ଲଗାଣ ବର୍ଷା ସାଜିଲା କାଳ
ରାୟଗଡ଼ା : ଭାଙ୍ଗିଯାଇଛି ୪୦ ଫୁଟ୍ର କେନାଲ । ତିଅାରି ହୋଇଛି ୨୦ ଫୁଟ୍ର ଖାଇ। ଅାଡିବନ୍ଧ ପାଣିର ବଦଳିଯାଇଛି ଗତିପଥ । ଫଳରେ ପ୍ରାୟ ୪ ଏକର ଜମିରେ ମାଡିଯାଇଛି ବାଲି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ହାତିମୁଣ୍ଡା ଅାଡିବନ୍ଧରେ ଗତ ୫ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ କେନାଲ ଭାଙ୍ଗିଯାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଧାର କରଜ କରି ଜମିରେ ଧାନ ଫଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ସମସ୍ୟା ଯେମିତି ବଢାଇ ଦେଇଛନ୍ତି ଚାଷୀଙ୍କ ଚିନ୍ତା।
ଗତବର୍ଷ ବନ୍ୟାରେ ଚାଷୀଙ୍କ ଭାତ ହାଣ୍ଡି ରୂପେ ପରିଚିତ ହାତିମୁଣ୍ଡା ଅାଡିବନ୍ଧ ଭାଙ୍ଗିଯାଇଥିଲା। ଫଳରେ ଏହାଉପରେ ନିର୍ଭର କରୁଥିବା ୪ ହଜାର ହେକ୍ଟର ଜମିର ଚାଷୀ କ୍ଷତି ସହିଥିଲେ। ଏହାକୁ ନଜରରରେ ରଖି ଚଳିତବର୍ଷ ଅାଡିବନ୍ଧ ମରାମତି କାମ କରାଯାଇଥିଲା।
ତେବେ କାମ ଅତି ନିମ୍ନମାନର ହୋଇଥିବା ଲୋକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ, ମାତ୍ର କୌଣସି ପଦକ୍ଷେପ ନିଅାଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ। ଏନେଇ ପୁଣିଥରେ ମରାମତି କରି ଖରିଫ ଋତୁ ଚାଷ ପାଇଁ ପାଣି ଯୋଗାଇ ଦିଅାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ।
ଗତବର୍ଷ ବନ୍ୟାର ଦୁଃଖ ଏଯାଏ ଲିଭିନି ଚାଷୀ ମନରୁ। ଏ ମଧ୍ୟରେ ପୁଣି ଭାଙ୍ଗିଛି କେନାଲ। ବ୍ୟାପକ କ୍ଷତି ଯେମିତି ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡକୁ ।