ମା’କୁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ, ୫ବର୍ଷର ପିଲା କଲା ଏମିତି ସାହସିକ କାର୍ଯ୍ୟ

ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍‌ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସାଉଥ ବେଣ୍ଡ ପୋଲିସର ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଚାରି ଜଣ ଲୋକ ଡେଭିଡଙ୍କ ଘରେ ପ୍ରବେଶ କରିଥିଲେ।  ସୋସିଆଲ ମିଡିଆରେ ଶେଆର ହୋଇଥିବା ଫୁଟେଜରେ ଜଣେ ମହିଳା, ତାଙ୍କର ଦୁଇ ପିଲାଙ୍କ ସହ ବସିଥିବା ବେଳେ ହଠାତ୍‌ ଘର ଭିତରକୁ କିଛି ଦୁର୍ବୃତ୍ତ ବନ୍ଧୁକ ଧରି ଆସିଥିବା ଦେଖିବାକୁ ମିଳିଛି।

ଏହା ପରେ ମହିଳା ଜଣଙ୍କ ହଠାତ୍‌ ତାଙ୍କ ପିଲାକୁ ଧରି ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ବନ୍ଧୁକ ଦେଖାଉଛନ୍ତି। ଏହାପରେ ୫ବର୍ଷର ଡେଭିଡ ଦୁର୍ବୃତ୍ତ ମାନଙ୍କୁ ପିଟିବାର ଦେଖିବାକୁ ମିଳିଛି।

ଭିଡିଓକୁ ସୋଶାଲ୍‌ ମିଡିଆରେ ସାଉଥ୍‌ ବେଣ୍ଡ ପୋଲିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଶେଆର କରାଯାଇଛି। ଭିଡିଓରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ପିଲାର ସାହାସକୁ ମାନିବାକୁ ପଡିବ। ଭଗବାନ୍‌ ପିଲାର ସାହାସକୁ ଏମିତି ବଜାୟ ରଖନ୍ତୁ ବୋଲି କମେଣ୍ଟରେ ଲେଖିଛନ୍ତି। ଆଉ କିଛି ଲୋକ ପିଲାକୁ ଧନ୍ୟବାଦ ଜଣାଇଛନ୍ତି।

 

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like