• translate

Offbeat Updates

kalam 1
ପୋଖରାନ୍‌ରୁ ରାଷ୍ଟ୍ରପତି ଭବନ: କଲାମଙ୍କ ଜୟଯାତ୍ରା

(ପ୍ରଦୀପ ଭାରତୀ) “ମରୁଭୂମିର ପୂର୍ଣ୍ଣିମା ରାତି ମତେ ଭାରି ଭଲ ଲାଗେ। ପୂର୍ଣ୍ଣଚନ୍ଦ୍ରର ଏହି ରାତିରେ ମୁଁ କିଛି ସମୟ ଏକୁଟିଆ ରହିବାକୁ ଚାହେଁ। ମୁଁ ପୋଖରାନ୍‌କୁ ଭଲ ପାଏ। କାରଣ କିଛି କରିବା ପାଇଁ ଏହା ଥିଲା ଏକ ଉତ୍କୃଷ୍ଟ ମଞ୍ଚ” ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମ ଜୟପୁରରେ ୨୦୦୫ରେ ୬୦୦ ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏହି କଥା କହିଥିଲେ। ବାସ୍ତବରେ ତାଙ୍କର ଏହି ବକ୍ତବ୍ୟ ବହୁତ […]

DD
ସରକାରଙ୍କ ଦୃଷ୍ଟି ଆଢୁଅାଳରେ ପୁରୀ କପିଳେଶ୍ୱରର ପୁରାତନ ଅତିବଡ଼ି ବିଦ୍ୟାପୀଠ

ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ  ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏଭଳି ଅବସ୍ଥାରେ ସ୍କୁଲ ଯାଉଛନ୍ତି ପୁରୀ ଜିଲ୍ଲା କପିଳେଶ୍ୱର ସ୍ଥିତ ଅତିବଡ଼ି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ। ଟିକେ ବର୍ଷାରେ ଅବସ୍ଥା ଖରାପ। ରାସ୍ତାର ଗୋଟିଏ […]

vlcsnap-error984
ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା

ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରାର ଅନନ୍ୟ ପରଂପରା। ବଡ଼ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ସମଗ୍ର ଆଦିବାସୀ […]

vlcsnap-error666
ଏମତି ଗାଁ, ଯେଉଁଠି ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ଅରାଜି

ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା। ତେଣୁ ଏହି ଗାଁରେ କେହି ଝିଅ ବାହା ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୁଣି ସବୁଦିନିଆ ରାସ୍ତା ନଥିବାରୁ ଖଟିଆ ଓ ଭାରରେ ବୁହା ହୁଅନ୍ତି ରୋଗୀ। ଏହି […]

vlcsnap-error676
ଲୁହ ଝରାଉଛି ସହିଦ ଗୋପୀନାଥ, ସଚ୍ଚିଦାନନ୍ଦ ଓ ନିରଂଜନଙ୍କ ଜନ୍ମମାଟି

ଆଳି/ସାଲପୁର/ଚାନ୍ଦବାଲି: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ସଲାମ୍ ସେହି ସହିଦମାନଙ୍କ ବାପା ମା’ଙ୍କୁ ଯିଏ ଜନ୍ମ ଦେଇଥିଲେ ବୀର ସନ୍ତାନମାନଙ୍କୁ। ଏହି ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।  ହେଲେ ସହିଦ ଓଡ଼ିଆ ଯବାନ ଗୋପୀନାଥ ମହାରଣା ଓ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସ୍ମୃତି ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତେବେ ଦେଶ […]

koraput
ଜ୍ୱର ପରେ ଫୋଟକା, ତା’ପରେ ଚିରନିଦ୍ରା

କୋରାପୁଟ: ପ୍ରଥମେ ଜ୍ୱର ହେଉଛି ଆଉ ତାପରେ ଫୋଟକା। ଶେଷରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଉଛି ବ୍ୟକ୍ତିଟିଏ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଏହି ଅଜଣା ରୋଗ ଦେଖାଦେଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଭୟର ବାତାବରଣ। ଗତ ୧୯ରୁ ୨୨ ତାରିଖ ମଧ୍ୟରେ ଏଠାରେ ଅଜଣା ରୋଗ ନେଲାଣି ୩ ଜୀବନ। ପ୍ରଥମେ ଜ୍ୱର ହେଉଛି,ତାପରେ ଛାଡି ଯାଉଛି। ଏହାପରେ କିନ୍ତୁ ଯାଉଛି ଜୀବନ। କେବଳ ସେତିକି ନୁହେଁ […]

vlcsnap-error306
ସୁଡ଼ଙ୍ଗ ଖୋଳି ସୁନା ଲୁଟ୍

ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍‌ ଭିତରେ ସୁଡ଼ଙ୍ଗ। ଡ୍ରେନ୍‌ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍‌ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାଜା ବଜାରରେ ଦୁର୍ବୃତ୍ତମାନେ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରି କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଗତ ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ […]

vlcsnap-error235
ନଦୀ ଘେରରେ ପଞ୍ଚାୟତର ୫ ଖଣ୍ଡ ଗାଁ

ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ସାପୁଆ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଲୋକମାନେ। ଭରା ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା। ମଣିଷ ହୁଅନ୍ତୁ କି ସାଇକେଲ ସମସ୍ତଙ୍କ ପାଇଁ ଏକମାତ୍ର ଭରସା ସାପୁଆ ଡଙ୍ଗା। କୁନି […]

vlcsnap-error548
ବିପଦରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି ।  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]

gurupriya setu
ଉଦ୍‌ଘାଟନ ପୂର୍ବରୁ ଖୋଲିଲା ସମ୍ପର୍କର ସେତୁ ଗୁରୁପ୍ରିୟା

ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]

kanha
୫ ବର୍ଷର ଶିଶୁକୁ ଅାପାଦମସ୍ତକ ଗ୍ରାସିଛି ଟ୍ୟୁମର

ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ। ପ୍ରଥମେ […]

vlcsnap-error605
କାମ ମିଳୁନି, ପେଟ ପୂରୁନି; ଦଲାଲ କବଳରୁ ଉଦ୍ଧାର ପରେ ଜୀବନ ଆହୁରି ଦୁର୍ବିସହ

କେନ୍ଦୁଝର/ତେଲକୋଇ : କର୍ମ ସଂସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଆଦିବାସୀ ଅଚଂଳର ଯୁବକ ଯୁବତୀ। ତାପରେ ଦଲାଲ୍‌ର ପ୍ରଲୋଭନରେ ପଡି ଠକାମୀର ଶିକାର ହୋଇ ପୁଣି ଗାଁକୁ ଫେରୁଛନ୍ତି। ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଉଛି ଏବଂ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ପ୍ରଶାସନ, ହେଲେ ଏହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି। ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ନିପୋ ଗାଁରେ ବସବାସ କରନ୍ତି […]

vlcsnap-error984
ବଣ୍ଡା ପିଲାଙ୍କ ସ୍କୁଲ୍‌: ଉଡ଼ିଯାଇଛି ଆଜବେଷ୍ଟସ୍‌,ହଷ୍ଟେଲ୍‌ ରୁମ୍‌ରେ ଚାଲିଛି ପାଠପଢ଼ା

ମାଲକାନଗିରି: ଆଦିମ ଜନଜାତି ବଣ୍ଡାମାନଙ୍କୁ ମୁଖ୍ୟସ୍ରୋତ ସହ ସମକକ୍ଷ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ବଣ୍ଡା ପିଲାଙ୍କ ଶିକ୍ଷା ପାଇଁ ଗଢ଼ାଯାଇଛି ସ୍କୁଲ, ହେଲେ ମାଲକନଗିରି ମୁଦୁଲିପଡାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲର ଅବସ୍ଥା ଦେଖି ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଉଡ଼ିଯାଇଛି ସ୍କୁଲ ଘରର ଛାତ। ଛିନ୍‌ଛତ୍ର ହୋଇ ପଡ଼ିରହିଛି ଆଜବେଷ୍ଟସ୍‌। ଘଟଣା ଦିନେ କି ଦୁଇ ଦିନର ନୁହେଁ ଗତ ମେ ମାସରେ ହୋଇଥିବା କାଳବୈଶାଖୀ ବର୍ଷାରେ ଭାଙ୍ଗିଯାଇଥିଲା ମାଲକାନଗିରି […]

vlcsnap-error317
ପ୍ରହସନ ପାଲଟିଛି ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଣ

ଜୟପୁର (ଟି. ଗୌରୀଶଙ୍କର): ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଇବା ଯୋଜନା ଯେମିତି ଏକ ପ୍ରହସନ ପାଲଟିଛି। ଏଭଳି ଅଭିଯୋଗ ଅାସିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ରେ। ଅନ୍ତା ଗାଁରେ ୮ ଏକର ଜମିରେ ଚାଷ କରିଛନ୍ତି ସବିତା ହରିଜନ। ହେଲେ ସେ ମୋବାଇଲ୍‌ ପାଇନଥିବା ଅଭିଯୋଗ ହୋଇଛି। ସେହିପରି ଚମ୍ପା ହରିଜନରଙ୍କର ମଧ୍ୟ ସମାନ ଅବସ୍ଥା। ଏମିତି ଅନେକ ମହିଳା ଚାଷୀ ମୋବାଇଲ୍‌ ପାଇଥିବା ନେଇ ସରକାରୀ କାଗଜ କଲମରେ ନାମ ଥିବା ବେଳେ ସେମାନେ ମୋବାଇଲ୍‌ […]

marriage
ଉଡ଼ି ଉଡ଼ି ଆସିଲେ ବର-କନ୍ୟା, ଲୋକେ ଦେଖି ଆଶ୍ଚର୍ଯ୍ୟ

ସୋଶାଲ୍‌ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ସମୟରେ ବିବାହର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ବରଯାତ୍ରୀମାନଙ୍କ ନୃତ୍ୟ ହେଉ ବା ବରଣ ମାଳା ପିନ୍ଧାଇବାର ଭିଡିଓ ହେଉ । ଏହାକୁ ନେଇ ଚର୍ଚ୍ଚା ହୁଏ । ଅନେକ ନିଜ ନିଜର ବିବାହକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ନୂଆ ନୂଆ  ପ୍ରୟାସ କରିଥାନ୍ତି । ଏବେ ଏମିତି ଏକ ବିବାହର ଭିଡିଓ ଭାଇରାଲ୍‌ […]

school problem
ଭଙ୍ଗା ଦଦରା ସ୍କୁଲ୍‌ ଘରେ ଚାଲିଛି ପାଠପଢ଼ା

କଟକ : ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା। କଟକର ନିଶ୍ଚିନ୍ତକୋଇଲି ପ୍ରାଥମିକ ବିଦ୍ୟାଳୟରେ କେଉଁଠି ଅାଜବେଷ୍ଟସ ଫାଟି ଆଁ କରିଛି ତ ଅାଉ କେଉଁଠି କବାଟ ଝରକା ନାହିଁ। କେତେବେଳେ ଯେ ଛାତ ଖସିପଡି ଅଘଟଣ ଘଟିବ ତାହା କହିବା ମୁସ୍କିଲ।  ଅାଉ ବର୍ଷା ହେଲେ କଥା ସରିଲା। ସ୍କୁଲ ଭିତରେ ଜମେ ଅାଣ୍ଠୁଏ ଉଚ୍ଚର ପାଣି। ସ୍କୁଲର ୬ଟି ଗୃହରୁ ୪ଟି ସଂପୂର୍ଣ୍ଣ ବିପଦସଙ୍କୁଳ ଥିବାରୁ ୨ଟି ଗୃହରେ ଚାଲିଛି ୫ ଟି ଶ୍ରେଣୀ। ସ୍କୁଲର […]

boy
ବୟସ ୫, କିନ୍ତୁ ପ୍ରଖର ସ୍ମୃତିଶକ୍ତି

ଚଣ୍ଡିଗଡ଼:  ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ କଥା କହିବା ସହ, ପ୍ରତେକ ଦେଶ ଓ ତାର ରାଜଧାନୀ ମନେ ରଖିଛି ଏହି ଝିଅଟି। ତା’ର ଏହି ଆଶ୍ଚର୍ଯ୍ୟ କଲା ଭଳି ଗୁଣ ପାଇଁ ତାକୁ […]

villager
ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା କାମ କଲେ ଗାଁ ଲୋକେ

ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍‌ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ମହାଜନପୁର ବାସିନ୍ଦା । ୭୦ ପରିବାର ଚାନ୍ଦା ଭେଦ କରି ଏବେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ […]

kakul
ଜନ୍ମରୁ ନାହିଁ ମଳଦ୍ୱାର, ପେଟ ବାଟେ ହେଉଛି ମଳତ୍ୟାଗ

ଯାଜପୁର (ଅଭୟ କୁମାର ପତି) : ଜନ୍ମରୁ ନାହିଁ ମଳ ଦ୍ୱାର । ପେଟ ବାଟେ ହେଉଛି ମଳତ୍ୟାଗ । ୮ ବର୍ଷ ହେବ ଏମିତି କଷ୍ଟରେ ବିତୁଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାକୁଲ ପ୍ରଧାନଙ୍କ ଜୀବନ । ମଳଦ୍ୱାର ଅପରେସନ ପାଇଁ ମାଆଙ୍କ ପାଖରେ ନାହିଁ ଧନ ମୂଲ ଲାଗି ୨ ପୁଅଙ୍କ ପେଟ ପୋଷନ୍ତି। ସେପଟେ ସ୍ୱାମୀ ପିଲା ମାଆଙ୍କୁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଛନ୍ତି । ଏଣୁ ପ୍ରଶାସନ ନିକଟରେ […]

vlcsnap-error048
ନିମ୍ନ ମାନର ସେତୁ କାମ ଅଭିଯୋଗ: ଫାଟି ଆଁ କଲାଣି ଢଳେଇ, ସାଇଡ୍‌ ଓ୍ୱାଲ୍‌ରେ ବି ଫାଟ

ବାଲେଶ୍ୱର: ରେମୁଣା ବ୍ଲକ୍‌ ଇଞ୍ଚୁଡିର ନୂଅାନଈ ଉପରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ତିଅାରି ହୋଇଥିବା ଦୁଇଟି ସେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଉଦ୍‌ଘାଟନ ହେବା ପୂର୍ବରୁ ଏହାର ଦୁଇ ପାଖକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ୍‌ରେ ଦେଖାଦେଇଛି ଫାଟ । ଅାପ୍ରୋଚ ରୋଡ୍‌ରେ ବାଲି ବଦଳରେ ମାଟି ଦିଅାଯାଇ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲ କାମ କିଛି ମାସ ତଳେ ଶେଷ ହୋଇଛି । କେଉଁଠି କଂକ୍ରିଟ୍ ଢଳେଇ […]

thief
ଚୋରି କଲା ପରେ ଡ୍ୟାନ୍ସ କରୁଛି ଚୋର, ସିସିଟିଭିରେ ଲାଇଭ ଫୁଟେଜ୍

ନୂଆଦିଲ୍ଲୀ: ଚୋର ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛି। ଚୋରଙ୍କ ଏହି ନିଆରା ଏବଂ ବେଫିକର୍ ଅନ୍ଦାଜ ଦିଲ୍ଲୀରେ ଦେଖିବାକୁ ମିଳିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ବେଳେ ଚୋରମାନେ ବଲିଉଡ୍ ଡ୍ୟାନ୍ସ କରୁଛନ୍ତି। ପ୍ରଥମେ ଗୋଟିଏ ପରେ ଗୋଟିଏ ଦୋକାନର ସଟର୍‌ ତାଡ଼ି ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛନ୍ତି। ନା ସେମାନଙ୍କର କୌଣସି ଡର ଅଛି ନା କାହାକୁ ଖାତିର ଅଛି। ଶୁନ୍‌ସାନ୍‌ ରାସ୍ତା ଯେପରି ଚୋରଙ୍କ ପାଇଁ ଷ୍ଟେଜ୍‌ […]

kulbhushan-jadhav_ee9341ce-3923-11e7-8e2c-04c6be70fea0
ପୁଣି ପାକିସ୍ତାନର ଚାଲ୍

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି […]

nagarjuna
୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ  ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ। ବିଶ୍ୱାସ ରହିଛି ଏହି ବେଶରେ ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହଶ୍ରାର୍ଜୁନକୁ ବଦ୍ଧ କରିଥିଲେ । ତାସହ ନାଗା […]

vlcsnap-error878
ଅବକାରୀ ଅଫିସ ଭିତରେ ବ୍ରାଉନ୍‌ସୁଗାର ହାଟ !

ଖୋର୍ଦ୍ଧା: ଅବକାରୀ ବିଭାଗର ନାକ ତଳେ ଚାଲିଛି ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ । ସଉଦା କରୁଛନ୍ତି ବିଭାଗର କର୍ମଚାରୀ। ସ୍ଥାନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସ। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଅାସର, ଅାଉ ସେହି ଅାସର ଭିତରେ ମୂଲଚାଲ ହେଉଛି ବ୍ରାଉନସୁଗାରର ଦର । ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ […]

vlcsnap-error084
ସରକାରୀ ରେକର୍ଡରେ ଚାଳ ଘର ବି ଛାତ ଘର !

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ରେ ବାଟବଣା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହିତାଧିକାରୀ ଚୟନ ତାଲିକାରେ ନାଁ ଅଛି, କିନ୍ତୁ ପକ୍କାଘର କେବେ ମିଳିବ ତାହା ଭଗବାନଙ୍କୁ ଜଣା। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗରର କିଛି ହିତାଧିକାରୀଙ୍କ ଅଭିଯୋଗ ହୋଇଛି ଯେ ସେମାନଙ୍କର ଚାଳ ଘର ଥିଲେ ବି ସରକାରୀ ରିପୋର୍ଟରେ ତାଙ୍କର ଛାତ ଘର ଥିବା ଦର୍ଶାଯାଇଛି।  ୨୦୧୭–୧୮ର ଗ୍ରାମୀଣ ଗୃହ ନିର୍ମାଣ ହିତାଧିକାରୀ ଚୟନ ତାଲିକାର ସପ୍ତମ ସ୍ଥାନରେ ଥିଲା ପ୍ରକାଶ […]