• translate

Offbeat Updates

anchhal
ଚା'ବାଲା ଝିଅ ଚଳାଇବେ ଯୁଦ୍ଧ ବିମାନ

ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି।  ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର  ବାୟୁସେନାର ପରୀକ୍ଷାରେ ଅସଫଳ ହୋଇ ମଧ୍ୟ ସେ ହାର ମାନି ନଥିଲେ। ଆଉ ଶେଷରେ ଆକାଶରେ ଉଡିବା ସ୍ୱପ୍ନକୁ ସେ ସାକାର କରି ଦେଖାଇଥିଲେ। […]

ac
ସର୍ବନିମ୍ନ ଏସି ତାପମାତ୍ରା ରହିବ ୨୪ ଡିଗ୍ରୀ ସେଲସିୟସ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏସି ଜରିଆରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ କମ୍ ରଖି ହେବ ନାହିଁ । ଅର୍ଥାତ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହିଁ ରହିବ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।  ବିଜୁଳି ଖର୍ଚ୍ଚ କମ୍‌ କରିବାକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ଏସି ରଖିଥିବା ଅଧିକାଂଶ ଲୋକେ ଘର ଓ ଅଫିସର ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସରୁ କମ୍ ରଖୁଛନ୍ତି। ଏପରିକି ବେଳେ ବେଳେ ୧୫-୧୬ ଡିଗ୍ରୀ […]

saudi-2
କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି

ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର ଦରକାର ନାହିଁ କି ସାଙ୍ଗରେ ପରିବାରର ଅନ୍ୟ ପୁରୁଷ ମଧ୍ୟ ଯିବା ଦରକାର ନାହିଁ। ଏହି ମହିଳାଙ୍କୁ ଲାଗୁଛି ସତେ ଯେମିତି ସେମାନେ ସ୍ୱାଧୀନତା ପାଇଛନ୍ତି। ପାଲଟିଛନ୍ତି […]

health3
 ଏ କ’ଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା; ଭାରବାଡ଼ିରେ ବୁହାହୋଇ ରୋଗୀ ଯାଉଛନ୍ତି ହସ୍ପିଟାଲ

ନାରାୟଣପାଟଣା: ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି । ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ଠିକ୍ ସମୟରେ ସେବା ନ ପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁରେ ପୁଣି ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ରାସ୍ତା ନ ଥିବାରୁ ଅସୁସ୍ଥଙ୍କୁ ୮ କିଲୋମିଟର ରାସ୍ତା […]

kashmir
ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନର ଇତିହାସ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟପାଳ ଏନ.ଏନ. ଭୋରା ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ସେଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟପାଳ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲିସର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜ୍ୟପାଳ। ତେବେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ […]

khanudapata
ଶ୍ରୀଜୀଉଙ୍କ ପ୍ରିୟ ନୂଆପାଟଣା ଖଣ୍ଡୁଆପାଟ

ଆଠଗଡ଼: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା, ନୀଳାଦ୍ରି ବିଜେ ଭଳି ପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଖଣ୍ଡୁଆପାଟ ବସ୍ତ୍ର କାମରେ ଲାଗିଥାଏ। ଶ୍ରୀଜୀଉଙ୍କ ଏହି ସବୁ ବସ୍ତ୍ର ବୁଣିବା କାମରେ ଲାଗିଥାନ୍ତି କଟକ ଜିଲ୍ଲାର ଆଠଗଡ଼ ନୂଆପାଟଣା ଗାଁର କିଛି ପରିବାର। ମହାବାହୁଙ୍କ ଏହି ସେବା କରିବାକୁ ଏଇ ପରିବାରମାନଙ୍କୁ ସୁଯୋଗ ମିଳିଥାଏ। ପାଖେଇ ଆସୁଛି ଘୋଷଯାତ୍ରା। ତା ପୂର୍ବରୁ ଜୁନ ୨୮ ତାରିଖରେ ହେବ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା। ସେଥିପାଇଁ ମହାପ୍ରଭୁଙ୍କ ବସ୍ତ୍ର ବୁଣିବାରେ ବ୍ୟସ୍ତ […]

oldman
୭୦ବୟସରେ ଏକାକୀ ଖୋଳିଲେ ତିନି କି.ମି ଲମ୍ବର କେନାଲ

କେନ୍ଦୁଝର : ବିଶାଳ ପାହାଡ଼କୁ ଏକାକୀ ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିବାର କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲା ହିନ୍ଦୀ ଫିଲ୍ମ ‘ମାଂଝୀ ଦ ମାଉଣ୍ଟେନ୍ ମ୍ୟାନ୍’। ତେବେ ଏହି ମାଂଝୀଙ୍କ ଭଳି ଅନେକ ଉଦାହରଣ ଆମ ରାଜ୍ୟରେ ବି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ଦୈତାରୀ ନାୟକ। ବୟସ ପ୍ରାୟ ୭୦ ପାଖାପାଖି । ଘର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବୈତରଣୀ ଗାଁରେ। ହେଲେ ତାଙ୍କ ପରିଚୟ କେବଳ ଏତିକିରେ […]

raja pana
ରଜରେ ପାନର ଚାହିଦା; ଫାୟାର ପାନ ଠୁ ଆରମ୍ଭ କରି ଚକ୍ଲେଟ୍‌ କ୍ରିମ୍ ପାନ

ଭୁବନେଶ୍ୱର: ରଜରେ ପାନର ରହିଛି ସ୍ୱତନ୍ତ୍ରତା। ସତରେ ଖଣ୍ଡେ ଖିଲି ପାନ ନ ଖାଇଲେ ରଜ ସତେ ଯେମିତି ଫିକା ଲାଗେ। ରଜ ଆସିଲେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ମିଳେ।   ରଜ ପାନ ଖାଇବା ପାଇଁ ବାଲେଶ୍ୱର ସହରର ଫାଣ୍ଡି ଛକରେ ଥିବା ରଞ୍ଜନ ପାନ ଦୋକାନରେ ଲୋକଙ୍କ ଭିଡ଼ ଜମେ। ରଙ୍ଗ ବେରଙ୍ଗର ମସଲା ସହିତ କସ୍ତୁରୀ, କେଶର ଭଳି ବିଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥାଏ ପାନ। […]

angul
ଡାକ୍ତରଙ୍କ ଅଭାବରେ ଚାଲିଛି ଅନୁଗୁଳ ଜିଲ୍ଲାର ମେଡ଼ିକାଲ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଡାକ୍ତରଙ୍କ ମରୁଡ଼ି।  ଅର୍ଦ୍ଧାଧିକ ଡାକ୍ତର ପଦବୀ ଖାଲି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି।  ବହୁ ସ୍ଥାନରେ ଡାକ୍ତରଙ୍କ ଦେଖା ନ ପାଇ ନିରାଶ ହେଉଛନ୍ତି ରୋଗୀ ଅନୁଗୁଳ ଜିଲ୍ଲା ପାଇଁ ମୋଟ ୧୯୮ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୯୨ ଡାକ୍ତର ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

Lavanya das
ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଜୁଲାଇରେ ହେବାକୁ ଯାଉଛି ପ୍ରିନ୍ସ ଆଣ୍ଡ୍‌ ପ୍ରିନ୍ସେସ୍‌ ଇଣ୍ଟରନ୍ୟାସନାଲ ୨୦୧୮ ପ୍ରତିଯୋଗିତା। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଲାବଣ୍ୟ ଦାସ। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବେଶଭୂଷା ସାଙ୍ଗରେ ନିଜକୁ ବିୟୁଟି ପିଜାଣ୍ଟ ଭାବେ କ୍ୟାରିୟର କରିବାକୁ ନେଇ ଆଖିରେ ଆଖିଏ ସ୍ୱପ୍ନ।  ଦେଶ ବିଦେଶରେ ଯେଉଁଠି ଫ୍ୟାଶନ ଶୋ ପ୍ରତିଯୋଗିତାରେ ଭାଗ ନିଅନ୍ତି, ସେଠାରେ ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉପସ୍ଥାପନ କରି ସାଉଁଟିଥାନ୍ତି ଅନେକ ପ୍ରଶଂସା। […]

sai temple
ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ଫାଟ: ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ/ଭୁବନେଶ୍ୱର: ଆସ୍ଥା ଆଉ ବିଶ୍ୱାସର ଡୋର ଶିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ।ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇବାବାଙ୍କ ଥରୁଟିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି।ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ ଦେଖାଦେଇଛି ଫାଟ। ଯାହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର। ମନ୍ଦିରର ବିଭିନ୍ନ ଫାଟ ସ୍ଥାନକୁ ନିରୂପଣ କରି ଏହାର […]

mobile
ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]

bicycle day
ଆଜି ବିଶ୍ୱ ସାଇକେଲ ଦିବସ : ଦିଲ୍ଲୀରେ ସାଇକେଲ ରାଲିର ଉଦଘାଟନ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି  ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ। ଏଥିପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଥମ ଥର […]

wedding
ଦୁଲ୍‌ହାକୁ ଆଣିବା ପାଇଁ ବିବାହ ଦିନ ଏମିତି ପହଞ୍ଚିଥିଲେ ଦୁଲ୍‌ହନ୍‌

ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍‌ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍‌ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍‌ ଘଟଣା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… […]

patient-1
ଆଶ୍ଚର୍ଯ୍ୟ: ବ୍ରେନ୍‌ ସର୍ଜରୀ ବେଳେ ଗୀଟାର ବଜାଇଲେ ଯୁବକ

ବାଙ୍ଗାଲୁରୁ : ମେଡିକାଲରେ କୌଣସି ଅପରେସନ ହେବାର କଥା ଶୁଣିଲେ ନିଶ୍ଚୟ ମନରେ ଭୟ ଆସୁଥିବ। ଡାକ୍ତରମାନେ ଅପରେସନ କରୁଥିବାର ଭିଡ଼ିଓ ଦେଖିଲେ ଦେହ ଥରି ଯାଏ। ଆଉ ସବୁଠୁ କଠିନ କାମ ହୋଇଥାଏ ବ୍ରେନ୍‌ ସର୍ଜରୀ। ଏହି ସର୍ଜରୀ ବେଳେ ରୋଗୀର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥାଏ ଆଉ ବିପଦ ମଧ୍ୟ। କାରଣ ଟିକିଏ ଏପଟ ସେପଟ ହୋଇଗଲେ, ଜୀବନ ଯାଇପାରେ। କିନ୍ତୁ ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଜାଣିଲେ ଆପଣ […]

jajpur medical
ଅବ୍ୟବସ୍ଥା ମଧ୍ୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଯାଜପୁର: ୬୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୧ଜଣ ଡାକ୍ତର। ତା’ ସାଙ୍ଗକୁ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ବି ନାହିଁ। ଫଳରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିକଟରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠା ବି କାର୍ଯ୍ୟକ୍ଷମ ହୋଇନି। ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉ ବିଭିନ୍ନ ଘରୋଇ ଡାକ୍ତରଖାନା ଆଡ଼କୁ ମୁହାଉଛନ୍ତି ଏମାନେ। ଏପରିକି ବାରଣ୍ଡାରେ ଗଡ଼ୁଛନ୍ତି […]

sekh
ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ

ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ କହିଥିଲେ। ମହିଳାଙ୍କ ବ୍ଲଡ ଗ୍ରୁପ AB ପଜିଟିଭ୍ ହୋଇଥିବାରୁ ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ […]

minister
ସୌଖୀନ ନେତାଙ୍କ ଦାମୀ ଘର, ଜାଣନ୍ତୁ କେତେ କୋଟି ହେବ କାହା ଘର ?

ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ ନେତାମାନେ ଆଦୌ ପଛରେ ନାହାଁନ୍ତି। ଆସନ୍ତୁ ନଜର ପକାଇବା ଆମ ନେତାମାନଙ୍କ ସେହି ବିଳାସମୟ ବଙ୍ଗଳା ବିଷୟରେ। କଂଗ୍ରେସ ନେତା କମଲନାଥ ଏହି ନେତାଙ୍କର ଦିଲ୍ଲୀ ଫ୍ରେଣ୍ଡ […]

blood donate
ରୋଗୀଙ୍କୁ ରକ୍ତ ଦାନ କଲେ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ଏବେ ବି ବଞ୍ଚିଛି ମାନବିକତା। ରକ୍ତର ନ ହୋଇ ମଧ୍ୟ ଠିକ୍ ସମୟରେ ରକ୍ତଦାନ କରି ରକ୍ତର ସର୍ମ୍ପକ ଠାରୁ ଅଧିକ ନିଜର ହୋଇ ଦେଖାଇଛନ୍ତି ଜଣେ ଯୁବକ। ଆଜି ଯେଉଁଠି ମାନବିକତା,ମଣିଷପଣିଆ ଆଉ ବିବେକକୁ ଅନେକ ଜାଗାରେ ଖୋଜିବାକୁ ପଡ଼ୁଛି ସେଇଠି ମାଲକାନଗିରି ମାଥିଲିରେ ମଣିଷ ପଣିଆର ଉତ୍କୃଷ୍ଟ ଉଦାହରଣ ପାଲଟିଛନ୍ତି କ୍ରିଷ୍ଣା ରାଓ। ଯିଏକି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁାଲାନ୍ସର ଡ୍ରାଇଭର। ମାଥିଲିର  ମୌନାବତୀ ଧାଙ୍ଗଡାମାଝୀ ନାମକ ଜଣେ ମହିଳା କୌଣସି ଏକ […]

patanjali
ଆସିଲା ପତଞ୍ଜଳି ସିମ୍‌ : 144 ଟଙ୍କାରେ ୨ଜିବି ଡାଟା ସହ ବୀମା

ନୂଆଦିଲ୍ଲୀ : ଟେଲିକମ୍‌ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍‌ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ ଲଞ୍ଚ କରିଛନ୍ତି। ସୂଚନା ଅନୁସାରେ, ଏହି ସିମ୍‌ର ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’ ନାଁ ଦିଆଯାଇଛି। ଆଉ ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। ପତଞ୍ଜଳି […]

bhadrak hospital
ଅବ୍ୟବସ୍ଥା ମଧ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ। ଦୂରଦୁରାନ୍ତରୁ ଆସୁଥିବା ରୋଗୀଙ୍କୁ ନା ମିଳୁଛି ଆବଶ୍ୟକୀୟ ଚିକିତ୍ସା ନା ଆନୁସଙ୍ଗିକ ସୁବିଧା ସୁଯୋଗ। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପରିସ୍ଥିତିରେ ସୁଧାର ଆସୁ ନ ଥିବାବେଳେ ଜନ ଅସନ୍ତୋଷ ବଢି ବଢି ଚାଲିଛି। ବାହାର ଭିତର ସବୁଠି ରୋଗୀ ହାଉଜାଉ। କିନ୍ତୁ ଚିକିତ୍ସା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର ନା ଅଛି ସରଞ୍ଜାମ। ଅଲଟ୍ରା ସାଉଣ୍ଡ ରୁମ୍ ରେ ଝୁଲୁଛି ତାଲା। […]

pm-1
ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି : ମୋଦି

କଟକ : କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଜନ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି। ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନମସ୍କାର କହିଲେ ମୋଦି। ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ‘ କଟକର ତାରକସୀ ,ଓଡ଼ିଶାର ସୂକ୍ଷ୍ମ କଳାର ପ୍ରତୀକ। ଦେଶର ଅନେକ ସ୍ୱତନ୍ତ୍ର ସେନାନୀଙ୍କ କର୍ମଭୂମି କଟକ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଏହି କଟକରେ। ଆପଣଙ୍କର ସ୍ନେହ , ଆଶୀର୍ବାଦ, ଆକାଂକ୍ଷା […]

balasore
ଦେହ ତୁଳନାରେ ବଢ଼ୁଛି ମୁଣ୍ଡ

ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ। ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ ଅବସ୍ଥା ଯିଏ ବି ଦେଖିବ କାହାର ବି ଆଖିରେ ଲୁହ ଆସିଯିବ।  ଗାୟତ୍ରୀଙ୍କୁ ମାତ୍ର ୫ବର୍ଷ ବୟସ । ତାଙ୍କ ବୟସ ବଢିବା ସହିତ ଆଶ୍ଚର୍ଯ୍ୟଜନକ ଭାବେ […]

Modi-1-1
ଚାରି ବର୍ଷର ଚର୍ଚ୍ଚିତ ମୋଦି ସରକାର

ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି ଚାରି ବର୍ଷ ମଧ୍ୟରେ କେଉଁ କେଉଁ ପଦେକ୍ଷପ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି ସେ ସମ୍ପର୍କରେ ଏକ ଅନୁଶୀଳନ ।   ବିମୁଦ୍ରାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

sushant-1
ଅକ୍ଷମତା ପାଖରେ ହାରିଯାଇ ନାହାଁନ୍ତି ସୁଶାନ୍ତ : ପରିବା ବିକି ବୃଦ୍ଧା ମାଆର ହୋଇଛନ୍ତି ସାହାରା

ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) :  ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ। ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍‌ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ […]