ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା’ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ହେବାରୁ ଜଣେ ଅସହାୟ ବାପା ତା’ର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତା’ର ୪ମାସର ଛୁଆକୁ ବିକ୍ରି କରିଦେଇଛି। ଏହି ବ୍ୟକ୍ତିଙ୍କ ନାଁ ଦୀପକ ବ୍ରହ୍ମା। ଦୀପକଙ୍କର ତିନି ଜଣ ପିଲା ଅଛନ୍ତି। ସେ ଗୁଜରାଟରେ କାମ କରୁଥିଲେ। ଲକ୍‌ଟାଉନ୍‌ ଯୋଗୁ କାମ ବନ୍ଦ ହୋଇଗଲା। ଯାହା ପରେ ସେ ଘରକୁ ଫେରି ଆସିଥିଲେ। ପାଖରେ ଯାହା ସଞ୍ଚିତ ଟଙ୍କା ଥିଲା, ତାହା ସବୁ ଖର୍ଚ୍ଚ ହୋଇଗଲା। ଯାହାଫଳରେ ଘରେ ଧୀରେ ଧୀରେ ଖାଦ୍ୟର ଅଭାବ ଦେଖାଦେଲା। ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ପରେ ଦୀପକ ବାଧ୍ୟ ହୋଇ ନିଜର ଛୁଆକୁ ବିକ୍ରି କରିଥିଲେ।

ଏନେଇ ସ୍ଥାନୀୟ ଏନ୍‌ଜିଓ ସଂସ୍ଥା କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଏନ୍‌ଜିଓ କୋକ୍ରାଝର ପୋଲିସ ସହ ଯୋଗାଯୋଗ କରି ୪ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦୀପକର ଗାଁ ଲୋକମାନେ ମଧ୍ୟ ସାହାଯ୍ୟ କରିଥିଲେ। ଶିଶୁ କନ୍ୟାକୁ କିଣିଥିବା ଲୋକ ଓ ତାଙ୍କୁ ସାହାଯ୍ୟ କରୁଥିବା ମୋଟ ତିନିଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ଏହି କାର୍ଯ୍ୟରେ ଲିପ୍ତ ଥିବା ଦଲାଲ ମଧ୍ୟ ଧରାପଡ଼ିଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like