ବିନା ଅସ୍ତ୍ରୋପଚାରରେ ପ୍ରସବ ଚାହୁଁଛନ୍ତି ? ଜାଣନ୍ତୁ ଏଇ ୫ଟି ଟିପ୍ସ

ମା’ କୋଳରେ ନବଜାତ ଶିଶୁଟିଏ ଦେଖିଲେ ପ୍ରଥମ ପ୍ରଶ୍ନ ଆସିଥାଏ ସିଜରିଆନ ନା ନର୍ମାଲ ? କାରଣ ସିଜରିଆନ ଡେଲିଭରି ପାଇଁ ସମସ୍ତଙ୍କ ମନରେ ଥାଏ ଭୟ। ନର୍ମାଲ ଡେଲିଭରି ଯଦିଓ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତେବେ ଅନେକ ସମୟରେ ପରିସ୍ଥିତିରେ ପଡି ସିଜରିଆନ କରିବାକୁ ବାଧ୍ୟ ହୋଇଥାନ୍ତି।

ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସିଜରିଆନ ଡେଲିଭରିଠାରୁ ଦୂରେଇ ରହି ପାରିବା। ତେବେ ଅନେକ ସମୟରେ ଗର୍ଭାବସ୍ଥାରେ ମହିଳାଙ୍କ ଲାଇଫଷ୍ଟାଇଲ ପ୍ରସବ ଉପରେ ପ୍ରଭାବ ପକାଇଥାଏ।  ଅବଶ୍ୟ ଅନେକ ମହିଳା ଗର୍ଭ ଯନ୍ତ୍ରଣା ସହି ନ ପାରି ସିଜରିଆନ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଏହାବ୍ୟତୀତ ମାନସିକ ଚାପ, ଶାରୀରିକ ପରିଶ୍ରମ, ସମୟର ଅଭାବ, ଅନିୟମିତ ଭୋଜନ …ଏମିତି ଅନେକ କାରଣ ଯୋଗୁ ଆଜିକାଲି ନର୍ମାଲ ଡେଲିଭରି କରି ରିସ୍କ ନେବାକୁ ଚାହୁଁ ନାହାନ୍ତି । ଏସବୁ ସିଜରିଆନ ଡେଲିଭରିର ଗୋଟିଏ ଗୋଟିଏ କାରଣ।

ଗର୍ଭବତୀର ସ୍ୱାସ୍ଥ୍ୟାବସ୍ଥା, ବୟସକୁ ଦେଖି ଅନେକ ସମୟରେ ଡାକ୍ତର ସିଜରିଆନ ପାଇଁ ପ୍ରସ୍ତାବ ଦେଇଥାନ୍ତି। ହେଲେ ସିଜରିଆନ ନା ପିଲା ନା ମା’ କାହାପାଇଁ ଭଲ ନୁହେଁ। ତେଣୁ କ’ଣ କଲେ ଆମେ ସିଜରିଆନ ଡେଲିଭରିଠୁ ଦୂରେଇ ପାରିବ ଆସନ୍ତୁ ଜାଣିବା କେତୋଟି ଟିପ୍ସ।

୧-ଆଜିକାଲି ଗର୍ଭଧାରଣ ଓ ପ୍ରସବକୁ ନେଇ ଅନେକ ଭିଡିଓ ଓ ବହି ମିଳୁଛି। ଏସବୁକୁ ପଢି ପ୍ରଥମେ ଗର୍ଭଧାରଣ ଓ ସନ୍ତାନ ପ୍ରସବ ସମ୍ପର୍କିତ ଜ୍ଞାନ ଆହରଣ କରନ୍ତୁ। ତା‘ ପରେ ଡାକ୍ତରଙ୍କୁ ପଚାରି ବୁଝନ୍ତୁ। ସେହି ଅନୁସାରେ ନିଜର ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣନ୍ତୁ। 

