• translate

Offbeat Updates

boy
ମା ସହ ଝଗଡ଼ା କରି ଦେଶ ଛାଡ଼ି ପଳାଇଲା ୧୨ବର୍ଷର ପିଲା

ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ ଝଗଡ଼ା କରି ଘରୁ ପଳାଇ ଯାଇଥିଲା। ଆଉ ତାପରେ ଯାହା କରିଛି, ତାହା ଜାଣିଲେ ଆପଣ ବିଶ୍ୱାସ କରିବେନି। ମିଳିଥିବା ସୂଚନା ଅନୁସାରେ, ସିଡ଼ିନୀରେ ରହୁଥିବା ଏହି […]

akhil
ଯବାନଙ୍କ ପାଇଲଟ୍‌ ପ୍ରୋଜେକ୍ଟ: ତିଆରି କଲେ ସୋଲାର ଫ୍ରିଜ୍‌

କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍‌ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍‌ ଶକ୍ତିରେ ନୁହେଁ ସୌର ସେଲ୍‌ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ତିଆରି କରିଛନ୍ତି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ୍‌ ଅଖିଲ୍‌ ସିଂହ ଚରକ। ଅଖିଲ୍‌ଙ୍କ କହିବାନୁସାରେ ଏହାର ଦାମ୍‌ ପାଖାପାଖି ୫୦ ହଜାର ଟଙ୍କା […]

pollution
ଆପଣଙ୍କ ଗାଡ଼ି ବାୟୁ ପ୍ରଦୂଷଣ କରୁଛି କି ? କଣ କରିବେ ଜାଣନ୍ତୁ

ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି।  ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି। ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ। ୧ – କାର୍‌ ଇଞ୍ଜିନ୍‌କୁ ଚେକ୍‌ କରନ୍ତୁ – ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍‌ ଅଧିକ […]

rukaiya
ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି। ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ […]

manipur-1
ହଜିଲା ଲୋକକୁ ପରିବାର ସହ ଭେଟେଇଲା ୟୁଟ୍ୟୁବ୍‌

ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍‌ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏମିତି ଥିଲା ପୁରା ଘଟଣା – ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ […]

FACE
ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାର ୩ଟି ଚେହେରା !

ପ୍ୟାରିସ୍ : ଜେରୋମ ହେମନ ନାମକ ଏହି ବ୍ୟକ୍ତି ଜଣକ ଏବେ ଖୁବ୍‌ ଚର୍ଚ୍ଚାରେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ପୁରା ଘଟଣାର ରହସ୍ୟ ଏବେ ଜାଣନ୍ତୁ। ଜେରୋମ୍‌ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା […]

toilet
କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]

atm
ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]

aiims
ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]

divyanka
ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ […]

love
୫୦ ବର୍ଷୀୟା ବିଧବା ମହିଳା କଲେ ପ୍ରେମ ବିବାହ

ନୂଆଦିଲ୍ଲୀ : ପ୍ରେମ କୌଣସି ବାଧା କି ବନ୍ଧନ ମାନି ନଥାଏ। ଏହା କୌଣସି ସ୍ଥାନ କାଳ ପାତ୍ର ମଧ୍ୟ ଦେଖିନଥାଏ। ପ୍ରେମ ଚିର ଶ୍ୱାଶ୍ୱତ ଓ ସତ୍ୟ। ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା। କେତେବେଳେ କାହାକୁ ପ୍ରେମ ହୋଇଯାଏ, ଏହାକେହି ଜାଣିପାରନ୍ତି ନାହିଁ। ଏହା କଳ କଲ୍ଲୋଳିନୀ ନଦୀ ପରି ହୃଦୟରୁ ହୃଦୟକୁ ବହିଯାଇଥାଏ। ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି। କୋମଲା ନାମକ ଜଣେ ବିଧବା ମହିଳା ସମାଜ , […]

tv
ଟିଭିରେ କ'ଣ ଦେଖୁଛନ୍ତି ଆପଣ, ଜାଣି ପାରିବେ ସରକାର

ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ’ଣ ସବୁ ଦେଖୁଛନ୍ତି ତା’ ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍‌ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍‌ଅପ୍‌ ବକ୍ସରେ ଏକ ଚିପ୍‌ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍‌ ବିଷୟରେ ଖବର ଦେବ ଅର୍ଥାତ ଚିପ୍‌ ଦ୍ୱାରା ଟ୍ରାକିଂ କରି ସରକାର ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଖବର ଅନୁସାରେ ଟେଲିଭିଜନ ଉପରେ କଡ଼ା ନଜର ରଖିବାକୁ […]

