ରିକା ଏବଂ ଭାରତରେ ମିଳିଥାଏ।

କ୍ୟାନ୍ସର ନିରାକରଣ ଔଷଧ ପ୍ରସ୍ତୁତିରେ ଏହି ସାପକୁ ବ୍ୟବହାର କରାଯାଇଥାଏ। ବିଶେଷକରି ସେକ୍ସ ସମସ୍ୟା ଜନିତ ରୋଗ ନିରାକରଣ ଔଷଧ ପ୍ରସ୍ତୁତି ପାଇଁ ଏହି ସାପକୁ ବ୍ୟବହାର କରାଯାଇଥାଏ। ଏହି ସାପର ଚମଡ଼ାରେ କସ୍‌ମେଟିକ୍ସ, ପର୍ସ, ଜ୍ୟାକେଟ ଆଦି ତିଆରି ହୋଇଥାଏ। ମାଲେସିଆରେ ଏହି ସାପକୁ ନେଇ ଏକ ଅନ୍ଧବିଶ୍ୱାସ ମଧ୍ୟ ରହିଛି। ଏଠିକାର ଲୋକଙ୍କ ଧାରଣା ଯେ, ଲାଲ୍ ବୋଆ ମଣିଷର ଭାଗ୍ୟ ବଦଳାଇଦିଏ।

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like