୨-ପ୍ରେଗ୍‌ନାନ୍ସି ସମୟରେ ଗୋଟିଏ ଦିଗରୁ ମହିଳାଙ୍କ ଧ୍ୟାନ ଆଦୌ ହଟିବା ଉଚିତ୍‌ ନୁହେଁ । ଆଉ ତାହା ହେଉଛି ଖାଦ୍ୟ। ଗର୍ଭଧାରଣ ସମୟରେ କ’ଣ ଖାଇବା ଉଚିତ୍‌, ପ୍ରସବ ପରେ ଶରୀରକୁ ସୁସ୍ଥ ରଖିବା ପାଇଁ କିପରି ଖାଦ୍ୟ ପ୍ରତି ଧ୍ୟାନ ଦେବା ଦରକାର ଏ ବିଷୟରେ ସଚେତନ ହେବା ଦରକାର। ତେବେ ମନେ ରଖନ୍ତୁ, ଖାଦ୍ୟ ଉପରେ ଗୁରୁତ୍ୱ ଦେଉ ଦେଉ ଓଭର ଇଟିଂ ଯେପରି ନ କରନ୍ତି। ଯଦି ଗର୍ଭବତୀଙ୍କ ଓଜନ ବଢିଯାଏ ତେବେ ନର୍ମାଲ ଡେଲିଭର ହେବା କଷ୍ଟକର ହୋଇପଡ଼ିବ। ତେଣୁ ଡାକ୍ତର ପରାମର୍ଶ କରି ଓଜନ ବୃଦ୍ଧି ପ୍ରତି ସଚେତନ ରୁହନ୍ତୁ।

୩-ଗର୍ଭାବସ୍ଥାରେ ଶରୀର ତାପମାତ୍ରା ସାଧାରଣତଃ ବଢିଯାଏ। ଝାଳ ବି ଅଧିକ ବାହାରେ। ତେଣୁ ଏହାକୁ ଧ୍ୟାନରେ ରଖି ଯଥେଷ୍ଟ ମାତ୍ରାରେ ପାଣି ପିଅନ୍ତୁ। ଶରୀରରେ ପାଣି ରହିଲେ ପ୍ରତ୍ୟେକ ଅଙ୍ଗକୁ ଅକ୍ସିଜେନ ମିଳିଥାଏ। ଏହାଦ୍ୱାରା ନର୍ମାଲ ଡେଲିଭରି ବେଳେ ଗର୍ଭଯନ୍ତ୍ରଣା ସହିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ।

୪-ଗର୍ଭାବସ୍ଥାରେ ମହିଳାମାନେ ସାଧାରଣତଃ ବୁଲାବୁଲି କମ୍‌ କରିବା ଦରକାର-ଏମିତି ଏକ ଧାରଣା ସମସ୍ତଙ୍କ ମନରେ ଥାଏ। ହେଲେ ଏହା ଭୁଲ୍‌। ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଆପଣଙ୍କ ସ୍ୱାସ୍ଥ୍ୟ ଅନୁସାରେ କ’ଣ ଏକ୍ସରସାଇଜ କରପାରିବେ ତାହା ବୁଝନ୍ତୁ ଏବଂ ନିୟମିତ ଭାବେ ଏହା କରନ୍ତୁ। ୮ମାସ ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେଭି ଏକ୍ସରସାଇଜ କରିବା ଉଚିତ୍‌ ଯାହା ନର୍ମାଲ ଡେଲିଭରି ପାଇଁ ସାହାଯ୍ୟ କରିବ।

୫-ଚିନ୍ତା ସବୁ ରୋଗର ମୂଳ କାରଣ। ତେଣୁ ପ୍ରେଗ୍‌ନାନ୍ସି ସମୟରେ ସବୁବେଳେ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ। ଚିନ୍ତାଗ୍ରସ୍ତ ରହିଲେ ସିଜରିଆନ ହେବାର ଆଶଙ୍କା ତ ଥାଏ, ପ୍ରି-ମାଚ୍ୟୁର ଡେଲିଭରି ଆଶଙ୍କା ମଧ୍ୟ ଥାଏ। .

 

You might also like