ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ

ସାରା ଦେଶରେ ‘ପରାକ୍ରମ ଦିବସ’ ଭାବେ ହେଉଛି ପାଳନ

ନୂଆଦିଲ୍ଲୀ : ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଅାଜି ଦେଶ ପାଳନ କରୁଛି ପରାକ୍ରମ ପର୍ବ । ରାଜଧାନୀ ଦିଲ୍ଲୀ ସମେତ ୫୧ଟି ସହରରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ପର୍ବ ପାଳନ ପାଇଁ ଦିଲ୍ଲୀ ଇଣ୍ଡିଅା ଗେଟ୍ ସମ୍ମୁଖରେ ସେନା ଉଦ୍ଦେଶ୍ୟରେ ବିଭିନ୍ନ ସ୍ମାରକୀ ପ୍ରସ୍ତୁତ ହୋଇଛି ।

ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମଧ୍ୟ ପରାକ୍ରମ ଦିବସ ପାଳନ କରାଯାଉଛି । ଅବସରପ୍ରାପ୍ତ ସେନା ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଯବାନଙ୍କ ବଳିଦାନ ଏବଂ ବୀରତ୍ୱ ସମ୍ପର୍କରେ ଅବଗତ କରାଇବେ ।

photo -indiatvnews.com

ଗତକାଲି ମିଲିଟାରୀ ଷ୍ଟେସନରେ କୋଣାର୍କ କର୍ପସ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର  ପରାକ୍ରମ ପର୍ବ ନାମରେ ନାମିତ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ପରେ ପ୍ରଦର୍ଶିତ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ବୁଲି ଦେଖିଥିଲେ।

୨୦୧୬ ସେପଟେମ୍ବର ୨୮ ତାରିଖ ରାତିରେ ଭାରତୀୟ ସେନା ନିଜ ବୀରତ୍ୱ ପରିପ୍ରକାଶ କରିଥିଲା । ଶତ୍ରୁର ସୀମା ଭିତରେ ପ୍ରବେଶ କରି ବିଧ୍ୱଂସ କରିଥିଲା ଅାତଙ୍କୀ ଶିବିରକୁ । ଉରୀ ଆକ୍ରମଣର ବଦଲା ନେଇଥିଲେ ଯବାନ । ଯାହାପରେ ଶତ୍ରୁପକ୍ଷ ମନରେ ଛନକା ପଶିଥିଲା । ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତକୁ ଟାର୍ଗେଟ୍‌ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେଉଛନ୍ତି ଅାତଙ୍କବାଦୀ।

You might also like