• translate

Offbeat Updates

vlcsnap-error051
୨୦ ବର୍ଷ ହେଲା ମିଳୁଛି ରାସ୍ତା ନିର୍ମାଣର ପାଣିଚିଆ ପ୍ରତିଶ୍ରୁତି

ଅନୁଗୁଳ: ଯାହା ହୋଇଛି ହୋଇଛି…ଏଥର ରାସ୍ତା ନିର୍ମାଣ ନିଶ୍ଚିତ । ୨୦ ବର୍ଷ ହେଲା ଏମିତି ପାଣିଚିଆ ପ୍ରତିଶ୍ରୁତି ଦେଇ ଅନୁଗୁଳ ଜିଲ୍ଲା ଧୋକୁଟା ପଞ୍ଚାୟତର ଗୋବିନ୍ଦପୁର ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ରାଜନେତାଏ । ସେପଟେ ଅସରାଏ ଦି ଅସରା ବର୍ଷା ହେଲେ ରାସ୍ତା ହୋଇଯାଉଛି ପାଣି କାଦୁଅ ସରସର । ଅାଗକୁ ବର୍ଷା ଆହୁରି ବଢ଼ିବ । ଏଣେ ଏହି ଖାଲ ଖମା ଭରା କାଦୁଅ ରାସ୍ତାରେ କେମିତି ଯାଅା ଅାସ କରିବେ ସେ ନେଇ […]

celebrity
ସେଲିବ୍ରିଟିଙ୍କୁ କ୍ୟାନସର: କିଏ ଜିତିଛି ତ କିଏ ହାରିଛି...

କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ପୂର୍ବଭଳି ନିଜ ନିଜ କର୍ମମୟ ଜୀବନରେ ସକ୍ରିୟ ହୋଇଛନ୍ତି,ସଫଳ ହୋଇଛନ୍ତି। କ୍ୟାନସର ସେମାନଙ୍କ କର୍ମ କ୍ଷେତ୍ରକୁ କୌଣସି ଭାବରେ […]

vlcsnap-error986
ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍

ଭୁବନେଶ୍ୱର: ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍। ରାଜ୍ୟରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ବି.ଟେକ୍ ରେଜିଷ୍ଟ୍ରେସନ୍ ସଂଖ୍ୟା ଏହା କହୁଛି। ଚଳିତ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ୧୨ ହଜାର ୩୧୯ ଜଣ ରେଜିଷ୍ଟ୍ରେସନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ହଜାର ୩୬୫ ଛାତ୍ରଛାତ୍ରୀ ଫି ଡିପୋଜିଟ୍ କରିଛନ୍ତି। ଏଆଇସିଟିଇ ଛାଟ ପରେ ଚଳିତ ବର୍ଷ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୭ ହଜାର ସିଟ୍ କମିଛି। ବର୍ତ୍ତମାନ […]

vlcsnap-error896
ରାସ୍ତା ଅଭାବରୁ ପରିବହନର ପ୍ରମୁଖ ମାଧ୍ୟମ ଖଚର

ମାଲକାନଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ତିଆରି ହେଉଛି ଫର୍ଦ୍ଦ ଫର୍ଦ୍ଦର ଯୋଜନା। ହେଲେ ବାସ୍ତବରେ ବିକାଶ ଗାଁକୁ ଛୁଉଁଛି ତ ? ସତରେ କଣ ବଦଳିଯାଉଛି ଗାଁ ଲୋକଙ୍କ ଭାଗ୍ୟ? ଆଜି ବି ଏମିତି କିଛି ଚିତ୍ର ଅଛି, ଯାହା ଦେଖିଲେ ଆପଣ କହିବେ, ଯୋଜନାର ବାସ୍ତବ ରୂପ କ’ଣ। କାରଣ ରାସ୍ତା ଖଣ୍ଡେ ନାହିଁ ବୋଲି ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ରାଲେଗାଡ଼ା ଏବଂ ଧୂଳିପୁଟ ପଞ୍ଚାୟତର ଲୋକଙ୍କର ଖଚର ହିଁ ସାହାରା ପାଲଟିଛି। […]

vlcsnap-error838
ଆଗୁଆ ଆସି ବି ଚାଷୀଙ୍କୁ ଠକି ଦେଲା ମୌସୁମୀ

ଭୁବନେଶ୍ୱର: ଖରାରେ କେଉଁଠି ଜମି ଫାଟି ଆଁ କଲାଣି, ତ ଆଉ କେଉଁଠି ବିହନ ଗଜା ହେବା ପୂର୍ବରୁ ବୁଣା ଧାନ ଉଷୁନା ହୋଇ ନାଲି ପଡ଼ିଗଲାଣି।  ତଳି ମରିବା ଦେଖି ଜମିରେ ଗାଈଗୋରୁ ଛାଡ଼ିଦେଲେଣି ଚାଷୀ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ ମୌସୁମୀ ବର୍ଷା ଦେଖି ଆଗୁଆ ଅଖିମୁଠି ଅନୁକୂଳ କରିଥିବା ଚାଷୀକୂଳ ଏବେ ରୂଆ ବେଉଷଣ କରିବା କଥା। କିନ୍ତୁ ଜୁନ୍ ଯାଇ ଜୁଲାଇ ଚାଲିଥିଲେ ବି ଭଲ ବର୍ଷା ହୋଇନଥିବାରୁ ଦେଖାଦେଇଛି […]

vlcsnap-error899
ବାଙ୍କୀ ହସ୍ପିଟାଲ: ସବୁ ବିଭାଗରେ ତାଲା, ମୂଲ୍ୟବାନ ସରଞ୍ଜାମରେ ଅଳନ୍ଧୁ ଲାଗିଲାଣି

ବାଙ୍କୀ: ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହାର ସଫଳ ରୂପାୟନ ହୋଇପାରୁନି। ଅନେକ ସ୍ଥାନରେ ଉଚ୍ଚକୋଟୀର ଡାକ୍ତରଖାନା ନିର୍ମାଣ ହୋଇଛି। ଅନ୍ୟପକ୍ଷରେ ଡାକ୍ତର ଅଭାବ ଯୋଗୁଁ ଖତ ଖାଉଛି ବିଭିନ୍ନ ସରଞ୍ଜାମ। ସେହିପରି ଜରୁରୀକାଳୀନ ଓ୍ୱାର୍ଡରେ ବି ଖାଲି ପଡ଼ୁଛି ଡାକ୍ତରଙ୍କ ସିଟ୍। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଯେଉଁ ବିଭାଗକୁ ଦେଖିବେ ସେଠି ତାଲା ଝୁଲୁଛି। ୩୦ଟି ପଞ୍ଚାୟତର […]

electric
ଖତ ଖାଉଛି ବିଦ୍ୟୁତ୍‌ ଉପକରଣ

ଉଦଳା: ଖତ ଖାଉଛି ବିଦ୍ୟୁତ୍‌ ଉପକରଣ। ଅଚଳ ହୋଇ ପଡ଼ରହିଛି ଇଲେକ୍‌ଟ୍ରିକ୍‌ ଟାୱାର ସହ ଟ୍ରାନ୍ସଫର୍ମର। ୨୦୧୨ ମସିହାରେ କପ୍ତିପଦା ବ୍ଲକର ୮ ପଞ୍ଚାୟତବାସୀଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ଲାଗି ଏଠାରେ ସବ୍‌ ଷ୍ଟେସନ ନିର୍ମାଣ ହୋଇଥିଲା। ହେଲେ ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ। ସେପଟେ ସବ୍ ଷ୍ଟେସନର ଘରଗୁଡ଼ିକର କାନ୍ଥ ଫାଟି ଆଁ କଲାଣି। ଏହି ସବ୍‌ ଷ୍ଟେସନ ନିର୍ମାଣ ଲାଗି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ପ୍ରଶାସନିକ ଉଦାସିନତା ଯୋଗୁଁ ଏହା […]

aparajita
ଅପରାଜିତାକୁ ଆଦରି ନେଲେ ବିଦେଶୀ ଦମ୍ପତି

ଭଦ୍ରକ : ଆଜିଠୁ ପର ହୋଇଗଲା ଅପରାଜିତା । ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ହୃଦୟ ଦୁଃଖରେ ଫାଟି ପଡୁଛି । ତା’ ଠାରୁ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାତ୍ସଲ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ। ତେବେ ଅପରାଜିତାର ଭଲ ପାଇଁ ସେମାନେ ମମତାକୁ ଉତ୍ସର୍ଗ କରିଛନ୍ତି । ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ ସେଇ ଅାଶାରେ ସମସ୍ତ ମୋହ ମାୟା ତୁଟାଇ ଅପରାଜିତାକୁ ଟେକି ଦେଇଛନ୍ତି ବିଦେଶୀ ଦମ୍ପତ୍ତିଙ୍କ ହାତରେ । ଆଜିଠୁ […]

vlcsnap-error745
ନା ଲାଗିଛି ମେସିନ୍, ନା ମୋଟର; କିନ୍ତୁ ଗାଁକୁ ହେଉଛି ଜଳଯୋଗାଣ, ପଢ଼ନ୍ତୁ କେମିତି

ବାଲିଗୁଡ଼ା: ପାଣି ପାଇଁ ସବୁ ଦିନ ହନ୍ତସନ୍ତ ହେଉଥିଲେ । ଗାଁର ଗରିବ ଗୁରୁବାଙ୍କ କଥା ପ୍ରଶାସନର ଏକ କାନରେ ପଶି ସେ କାନରେ ବାହାରିଯାଉଥିଲା । ଶେଷରେ ଗାଁ ଲୋକ ଏମିତି କାମ କଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାବାସ୍ କହିବ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍କକ ନିସ୍କି ଗ୍ରାମବାସୀଙ୍କୁ । ଦେଶୀ ଜ୍ଞାନ କୌଶଳରେ ଗାଁରେ ପାଣି ପହଞ୍ଚାଇଛନ୍ତି ଲୋକେ । ତାହା ପୁଣି ବାଉଁଶନଳୀ ଦ୍ୱାରା । ନିସ୍କି ଗାଁଲୋକଙ୍କ […]

vlcsnap-error804
ସାବଧାନ! ମାତିଛନ୍ତି ଏଟିଏମ୍‌ ଲୁଟେରା

ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ସହ ୧୬ଟି ମୋବାଇଲ୍, ବିଭିନ୍ନ ବ୍ୟାଙ୍କର ୯୫ଟି ଏଟିଏମ୍ କାର୍ଡ, ୧୧ଟି ବ୍ଲାଙ୍କ୍ ଏଟିଏମ୍ କାର୍ଡ, ୩ଟି ସ୍କିମର ମ୍ୟାସିନ୍, ୨ଟି […]

vlcsnap-error952
କୋଟିଆବାସୀଙ୍କ ପ୍ରଶ୍ନ: ମିଛ ଦର୍ପଣ ଦେଖାଉ ନାହାନ୍ତି ତ ରାଜ୍ୟ ସରକାର ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି ଅାରମ୍ଭ ହୋଇନି। ଯାହାକୁ ନେଇ ତେଜିଛି ରାଜନୀତି। କୋଟିଅାବାସୀଙ୍କ ମନରେ ପ୍ରଶ୍ନ, ସରକାର ବିକାଶର ମିଛ ଦର୍ପଣ ଦେଖାଉ ନାହାନ୍ତି ତ? ଅାନ୍ଧ୍ରର ଦାଦାଗିରି ପରେ ୬ମାସ […]

vlcsnap-error247
୧୭ ଦିନ ଭିତରେ ପୋଲିସ ଫାଇଲ କଲା ଚାର୍ଜସିଟ୍‌

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଗରୁଡ଼ବସା ଗାଁରେ ଗତ ୧୫ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ଚାର୍ଜସିଟ। ମାତ୍ର ୧୭ ଦିନ ଭିତରେ ପୋଲିସ ଚାର୍ଜସିଟ କରି ଅଭିଯୁକ୍ତକୁ ଦଣ୍ଡ ଦେବାପାଇଁ  ଏକ ବଡ ପଦକ୍ଷେପ ନେଇଛି। ସାମ୍ବାଦିକ ସମ୍ମିଳନୀ କରି ମୟୁରଭଂଜ ଏସପି ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଡିଏନଏ ରିପୋର୍ଟ,ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ବିରୋଧରେ ୧୭ ଦିନରେ ଏହି […]

vlcsnap-error322
ସାଇକେଲ ବନିଲା ସୋଲାର ସାଇକେଲ

ଭଦ୍ରକ: ଆର୍ଥିକ ଅଭାବରୁ ସୃଷ୍ଟି ହେଲା ସୁଯୋଗ । ବାଇକ୍ ନ ଥିବାରୁ ସାଇକେଲକୁ ବନାଇଲେ ଅଟୋମେଟେଡ୍ ସୋଲାର ସାଇକେଲ। ନିଜର ଜ୍ଞାନ ଏବଂ ପରିଶ୍ରମ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କୁଲଣା ଗାଁର ରାକେଶ ନାୟକ ତିଆରି କରଛନ୍ତି ଏହି ସୋଲାର ସାଇକେଲ। ଏକ ବ୍ୟାଟେରୀ, ମୋଟର ଏବଂ ସୋଲାର ପ୍ୟାନେଲ ସାହାଯ୍ୟରେ ତିଆରି ହୋଇଥିବା ଏହି ସାଇକେଲର ଘଣ୍ଟା ପ୍ରତି ବେଗ ରହିଛି ୩୦ କିଲୋମିଟର। ସବୁଠାରୁ ବଡକଥା ହେଲା ଏହା ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି […]

vlcsnap-error281
ଜଳ ନିଷ୍କାସନ ନାଳ ଅବରୋଧ: ଶହ ଶହ ଚାଷ ଜମି ଜଳମଗ୍ନ

ଭଦ୍ରକ: ସେପଟେ ଲଗାଣ ବର୍ଷା ଆଉ ଏପଟେ ଜଳ ନିଷ୍କାସନ ନାଳ ଅବରୋଧ । ବନ୍ୟା ନ ଆସୁଣୁ ବନ୍ୟା ପ୍ରାୟ ପରିସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇନପାରି ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଧାନ ତଳି ଓ ବୁଣା ଜମି ନଷ୍ଟ ହୋଇଯାଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଭଦ୍ରକ ଜିଲ୍ଲା କେଦାରପୁର ପଂଚାୟତର ସେରପୁର ଗାଁର ଚାଷୀ। ଅଭିଯୋଗ ଅନୁସାରେ ଧାମରାବନ୍ଦର ରେଳପଥ ନିର୍ମାଣ ଲାଗି ଜଳ […]

vlcsnap-error054
ଫୁଲବାଣୀ ଓ ନବରଂଗପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଫୁଲବାଣୀ: କେବଳ ରାସ୍ତା ନୁହେଁ, ବିଭିନ୍ନ ୱାର୍ଡ, ସାହି ଏବଂ ବସ୍ତିରେ ଗଦା ହେଉଛି କୁଢ଼ କୁଢ଼ ମଇଳା। ଦୀର୍ଘ ଦିନ ହେଲା ମଇଳା ସଫା କରାଯାଉନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପୌରପାଳିକା ଅଞ୍ଚଳର । ଅଭିଯୋଗ ଅନୁସାରେ, ସହରର ୧୩ଟି ଯାକ ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ କରାଯାଉନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏପରିକି ଏନେଇ ପୌରାଧ୍ୟକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। […]

kandhamal
୨୫ ବର୍ଷ ପରେ ପୁଅକୁ ଫେରି ପାଇଲେ ମାଆ, ଜାଣନ୍ତୁ କେମିତି...

କନ୍ଧମାଳ: ଦୀର୍ଘ ୨୫ ବର୍ଷ ପରେ ମାଆ-ପୁଅଙ୍କ ମିଳନ, ଭାଇ-ଭାଇର ମିଳନ ଓ ଭାଇ-ଭଉଣୀର ମିଳନ। ଆଉ ଘରେ ଖେଳିଯାଇଛି ଉତ୍ସବର ମାହୋଲ।  ଦିନେ ଘରୁ ରାଗି ଯାଇ ଚାଲିଯାଇଥିଲେ, ଆଉ ଏତେ ବର୍ଷ ପରେ ପୁଣି ଘରକୁ ଫେରିଲେ। ଯାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ନାହିଁନଥିବା ଖୁସି। ପୁଅକୁ ପାଖରେ ପାଇ ମାଆ ହୋଇଛି ଆତ୍ମବିଭୋର। ନିଜ ପଣତ କାନିରେ ପୋଛି ଦେଇ ତାକୁ ନିଜ ହାତରେ ଖୁଆଇ ଦେଉଛି। ସାନ ଭାଇ ଓ […]

ସବୁ ଦିନିଆ ରାସ୍ତା
ବିକଶିତ ଓଡ଼ିଶାର ନଗ୍ନ ଚିତ୍ର : ଜଙ୍ଗଲ ଘେରା ଗାଁ, ବର୍ଷା ହେଲେ ବାହ୍ୟଜଗତରୁ ବିଛିନ୍ନ

ଚିତ୍ରକୋଣ୍ଡା: ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। କିନ୍ତୁ ଏହା ଲୋକମାନଙ୍କ ପାଖରେ ନ ପହଞ୍ଚି ଯୋଜନ ଦୂରରେ ରହିଯାଉଛି। ଏବେ ବି ବିକାଶ ଯେମିତି ଲୋକଙ୍କ ପାଇଁ ସାତ ସପନ ହୋଇ ରହିଛି। ସେମିତି ଏକ ଗାଁ ହେଉଛ ଚିତ୍ରକୋଣ୍ଡା ବ୍ଲକର ରଲେଗାଡ଼ ପଞ୍ଚାୟତ । ଏଠି ସରକାରଙ୍କ ସମସ୍ତ ଯୋଜନା ସତରେ ଅପହଞ୍ଚ ହୋଇଛି । ପଢ଼ନ୍ତୁ ରଲେଗାଡରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। […]

today's generation
ସାଙ୍ଗର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ୍ଷା ମାଗିଲେ ସାଙ୍ଗ

ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ଲାଗି ସାଜିଛନ୍ତି ଉଦାହରଣ। ହାତରେ ପେପର ତିଆରି ବାକ୍ସ। ଦୁଆର ଦୁଆର ବୁଲି ମାଗୁଛନ୍ତି ଭିକ। ଗୋଟିଏ କି ଦୁଇଟି ଗାଁ ନୁହଁ, […]

superman
ରିଲ୍‌ ନୁହେଁ ଏ ହେଉଛନ୍ତି ରିଅଲ୍‌ ଲାଇଫ ସୁପରମ୍ୟାନ୍‌

ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍‌ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍‌ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍‌ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍‌ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି ସମସ୍ତଙ୍କ ଧାରଣା। ତେବେ ଆମେ ଏଠି ଆପଣଙ୍କୁ କୌଣସି ରିଲ୍‌ ଲାଇଫର ସୁପରମ୍ୟାନ୍‌ ନୁହେଁ ବରଂ ରିୟଲ୍‌ ଲାଇଫର ସୁପରମ୍ୟାନ୍‌ଙ୍କ କଥା କହୁଛୁ। ପଢ଼ନ୍ତୁ ପୂରା ଘଟଣା… […]

