୪୮ ବର୍ଷୀୟ ବରକୁ ୧୩ ବର୍ଷୀୟା କନ୍ୟା

ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ।

ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ।

ଅବ୍‌ଦୁଲ୍‌ ରଜ୍ଜାକ ନାମକ ଏହି ବ୍ୟକ୍ତି ଆଗରୁ ୪ଥର ବିବାହ କରିଥିଲେ। ଏହା ତାଙ୍କର ୫ମ ବିବାହ। ସେ ପେସାରେ ଜଣେ କୃଷକ।

କମ୍‌ ବୟସର ଝିଅକୁ ବିବାହ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଅବ୍‌ଦୁଲ୍‌ କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ଏବେ ସେ କୌଣସି ସନ୍ତାନ ଚାହୁଁ ନାହାନ୍ତି। ତାଙ୍କ ପତ୍ନୀଙ୍କୁ ୨୦ ବର୍ଷ ନ ହେବା ପର୍ଯ୍ୟନ୍ତ ସେ ଏ ବିଷୟରେ ଚିନ୍ତା କରିବେ ନାହିଁ। ସେ ଏବେ ତାଙ୍କ ପତ୍ନୀଙ୍କୁ ସ୍କୁଲକୁ ପଢ଼ିବା ପାଇଁ ଛାଡ଼ିବେ।

ଫିଲିପାଇନ୍ସର କିଛି ସ୍ଥାନରେ, ଏବେବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି।

 

ୟୁନାଇଟେଡ୍‌ ନେଶନ୍‌ ଚିଲ୍‌ଡ୍ରେନ୍‌ ଫଣ୍ଡର ତଥ୍ୟ ମୁତାବକ ବାଲ୍ୟ ବିବାହ ମାମଲାରେ ଏହି ଦେଶ ୧୨ ନମ୍ୱର ସ୍ଥାନରେ ରହିଛି। ଏଠାରେ ବାଲ୍ୟ ବାବାହ ସଂଖ୍ୟା ୭ ଲକ୍ଷ ୨୬ ହଜାର ପାର କରିଛି।

You might also like