app
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ। ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ […]

pregnat
ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ୍‌ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁସାରେ,  ଏପ୍ରିଲ୍‌୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍‌ ଅନ୍ତର୍ଗତ ଲାର୍କାଣ […]

wonder kid
ଅଜବ ନୁହେଁ ସତ : ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ ।  ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି । ପୁରା ଘଟଣା ଏହିପରି – ତାୟନ୍ତିୟନଙ୍କ ବାପା […]

trishanit
ଅଷ୍ଟମ ଫେଲ୍‌ ଯୁବକ ସାଇବର ସିକ୍ୟୁରିଟି କମ୍ପାନୀ ସିଇଓ

କୁହାଯାଏ ନିଜର ରୁଚି ଓ ଇଚ୍ଛା ଅନୁଯାୟୀ କାମ କଲେ ସଫଳତା ନିଶ୍ଚୟ ମିଳିଥାଏ। ଏମିତି ଏକ ଉଦାହରଣ ହେଉଛନ୍ତି ତ୍ରିଶନୀତ ଅରୋରା। ଆଜି ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ସେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲ୍‌ ଡ୍ରପ୍‌ ଆଉଟ୍‌  ତ୍ରିଶନୀତ ଆଜି ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ। ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ । ତ୍ରିଶନୀତଙ୍କ ଜୀବନରେ କେମିତି […]

moon
ଚନ୍ଦ୍ରରେ ବି ହୁଏ ଭୂମିକମ୍ପ ; ଯାହା ପୃଥିବୀ ଠାରୁ ବି ଭୟଙ୍କର

ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର […]

driver
ଲଟେରି ବଦଳେଇଦେଲା ଭାଗ୍ୟ : ଡ୍ରାଇଭରରୁ ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]

leopard
ଯନ୍ତା ଭିତରେ ଫଶିଥିବା ସାଥୀଙ୍କୁ ରାତିସାରା ଜଗି ରହିଲା ମାଈ ଚିତା, ଦେଖନ୍ତୁ ଭିଡ଼ିଓ

ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା।  ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ। ଦୁଇ ଚିତାବାଘ ମଧ୍ୟରେ ପ୍ରେମ।  ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ।  ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ।  ଯନ୍ତାରୁ ପ୍ରେମିକକୁ […]

family reunites
୨୪ ବର୍ଷ ତଳେ ହଜି ଯାଇଥିଲା ଝିଅ

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି। ତେବେ ପଢ଼ନ୍ତୁ ପୂରା ଘଟଣା… ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍‌ଦୁ ସହରର। ୱାଙ୍ଗ ମିଙ୍ଗ୍‌କିଙ୍ଗ୍‌ […]

space
ହୋଟେଲ୍‌ର ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍

ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]

air
୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ […]

jio
ଜିଓର ଆଇପିଏଲ ଧମାକା ଅଫର :୨୫୧ ଟଙ୍କାରେ ୧୦୨ଜିବି , ୫୧ଦିନ

ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍‌ ପ୍ୟାକ୍‌ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି […]

sai anish
ତୁଣ୍ଡରେ ବିଭିନ୍ନ କାର୍‌ର ନାଁ

କୋରାପୁଟ: ବର୍ଣ୍ଣବୋଧ ପଢ଼ିବା ପୂର୍ବରୁ ତୁଣ୍ଡରେ ବ୍ରହ୍ମାଣ୍ଡର କଥା। ମାତ୍ର ସାଢେ ୪ବର୍ଷର ଏକ ଛୁଆର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ। ବିଚକ୍ଷଣ ପ୍ରତିଭା ସହ ଅବିଶ୍ୱସନୀୟ ସ୍ମରଣଶକ୍ତି। ଆଉ ଏଥିପାଇଁ ମିଳିଛି ବହୁତ ସମ୍ମାନ ଆଉ ସ୍ୱୀକୃତି। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… କୋରାପୁଟର ସାଇ ଅନିଶ ପଟ୍ଟନାୟକଙ୍କୁ ଏବେ ସ୍ମରଣଶକ୍ତିର ଶହନ୍‌ସାହ କୁହାଯାଉଛି। କାରଣ ଖେଳକୁଦ କରିବା ବୟସରେ ଏବେ ସେ ଜାତୀୟ ,ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି। […]

ANANDI
ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ  

  ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍‌ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ। ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ […]