ଏଣିକି ସପ୍ତାହକୁ ଆପଣ କରିବେ ୪ ଦିନ କାମ, ଆଉ ବାକି ୩ ଦିନ ଛୁଟି

ସଂଶୋଧନ ହୋଇପାରେ ଶ୍ରମ ଆଇନ !

ସଂଶୋଧନ ହୋଇପାରେ ଶ୍ରମ ଆଇନ !

ମାତ୍ର ୪ ଦିନ କାମ କରିବେ କର୍ମଚାରୀ !

ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି !

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

ଏଣିକି ଜଣେ ବ୍ୟକ୍ତି ସପ୍ତାହରେ ୪ ଦିନ କାମ କରିବ । ପ୍ରତ୍ୟେକ ଦିନ ସର୍ବାଧିକ ୧୨ ଘଣ୍ଟା କାମ କରିବାକୁ ହେବ । ଅନ୍ୟ ୩ ଦିନ ଛୁଟି ମିଳିବ । ତେବେ ଏନେଇ ଯୋଜନା ପ୍ରସ୍ତୁତ ମଧ୍ୟ ହେଉଛି । ଏଥିପାଇଁ ଦୈନିକ କାମର ସମୟ ସୀମା ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ହେବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର ଶ୍ରମ ସଚିବ କହିଛନ୍ତି ଯେ, କର୍ମଚାରୀଙ୍କ ପାଇଁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ନିୟମ ହେବ ।

ଏହାସହ କର୍ମଚାରୀମାନେ ନିଜର ଦୈନିକ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରିପାରିବେ। ଅର୍ଥାତ ଗୋଟିଏ ଦିନ ଜଣେ କର୍ମଚାରୀ ୧୦ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରିପାରିବେ । ଏହାସହ ସପ୍ତାହରେ ୬ ଦିନ ବଦଳରେ ୪-୫ ଦିନ କାମ୍ କରି ନିଜର ଟାର୍ଗେଟ୍ ପୂରଣ କରିପାରିବେ ।

ବର୍ତ୍ତମାନ  ସମୟରେ, କାମ କରିବାର ସମୟ ଦୈନିକ ସାଧାରଣତଃ ୮ ଘଣ୍ଟା ଥିବା ବେଳେ ୬ ଦିନ କାର୍ଯ୍ୟ ଦିବସ ରହିଛି । ଏହାସହ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳୁଛି । ତେବେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅତିଶୀଘ୍ର ଚାରୋଟି ଲେବର୍ କୋଡ୍ ନିୟମକୁ ଅନ୍ତିମ ରୂପ ଦେଇପାରେ ବୋଲି ସୂଚନା ମିଳିଛି। ତେବେ ମୋଟ ଉପରେ କହିବାକୁ ଗଲେ, ଯଦି ଶ୍ରମ ବିଭାଗ ଏପରି ଆଇନ କରିବ ଏହା ନିଶ୍ଚତ ଭାବରେ କର୍ମଚାରୀଙ୍କ ଲାଗି ଖୁସି ଖବର କିନ୍ତୁ ସାଧାରଣ ଦିନରେ ଯେଉଁମାନେ ୮ ଘଣ୍ଟା କାମ କରୁଥିଲେ ସେମାନେ ନିଜର କାର୍ଯ୍ୟ ସମୟ ବଢାଇବେ ବୋଲି ସୂଚନା ମିଳିଛି।

କାରଣ ସପ୍ତାହକୁ ମୋଟ୍‌ ୪୮ ଘଂଟା କାମ କରିବାକୁ ପଡିବ। ତେଣୁ ଆପଣ ଯଦି ସପ୍ତାହକୁ ୪୮ ଘଣ୍ଟା କାମ କରିବେଆଉ ତାହା ପୁଣି ୪ ଦିନ ମଧ୍ୟରେ, ତେବେ ଆପଣଙ୍କୁ ପ୍ରତିଦିନ ୧୨ ଘଣ୍ଟା କାମ କରିବାକୁ ପଡିବ। ଏଠାରେ ଆ ମେ ସ୍ପଷ୍ଟ ଭାବରେ କହିରଖୁଛି ଯେ, ଏହା ଆଇନରେ ପରିଣତ ହୋଇନାହିଁ କିନ୍ତୁ ଏହାକୁ ନେଇ ସରକାର ଚିନ୍ତା କରୁଥିବା ନେଇ ସୂଚନା ରହିଛି।

You might also like