ଆଶ୍ଚର୍ଯ୍ୟ ! ପାର୍କରେ ଲାଗିଲା ନିଆଁ, ନା ଜଳିଲା ଗଛ ନା ଚେୟାର୍‌…

ନୂଆଦିଲ୍ଲୀ: ଏକ ପାର୍କରେ ନିଆଁ ଲାଗି ଯାଇଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।  ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ।  ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନର କାଲାହୋରା ପାର୍କରେ ।

ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ନିଆଁର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟ, ସେଠାରେ ଥିବା ନା ଗଛ ନା  ଚେୟାର୍‌ କୌଣସିଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଅର୍ଥାତ୍‌ ଗଛ, ଚେୟାର୍‌କୁ ନିଆଁ ଆଦୌ ସ୍ପର୍ଶ କରୁନି।   ଏପରିକି ଘାସ ମଧ୍ୟ ଜଳୁନାହିଁ। ବରଂ ନିଆଁ ଲାଗି ଯିବା ଫଳରେ ଘାସ ଆହୁରି ସବୁଜ ହୋଇଯାଉଛି।

ଏହି ଭିଡିଓକୁ Club De Montaña Calahorra ଏହାର ଫେସ୍‌ବୁକ୍‌ ପେଜରେ ଶେଆର କରିଛି। ବହୁ ସଂଖ୍ୟକ ୟୁଜର୍ସ ଏହି ଭିଡିଓକୁ ଦେଖିଥିବାବେଳେ ଅନେକ ଏହାକୁ ଶେଆର୍‌ କରିଛନ୍ତି। ଯଦିଓ ଘଟଣାଟି ଫିଲ୍ମରେ ଘଟୁଥିବା ଦୃଶ୍ୟ ଭଳି ଲାଗୁଛି ହେଲେ ଏହା ସତ ବୋଲି କୁହାଯାଉଛି।

ଏହି ଭିଡିଓ  ସମସ୍ତଙ୍କୁ ଚକିତ କରି ଦେଇଥିବାବେଳେ ଅନେକ କମେଣ୍ଟସ୍ ଆସିଛି। ଜଣେ ୟୁଜର୍ସ ଲେଖିଛନ୍ତି ‘ଏହି ଭିଡିଓ ଦେଖିବା ପରେ ମୁଁ ପୂରାପୂରି ଚକିତ ହୋଇଯାଇଥିଲି’। ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହି ଭିଡିଓ ଦେଖିବା ଏକ ଖାସ୍‌ ଅନୁଭବ।’

You might also like