କରୋନା ସମୟରେ ମହତକାମ, ୪୦୦ରୁ ଅଧିକ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କାହାଣୀ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ରେ କିଏ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଚାଲିଛି ତ କିଏ ଘର ପାଖରେ ପହଞ୍ଚି ପ୍ରାଣ ହରାଇଛି। ଅନେକ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ଆଶାଠୁ ଅଧିକ ଲୋକ ବୃତ୍ତି ହରେଇଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ସରକାର ପରସ୍ପରଠୁ ଦୂରେଇ ରହି ସାମାଜିକ ଦୂରତା ରଖିବାକୁ କହୁଛନ୍ତି। ସେତେବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ନିଜ ବିଷୟରେ ଚିନ୍ତା ନକରି କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି।

ଆସାମ ବାସିନ୍ଦା ରାମନନ୍ଦ ସରକାର। କରୋନା ମହାମାରୀ ସମୟରେ ଯେତେବେଳେ ଲୋକମାନେ ମୃତକଙ୍କୁ ଛୁଇଁବାକୁ ପଛଘୁଞ୍ଚା ଦେଉଛନ୍ତି ସେତେବେଳେ ସେ କରୋନା ମୃତକଙ୍କ ଶେଷକୃତ୍ୟ କରୁଛନ୍ତି। ଗୌହାଟି ଉଲୁବାରି ଶ୍ମଶାନରେ କାମ କରୁଥିବା ରାମ ଏଯାବତ କରୋନାରେ ପ୍ରାଣ ହରାଇଥିବା ୪୦୦ଲୋକଙ୍କ ଶବ ସଂସ୍କାର କରିସାରିଛନ୍ତି।

୪୩ ବର୍ଷୀୟ ରାମନନ୍ଦ ପରିବାରର ଆର୍ଥିକ ସଙ୍କଟ ହେତୁ ଋଣ କରିଥିଲେ। ଏହି ଋଣ ଶୁଝିବା ପାଇଁ ସେ ବହୁତ କାମ ଖୋଜିଥିଲେ। କିନ୍ତୁ କୌଣସି କାମ ତାଙ୍କୁ ମିଳି ନଥିଲା। ମଝିରେ ଆଖୁ ରସ ବିକ୍ରି କରି ସେ ପରିବାର ଚଳାଇଛନ୍ତି। ତେବେ ଦୁଇବର୍ଷ ପୂର୍ବେ ଗୌହାଟିର ଏକ ଶ୍ମଶାନ ଘାଟରେ ତାଙ୍କୁ ଚାକିରି ମିଳିଥିଲା। ଏଠାରେ ତାଙ୍କ କାମ ଥିଲା  ଲୋକଙ୍କ ଅନ୍ତିମ ସଂସ୍କାର କରିବା। ଆଉ ଏଠାରେ ସେ ମୃତ ଶରୀରରେ ନିଆଁ ଦେବାରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଏ ପର୍ଯ୍ୟନ୍ତ ସେ ୪୦୦ଲୋକଙ୍କ ଅନ୍ତିମ ସଂସ୍କାର କରି ସାରିଛି।

ରାମନନ୍ଦଙ୍କ କହିବା ଅନୁଯାୟୀ, ଗତ ଏପ୍ରିଲ୍‌ ମାସରୁ ସେ ଏଠାରେ ଲୋକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି। ଏପର୍ଯ୍ୟନ୍ତ ସେ ଯେତେ ବି ଲୋକଙ୍କୁ ଜାଳିଛନ୍ତି ସେ ସବୁ କରୋନାରେ ମୃତ। ଆଗରୁ ଦିନକୁ ୧-୨ଟି କରୋନା ମୃତକ ଆସୁଥିଲେ। ଏବେ ସେହି ଶ୍ମଶାନକୁ ୧୦-୧୨ କରୋନାରେ ମୃତ ଲୋକ ଆସୁଛନ୍ତି।

ରାମନନ୍ଦ ଆହୁରି କହିଛନ୍ତି, ଲୋକମାନେ ତାଙ୍କୁ ଘୃଣା କରନ୍ତି। କୋଭିଡ୍‌ ମୃତକଙ୍କ ଅନ୍ତିମ ସଂସ୍କାର କରୁଥିବାରୁ ଆଖପାଖ ଲୋକ ତାଙ୍କୁ ପସନ୍ଦ କରୁନାହାନ୍ତି। ହେଲେ ଯଦି ସମସ୍ତେ ଏମିତି ମାନସିକତା ରଖିବେ ତେବେ କୋଭିଡ୍‌ ମୃତକଙ୍କ ଅନ୍ତିମ ସଂସ୍କାର କରିବ କିଏ।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like