ସାବଧାନ ! ବର୍ଷାଦିନରେ ଏସବୁ ଭୁଲ୍‌ କରନ୍ତୁ ନାହିଁ, ଅଯଥା ରୋଗରେ ପଡ଼ିବେ

ବର୍ତ୍ତମାନ ଦେଶରେ ମୌସୁମୀର ପ୍ରବାହ ଜାରି ରହିଛି। ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ମୌସୁମୀ ବା ବର୍ଷାଦିନ ଯେତିକି ଭଲ, ସେତିକି ସଂକ୍ରମଣର ଭୟ ବି ରହିଛି। ଏହି ସମୟରେ ଚର୍ମ ଓ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ଏପଟେ କରୋନା ସଂକ୍ରମଣ ଜାରି ରହିଥିବାରୁ ଶୀରରେ କିଭଳି ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି)କୁ ବଢ଼ାଇ ହେବ ସେଥିପ୍ରତି ଧ୍ୟାନ ଦେବା ନିହାତି ଦରକାର।

ତେବେ ବର୍ଷାଦିନରେ କିପରି ଶୀରର ଯତ୍ନ ନେବେ ଓ ଇମ୍ୟୁନିଟି ବଢ଼ାଇବା ପାଇଁ କଣ ସବୁ ଖାଇବେ ଏ ସମ୍ପର୍କରେ ହେଲ୍ଥ ଏକ୍ସପର୍ଟ ଡା. ପ୍ରୀତି ନନ୍ଦ କିଛି ପରାମର୍ଶ ଦେଇଛନ୍ତି ଆସନ୍ତୁ ସେସବୁ ଜାଣିବା।

Things to do in Shimla in monsoon | Times of India Travel

 

  • ବର୍ଷାଦିନରେ ସବୁବେଳେ ଫୁଟା ପାଣି ପିଇବା ଦରକାର। ଫଳରେ ପାଣିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି। ତା’ ସାଙ୍ଗକୁ ପ୍ରତିଦିନ ସକାଳୁ ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ଚିପୁଡ଼ି ପିଇଲେ ଶରୀରେ ଥିବା ହାନିକାରକ ବିଷାକ୍ତ ପଦାର୍ଥ ବାହାରି ଯାଏ। ଶରୀରକୁ ସୁସ୍ଥ ରଖିବାକୁ ଏହା ଏକ ଉତ୍ତମ ଉପାୟ।
  •  ବର୍ଷାଦିନରେ ଲୁଣ କମ୍‌ ଖାଇବା ଦରକାର। କାରଣ ଲୁଣ ଶରୀରରେ ସୋଡ଼ିୟମ ମାତ୍ରାକୁ ବଢ଼ାଇ ଥାଏ। ଫଳରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦିଏ। ତେଣୁ ବିଶେଷତଃ ହାଇପରଟେନ୍‌ସନ୍‌, ହୃଦ୍‌ଘାତ ସମ୍ପର୍କିତ ରୋଗୀ ଓ ମଧୂମେହ ରୋଗୀଙ୍କୁ ଲୁଣ କମ୍‌ କମାଇବା ଦରକାର।13 Health And Beauty Benefits Of Jamun That Will Astonish!
  • ମୌସୁମୀ ସମୟରେ କେବଳ ସିଜନାଲ ଫଳ ଖାଇବା ଉଚିତ। ଏଥିପାଇଁ ଆପଣ ଅମୃତଭଣ୍ଡା, ସେଓ, ଡାଳିମ୍ବ, ବରକୋଳି, ଜାମୁକୋଳି ଓ ନାଶପାତି ଭଳି ଫଳ ଖାଇପାରିବେ। ଏହି ଫଳଗୁଡ଼ିକରୁ ମିଳୁଥିବା ନ୍ୟୁଟ୍ରିସନ୍‌ ଶରୀରକୁ ସଂକ୍ରମଣ ରୋଗ, ଏଲର୍ଜୀ ଓ ଅନ୍ୟ ଛୋଟ ଛୋଟ ରୋଗରୁ ରକ୍ଷା କରିଥାଏ।
  • ତେବେ ବର୍ଷାଦିନରେ ପ୍ରାୟ ସମସ୍ତେ ତେଲଛଣା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏପରି କରିବା ଭୁଲ। ବର୍ଷାଦିନରେ ଏହିସବୁ ଖାଦ୍ୟରୁ ଯେତେ ଦୂରେଇ ରହିବେ ସେତେ ଭଲ। ସିଙ୍ଗଡ଼ା, ପକୁଡ଼ି, କଚୁଡ଼ି ଆଦି ତେଲ ଛଣା ଖାଦ୍ୟ ନ ଖାଇବା ଭଲ। କାରଣ ବର୍ଷାଦିନରେ ଆମ ଶରୀର ପାଚନ ପ୍ରକ୍ରିୟା କମିଯାଇଥାଏ। ତେଣୁ ଏହିସବୁ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୁଏ ନାହିଁ।। ତେଣୁ ଏସବୁ ନ ଖାଇବା ଭଲ।Here's where you can get the best samosa-kachoris in Udaipur ...
  • ସବୁଠାରୁ ବଡ଼କଥା ହେଲା ବର୍ଷାଦିନରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଫଳ ଖାଇବା ଦରକାର। ଏଥିପାଇଁ ବୋଇତାଳୁ(କଖାରୁ), ବାଦାମ, ଖଜୁରୀ ଭଳି ଡ୍ରାଏଫ୍ରୁଟ୍ସ, ଭେଜିଟେବଲ ସୁପ୍‌, ବିଟ୍ ଓ ପନିର ଖାଇବା ଦରକାର। ଏହାଛଡ଼ା ୭ରୁ୮ ଘଣ୍ଟା ଶୋଇବା ନିହାତି ଦରକାର।All you need to know about Sleeping Positions | by Wakefit | Medium

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ରହିବ। ଜୀବନ ପ୍ରବାହ ଆନନ୍ଦମୟ ହେବ। ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ସୁସ୍ଥ ରୁହନ୍ତୁ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like