• translate

Offbeat Updates

vlcsnap-error083
ଆମ ବିକଶିତ ଓଡ଼ିଶା: ଯେଉଁଠି ପିଲା ଡଙ୍ଗାରେ ଯାଆନ୍ତି ସ୍କୁଲ୍‌

କେନ୍ଦୁଝର: ବିପଦପୂର୍ଣ୍ଣ ଅବସ୍ଥାରେ ନଈ ପାର ହେଉଛନ୍ତ ସ୍କୁଲ୍‌ ପିଲା। ଟିକିଏ ଏପଟ ସେପଟ ହେଲେ ରହୁଛି ଜୀବନ ଯିବାର ଭୟ। ପ୍ରତ୍ୟେକ ଦିନ ହୁଲି ଡଙ୍ଗାକୁ ବାହି ନଦୀ ପାର୍ ହେଉଛନ୍ତି ପିଲା। ପାଠ ପଢି ଯିବାକୁ ଏମାନଙ୍କ ପାଖରେ ଏଇ ଡଙ୍ଗା ହିଁ ଏକମାତ୍ର ଚାରା। ବର୍ଷା ଦିନ ଆସିଲେ ପ୍ରାୟ ସମସ୍ତ ପିଲାଙ୍କ ବସ୍ତାନୀରେ ବନ୍ଧା ପଡିଯାଏ ଡୋରି। କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ସାପଲାଞ୍ଜି ଗାଁରେ ସମାକୋଇ ନଦୀ ପାଲଟିଛି ଲୋକଙ୍କ […]

national flag
ତ୍ରିରଙ୍ଗା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ପ୍ରଦୀପ ଭାରତୀ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍‌ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଯେ କୌଣସି ଦିନରେ ବି ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ମିଳିଥିଲା। ଏମିତି ନୁହେଁକି ପୂର୍ବରୁ ଲୋକମାନଙ୍କର ପତାକା ଉଡ଼ାଇବାର ଅଧିକାର ନଥିଲା। କ୍ଷମତା […]

vlcsnap-error814
ରାସ୍ତା ଗୋଟିଏ, ହେଲେ ଫଳକ ଲାଗିଛି ଦୁଇଟି

କେନ୍ଦୁଝର/ବାରିପଦା: ରାସ୍ତା ଗୋଟିଏ, ହେଲେ ଫଳକ ଲାଗିଛି ଦୁଇଟି। ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର, ଆଉ ଗୋଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ନାଁରେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଦୁର୍ଗମ ଗାଁ ତମାଙ୍ଗକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତା ପାଇଁ ଦୁଇଟି ଫଳକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ୩ କିଲୋମିଟର ୫୦୦ ମିଟର ରାସ୍ତା ପାଇଁ ଗତବର୍ଷ ଡିସେମ୍ବର ୭ରୁ କାମ ଆରମ୍ଭ ହୋଇ ୨୦୧୮ ସେପେମ୍ବର ୬ରେ […]

leporsy
ହଜିଗଲା ମାନବିକତା, ପର କଲା ପରିବାର

କେନ୍ଦ୍ରାପଡ଼ା : ବିଲ ଗହୀର ମଝିରେ କୁଡିଅା ଘର। କିଛି ଅସଜଡା ନଡା ଅାଉ ଛିଣ୍ଡା ପଲିଥିନ୍‌କୁ ନେଇ ତିଅାରି ହୋଇଛି ଅସ୍ଥାୟୀ ଅାଶ୍ରୟସ୍ଥଳୀ। ଅାଉ ଏହାରି ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଅସହାୟ ସହଦେବ ସେଠୀ। ଦିନ ରାତି, ୨୪ ଘଣ୍ଟା ଏହାରି ଭିତରେ ଅତି ଦୁଃସ୍ଥ ଦୟନୀୟ ଅବସ୍ଥାରେ ବିତୁଛି ତାଙ୍କର ଜୀବନ। ସହଦେବଙ୍କ ଏ ଅସହାୟତା ପାଇଁ ଦାୟୀ କୁଷ୍ଠ ରୋଗ। ସେ କୁଷ୍ଠ ରୋଗରେ ପୀଡ଼ିତ […]

