ପରିଣତ ବୟସର ବି ସେ ଷୋଳ ବୟସୀ…ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌

ବୟସ ବଢ଼ିବା ସହ ମଣିଷର ଶାରୀରିକ କାର୍ଯ୍ୟକଳାପରେ ବି ପରିବର୍ତ୍ତନ ଆସିଥାଏ । ଯେଉଁଠି ୬୦ ବର୍ଷ ବୟସ ହୋଇଗଲେ ଲୋକେ ଟିକେ କ୍ଷୀଣ ହୋଇଯାନ୍ତି । ମନରେ ଆଉ ଯୌବନର ମାଦକତା ଦେଖାଯାଇନଥାଏ । ମଜା ମଜଲିସ୍‌ ଆଦି କରିବାରୁ ମନ ଦୂରେଇ ଯାଏ । କିନ୍ତୁ ଏଠାରେ ଜଣେ ୯୩ ବର୍ଷୀୟା ବୃଦ୍ଧା ଜେଜି ମାଆଙ୍କର  କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର । ଯିଏ ଶାରୀରିକ ରୂପେ ସିନା ଦୁର୍ବଳ , କିନ୍ତୁ ମନରେ ପୁରା ଯବାନ । ଯେମିତି ଷୋଳ ବୟସୀ ।

ଏହି ବୃଦ୍ଧା ଜଣକ ନିଜର ୨୭ ବର୍ଷିୟ ନାତି ସହ ଖୁବ୍‌ ମସ୍ତି କରୁଥିବାର ନଜର ଆସିଛନ୍ତି । ନିକଟରେ ସେ ଏକ ଫଟୋ ସୁଟ୍‌ କରିଛନ୍ତି, ଯାହାକି ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

୯୩ ବର୍ଷୀୟା ଏହି ବୃଦ୍ଧାଙ୍କର ନାଁ ପାଲିନ୍‌ । ତାଙ୍କ ନାତିଙ୍କ ନାଁ ରାନ୍ସ ସ୍ମିଥ୍‌ । ସେ ଏହି ସ୍ୱତନ୍ତ୍ର ଫଟୋ ସୁଟ୍‌ କରି ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ , ମଣିଷର ବୟସ ସିନା ବଢ଼ିଯାଏ , ହେଲେ ସେ ମନରେ କେବେ ବୁଢ଼ା ହୋଇନଥାଏ । ଇନଷ୍ଟାଗ୍ରାମରେ ଜେଜି -ନାତିଙ୍କର ଏହି ଯୁଗଳ ଫଟୋ ଖୁବ୍‌ ଚର୍ଚ୍ଚିତ ହେବାରେ ଲାଗିଛି । ଏହା ଛଡ଼ା ଏହି ଫୋଟକୁ ଫେସ୍‌ବୁକ୍‌ରେ ୯୦ ଲକ୍ଷ ଲୋକ ଓ ୟୁଟ୍ୟୁବ୍‌ରେ ୮ଲକ୍ଷ ୯୨ହଜାର ଲୋକ ପସନ୍ଦ କରିଛନ୍ତି ।

ଜେଜି ମାଆଙ୍କର ଏହି ଭିନ୍ନ ଅନ୍ଦାଜର ମନୋରଂଜନ କରୁଥିବାର ଫଟୋକୁ ଦେଖିଲେ ଲାଗୁନି ଯେ ସେ ପରିଣତ ବୟସରେ ।  କେତେବେଳେ ଯୋଦ୍ଧା ବେଶରେ ଫଟୋ ଉଠାଇଛନ୍ତି ତ କେତେବେଳେ ନିଜକୁ ଫିଟ୍‌ ବୋଲି ବାୟ୍ୟାମ କରିବାର ଫଟୋ ସୁଟ୍‌ କରିଛନ୍ତି ।

 

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like