gurupriya
କାମ ସରିବାର ଦେଢ଼ମାସ ପରେ ବି କାହିଁକି ଉଦ୍‌ଘାଟନ ହେଉନି ଗୁରୁପ୍ରିୟା

ମାଲକାନଗିରି/ଚିତ୍ରକୋଣ୍ଡା: ବାରମ୍ବାର ଡେଡ୍ ଲାଇନ ଟପିବା ପରେ ଶେଷରେ କାମ ସରିଛି। ହେଲେ ସରି ନାହିଁ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୁହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁ ଉଦ୍‌ଘାଟନ । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଖୁବ୍ ଶୀଘ୍ର ସେତୁ ଉଦ୍‌ଘାଟନ ହେବ ବୋଲି ଜଣାଇଥିଲେ। କାମ ସରିବାର ଦେଢମାସରୁ ଅଧିକ ସମୟ ବିତି ଯାଇଥିଲେ ବି ମୁଖ୍ୟମନ୍ତ୍ରୀ କାହିଁକି ସେତୁ ଉଦ୍‌ଘାଟନ କରୁନାହାନ୍ତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। […]

KIIT image
କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ

 ଭୁବନେଶ୍ୱର: କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ । ଜଣେ ଆଦିବାସୀଙ୍କ ଜମିକୁ ବି ଜବରଦଖଲ କରିବାକୁ ପଛାଇନାହାନ୍ତି କିଟ୍ କର୍ତ୍ତୃପକ୍ଷ । ପୂର୍ବରୁ ବି ଏ ସଂସ୍ଥା ନାଁରେ ଜମି ହଡପ ଅଭିଯୋଗର ତାଲିକା ବେଶ୍ ଲମ୍ବା । ଏତେସବୁ ଘଟଣା ପରେ ବି ସରକାର କାହିଁକି ନିରବଦ୍ରଷ୍ଟା ତାକୁ ନେଇ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟ… ମୌଜା- ପଥରଗାଡ଼ିଆ,  ଖତିଆନ୍  ନମ୍ବର- ୪୫୫, […]

loba village
ପ୍ରହସନ ପାଲଟିଛି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ

ପାରଳାଖେମୁଣ୍ଡି: ସରକାରଙ୍କ ହିସାବରେ ଦେଶର ସବୁ ଗାଁରେ ପହଂଚି ସାରିଛି ବିଜୁଳି। ହେଲେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗାଁର ବିପିଏଲ ପରିବାର ପାଖରେ ପହଂଚି ପାରିନି ବିଜୁଳି। ଫଳରେ ଏଠିକାର ଲୋକଙ୍କର ଡିବିରି ଆଲୁଅରେ ହିଁ ଜୀବନ ବିତୁଛି। ଏହି ଗାଁ’କୁ ଦେଖିଲେ ଲାଗୁଛି ଯେମିତି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଗାଁରେ ରହୁଥିବା […]

school in temple
ସର୍ବଶିକ୍ଷା ଅଭିଯାନକୁ ଉପହାସ: ମନ୍ଦିର ବେଢ଼ାରେ ଚାଲିଛି ସ୍କୁଲ

ସାଲେପୁର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ତିନି ବର୍ଷ ହେଲାଣି ମନ୍ଦିର ବେଢାରେ ଚାଲିଛି ବିଦ୍ୟାଳୟ। ସ୍କୁଲ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ଜାଗା ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ଅନେକ ସମସ୍ୟା ଦେଇ ପାଠ ପଢୁଛନ୍ତି ପିଲାଏ। ଏ ହେଉଛି କଟକ ଜିଲ୍ଲା କିଶୋର ନଗର ତହସିଲ ମୁର୍କୁଣ୍ଡି ଗାଁର ବାଣେଶ୍ୱର ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ବେଢ଼ାରେ ଚାଲିଛି ସ୍କୁଲ। ସ୍କୁଲର ନାମ ଫଳକ […]

ram dev
ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି ରାମଦେବ। ବିଶ୍ୱରେ ଯୋଗକୁ ନୂତନ ଦିଶା ଦେବାରେ ଏହା ସହାୟକ ହେବ। ଲୋକେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ରାମଦେବ। ମାଡେମ୍ […]

army officer
ପରକୀୟା ପ୍ରୀତିର ଭୟଙ୍କର ପରିଣତି

ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା। ବିବାହ ପାଇଁ ରାଜି ନହେବାରୁ ସେନା ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା । […]