ସାବଧାନ ! ଏହି ୫ଟି ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରେ

କରୋନା ମହାମାରୀ କାରଣରୁ ଏବେ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି। ପୂର୍ବରୁ ଯେଉଁଭଳି ଲୋକେ ନିଜ ସ୍ୱାସ୍ଥ୍ୟର ଦେଖାଶୁଣା କରୁଥିଲେ ଏବେ ସେଥିପ୍ରତି ଅଧିକ ଯତ୍ନବାନ ହେଉଛନ୍ତି। ବିଶେଷ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଖାଇବା ସହ ଭିଟାମିନ ବଟିକାର ବ୍ୟବହାର କରୁଛନ୍ତି। ତେବେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଆଳରେ ଆମେ ଖାଉଥିବା ଖାଦ୍ୟପଦାର୍ଥ ଆମର ଶକ୍ତି ହ୍ରାସ କରୁନି ତ ? ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଏହି ୫ଟି ଜିନିଷ ଠାରୁ ଦୂରେଇ ରୁହନ୍ତୁ।

  •  ଅତ୍ୟଧିକ ମଦ୍ୟପାନ କରୁଥିଲେ ସେଥିରୁ ଦୂରେଇ ରୁହନ୍ତୁ। କାରଣ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ। ଆଲକହଲ ରିସର୍ଚ୍ଚ ଜର୍ଣ୍ଣାଲର ତଥ୍ୟ ଅନୁଯାୟୀ ଅଧିକ ମଦ ପିଇବା ଦ୍ୱାରା ବହୁତ ଦିନ ପର୍ଯ୍ୟନ୍ତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସହୋଇ ରହେ।
  • ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। କିନ୍ତୁ ଜର୍ମାନର Bonn ୟୁନିଭର୍ସିଟି ରିସର୍ଚ୍ଚ ମୁତାବକ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସହୋଇଥାଏ। ଫଳରେ ହାନିକାରକ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ଶରୀରରେ ଶକ୍ତି କମ୍ ହୋଇଯାଏ।
  •  କମ୍ ଚିନି ଖାଇବା ଶରୀର ପାଇଁ ଲାଭଦାୟକ। ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ଠିକ୍ ରହେ। ଦି ଆମେରିକୀୟ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଅତି କମରେ ୧୦୦ ଗ୍ରାମ ଚିନି ଖାଆନ୍ତି, ଯାହା ଶରୀରରେ ଭ୍ୟାକ୍ଟେରିଆ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିଥାଏ।
  • ଆଣ୍ଟି-ଇନ୍‌ଫ୍ଲାମେସନ୍ କାରଣରୁ ଚା ଏବଂ କଫି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ, କିନ୍ତୁ ଅଧିକ ପରିମାଣର କଫି ଶରୀରରେ ରକ୍ତ ପ୍ରବାହକୁ ବଢ଼ାଇପାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ କରିପାରେ। ଶୋଇବାର ଛଅ ଘଣ୍ଟା ପୂର୍ବରୁ କଫି ପିଅନ୍ତୁ ନାହିଁ।
  • ଫାଇବର ହଜମ ପ୍ରକ୍ରିୟାକୁ ଭଲ ରଖେ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଅନେକ ଗବେଷକ ଦାବି କରନ୍ତି ଯେ ଫାଇବର ଓ ପ୍ରି-ବାୟୋଟିକ ପ୍ରତିରୋଧକ ପ୍ରଣାଳୀକୁ ସୁସ୍ଥ କରିଥାଏ ଏବଂ ଶରୀରକୁ ଭାଇରସରୁ ରକ୍ଷା କରିଥାଏ। ଯଥେଷ୍ଟ ପରିମାଣରେ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ। ଭଲ ନିଦ ହେବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ତେବେ ସ୍ୱାସ୍ଥ୍ୟ ସମନ୍ଧୀୟ କୌଣସି ପଦକ୍ଷେପ ନେବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ। କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like