Suniel
ସୁନୀଲ ସେଟ୍ଟିଙ୍କ ପ୍ରେମ କାହାଣୀ; ଏକ ଫିଲ୍ମଠାରୁ ବି କମ୍‌ ନୁହେଁ

(ରାଜଲକ୍ଷ୍ମୀ ସାହୁ) ଭୁବନେଶ୍ୱର/ମୁମ୍ବାଇ: ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ କାଟିବା ବଡ଼ କଥା। କାହିଁକି ନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା, ଅଭିନେତ୍ରୀ ବିବାହ କରୁଛନ୍ତି ସତ କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ନଥିବା ଦେଖିବାକୁ ମିଳୁଛି। କିଏ ଡିଭର୍ସ ଦେଲାଣି ତ ଆଉ କିଏ ଦ୍ୱିତୀୟ ବିବାହ କରିଲାଣି। ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି।   ଆମେ ଏଠି ଏମିତି ଏକ ଦମ୍ପତିଙ୍କ କଥା କହୁଛୁ […]

canal
ଲଗାଣ ବର୍ଷା ସାଜିଲା କାଳ

ରାୟଗଡ଼ା  : ଭାଙ୍ଗିଯାଇଛି ୪୦ ଫୁଟ୍‌ର କେନାଲ । ତିଅାରି ହୋଇଛି ୨୦ ଫୁଟ୍‌ର ଖାଇ। ଅାଡିବନ୍ଧ ପାଣିର ବଦଳିଯାଇଛି ଗତିପଥ । ଫଳରେ ପ୍ରାୟ ୪ ଏକର ଜମିରେ ମାଡିଯାଇଛି ବାଲି।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ହାତିମୁଣ୍ଡା ଅାଡିବନ୍ଧରେ ଗତ ୫ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ କେନାଲ ଭାଙ୍ଗିଯାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଧାର କରଜ କରି ଜମିରେ ଧାନ ଫଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ସମସ୍ୟା ଯେମିତି ବଢାଇ ଦେଇଛନ୍ତି ଚାଷୀଙ୍କ […]

snake
ଭାରତର ‘ବିଷକନ୍ୟା’ ; ୫ଟି ବିଷାକ୍ତ ସାପ ସହ ରହନ୍ତି ଏହି ଝିଅ

ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହୁଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ବୁନ୍ଦେଲ୍‌ଖଣ୍ଡର ହମିର୍‌ପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଘାଟମ୍‌ପୁର ଗାଁରେ ରୁହନ୍ତି ଏହି ଝିଅ। ଯାହାଙ୍କୁ  ସମସ୍ତେ ‘ବିଷକନ୍ୟା’ ବୋଲି କୁହନ୍ତି। ସୂଚନା ମୁତାବକ, ୮ବର୍ଷୀୟା କାଜୋଲ୍‌ ନାମ୍ନୀ ଏହି ଝିଅକୁ ‘ବିଷକନ୍ୟା’ କୁହାଯାଉଛି କାରଣ ସେ ଭୟଙ୍କର ବିଷାକ୍ତ ଅହିରାଜ ସାଥିରେ ରହନ୍ତି। ଏକାଠି ଖାଇବା ପିଇବା ଓ ଶୋଇବା ସଙ୍ଗେ ସଙ୍ଗେ  ସାଥିରେ ଖେଳିଥା’ନ୍ତି । […]

road
ବିପଦ ସଙ୍କୁଳ ଅବସ୍ଥାରେ ବାଙ୍କିର ମହାନଦୀ ସେତୁ

କଟକ : ମାତ୍ର ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡ ଅାଡମ୍ବରରେ ଉଦ୍‌ଘାଟିତ ହେଲା ମହାନଦୀ ସେତୁ। ଗମନାଗମନ ସୁବିଧାର ସ୍ୱପ୍ନ ବି ଦେଖିଲେ ଲୋକେ। ମହାନଦୀ ଉପରେ ତିଅାରି ହୋଇଥିବା ଏହି ପୋଲଟି କଟକ ବାଙ୍କି ଜାତ ମୁଣ୍ଡିଅା ଏବଂ ସୁବର୍ଣ୍ଣପୁର ସମେତ ଅାଠଗଡ଼, ଢେଙ୍କାନାଳ, ଅନୁଗୁଳ ସମ୍ବଲପୁରକୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହି ବ୍ରିଜ୍ ଉପରେ ଯାଅାସ କରୁଛି ଶହଶହ ଗାଡ଼ି ମୋଟର। ଦୂରରୁ ସବୁ ଠିକ୍ ଲାଗୁଥିଲେବି ଏହାର ବାସ୍ତବ ଚିତ୍ର ଅବସ୍ଥା। […]

bhuban
ତଳି ବୁଢ଼ା ହେଲାଣି, ବିଲକୁ ଅାସୁନି ପାଣି

ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲକୁ ରେଙ୍ଗାଳୀ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଜମିକୁ ପାଣି ମାଡ଼ୁଥିବା କେନାଲର ବାଟବନ୍ଦ କରାଯିବା ସହ […]

vlcsnap-error499
କୋରାପୁଟର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ […]

vlcsnap-error755
ଅନ୍ଧାରରେ ୨ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍‌କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ ହୋଇଥିବା ୨୦୦ ବେଡ୍ ହସ୍ପିଟାଲର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି। ପୁରୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ତିଆରି ହୋଇଛି। ଯାହାକୁ […]

birds
ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ଥାନୀୟ ଲୋକେ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ। ବଡ଼ି ଭୋର୍‌ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ […]

bollywood actress
ଦେହଜୀବୀଙ୍କ ଦୁଃଖ କାହାଣୀ...କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]

vlcsnap-error380
ନଦୀ ପାଲଟିଛି ଚଲାପଥ

ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି […]

vlcsnap-error123
ଦାଉ ସାଧିଛି ଦଇବ; ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ଡାହାଣ ହାତ

ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡୋରି ବନ୍ଧାହେଲା। ଏହି କରୁଣ କାହାଣୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପେରୁପାଙ୍ଗ ଗାଁର ୧୯ ବର୍ଷୀୟ ମିତା ଶବରଙ୍କର। ଯେଉଁ ହାତରେ ନିଜ ଭାଗ୍ୟ […]

dibyanga
ଦିବ୍ୟାଙ୍ଗ ସନ୍ତାନଙ୍କୁ ବଞ୍ଚାଇବା ଲାଗି ମାଅାର ସଂଘର୍ଷ

ସୁବର୍ଣ୍ଣପୁର  : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]

kiki---
କିମିଅା କରୁଛି କିକି ଚ୍ୟାଲେଞ୍ଜ୍‌

ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍‌ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍‌ ଗାୟକ ଡ୍ରେକ୍‌ର ଲୋକପ୍ରିୟ ଅାଲବମ୍‌ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]

golden bridge
ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]

vlcsnap-error958
ନିର୍ମାଣାଧୀନ ଚେକ୍‌ ଡ୍ୟାମ୍‌ କାମ ନିମ୍ନମାନର ଅଭିଯୋଗ

ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ା ଜିଲ୍ଲା ଘୋଡ଼ାନାଲରେ ନିର୍ମାଣାଧୀନ ଚେକ୍‌ ଡ୍ୟାମ୍‌ର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼କୁ ଟାଣିଲେ ଉପୁଡ଼ି ଯାଉଥିବା ସହ ବାଲିବସ୍ତା ପୁରାଇ କଂକ୍ରିଟ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ, ଚାଷ ଜମିର ତଳ ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଚାଷୀ ନିରାଶ ହୋଇ ପଡିଛନ୍ତି। ତେବେ ଡ୍ୟାମ ତିଆରି ଲାଗି ଭୁଲ ଜାଗା ନିର୍ଦ୍ଧାରଣ […]

vlcsnap-error764
ଦୁର୍ଗମ ଅଞ୍ଚଳକୁ ବାଇକ୍‌ରେ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି। କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ […]

vlcsnap-error016
ଯୋଜନା ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ […]

tiger day1
ଅାଜି ବିଶ୍ୱ ବ୍ୟାଘ୍ର ଦିବସ

ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ। ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା […]

canal
ନିର୍ମାଣର ମାସେ ନପୁରୁଣୁ ଭୁଷୁଡ଼ିଲା କେନାଲ୍‌

ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି ପଡିଛି କେନାଲ।  ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ୩ଟି ପଞ୍ଚାୟତର ୪ ଶହ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ […]

705f1277-7db1-4788-85c7-9534504533c0
ଯେମିତି କାମକୁ ସେମିତି ଦରମା : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍‌ ଅଫ୍‌ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ୍‌ର କେଉଁ କର୍ମଚାରୀଙ୍କ ପାଇଁ ଲାଗୁହେବ ଏହି ନିୟମ ? ବିଜିନେସ୍‌ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏହି ନିୟମ ଜେନେରାଲ୍‌  ମ୍ୟାନେଜର ଗ୍ରେଡ୍‌ର ଅଧିକାରୀ […]

yogi
ପୁଲିସ ୟୁନିଫର୍ମରେ ମୁଖ୍ୟମନ୍ତ୍ରୀଙ୍କଠୁ ଅାଶୀର୍ବାଦ ନେବା ଫଟୋ ଭାଇରାଲ

ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଥିଲେ। ତେବେ ଏହି ସମୟରେ ସେ ତାଙ୍କଠୁ ଅାର୍ଶୀବାଦ ନେଉଥିବା ଫଟୋକୁ ସୋସିଅାଲ୍ ମିଡିଅାରେ ଅପଲୋଡ୍‌ କରିଥିଲେ ସେ। ଯାହାକୁ ନେଇ ଏବେ […]