• translate

Offbeat Updates

7
କମୁଛି ହୀରାକୁଦ୍‌ ଡ୍ୟାମ୍‌ର ଜଳ ପ୍ରବାହ, ଜାଣନ୍ତୁ କ’ଣ ରହିଛି କାରଣ

ଭୁବନେଶ୍ୱର: ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲ୍‌ମା ବ୍ୟାରେଜ୍। ଉପର ମୁଣ୍ଡରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡ଼ ବ୍ୟାରେଜ୍‌ ଅଧିକାଂଶ ଗେଟ୍ ବନ୍ଦ କରିଦେବା ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ଯେଉଁଠି ଅକ୍ଟୋବର ୩୧ ସୁଦ୍ଧା ଡ୍ୟାମ୍‌ରେ ୬୩୦ ଫୁଟ୍ ପାଣି ରହିବା କଥା ସେଠି ଏବେ ୬୨୭ ଫୁଟ୍ ପାଣି ରହିଛି। ଫଳରେ ଆଗକୁ ଜଳସେଚନ, ଶିଳ୍ପ ଓ ବିଦ୍ୟୁତ୍ ଉତ୍ପାଦନରେ ଘୋର ସଙ୍କଟ ଦେଖାଦେବା […]

1r
ଅସହାୟଙ୍କ ସାହାରା ଜଳନ୍ଧର; ନିଜ ଖର୍ଚ୍ଚରେ କରୁଛନ୍ତି ସେବା

ବରଗଡ଼:  ବୟସର ଅପରାହ୍ନରେ ପହଞ୍ଚିବା ପରେ ଅଲୋଡ଼ା ହୋଇ ପଡୁଛନ୍ତି ଘରର ବୟୋଜ୍ୟେଷ୍ଠମାନେ। କେଉଁଠି ପୁଅ ମା’କୁ ବଜାରରେ ଛାଡ଼ି ଚାଲି ଯାଉଛି ତ ଆଉ କିଏ ବୋହୂ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏମାନଙ୍କ ଦେବଦୂତ ସାଜିଛନ୍ତି ଏଭଳି ଜଣେ ବ୍ୟକ୍ତି ଯିଏକି ଏମାନଙ୍କୁ ନିଜର ଭାବି ଆପଣାଇଛନ୍ତି। ଏହି ବ୍ୟକ୍ତି ଜଣକ ମାନବ ସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ […]

5
ଢେଙ୍କାନାଳରେ ଧୁମ୍‌ଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଢେଙ୍କାନାଳରେ ଧୁମଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ସୁଉଚ୍ଚ ତୋରଣ, ସୁସଜ୍ଜିତ ମେଢ ଆଉ ମୀନାବଜାର ପାଲଟିଛି ମୁଖ୍ୟ ଆର୍କଷଣ। ଚଳିତ ବର୍ଷ ସହରରେ ୪ଟି ଚାନ୍ଦି ମେଢ ନିର୍ମାଣ ହୋଇଛି। ସେପଟେ ଆଉ ଦିନ କେଇଟା ପରେ ଭସାଣ ଥିବାରୁ ମା’ଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଗଣେଶ ବଜାରର ମା’ ଗଜଲକ୍ଷ୍ମୀଙ୍କ ଚାନ୍ଦିମେଢ଼, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀର ଚାନ୍ଦିମେଢ଼, ଲକ୍ଷ୍ମୀ ବଜାରର ଜରି ମେଢ଼ ଓ ପାର୍ଶ୍ୱ ପ୍ରତିମୂର୍ତ୍ତୀ ବହୁତ […]

survey
ସି-ଭୋଟର ସର୍ଭେ ; ଏସ୍‌ପି-ବିଏସ୍‌ପି ମେଣ୍ଟ ହେଲେ ଅଡୁଅାରେ ପଡ଼ିବ ଏନ୍‌ଡିଏ

ନୂଆଦିଲ୍ଲୀ / ଭୁବନେଶ୍ୱର : ଏନ୍‌ଡିଏ ରାସ୍ତାରେ ଏସ୍‌ପି-ବିଏସ୍‌ପି ପ୍ରତିବନ୍ଧକ। ଅାଗାମୀ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ଯଦି ଏସ୍‌ପି-ବିଏସ୍‌ପି ମେଣ୍ଟ ହୁଏ ,ତେବେ ସ୍ପଷ୍ଟ ବହୁମତ ପାଇବାରେ ବି ଫେଲ୍‌ ମାରିପାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ସି-ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଦେଶ୍‌କା ମୁଡ୍‌ରେ ଏମିତି କିଛି  ଅାକଳନ କରାଯାଇଛି। ଅାଜି ଦିନରେ ଯଦି ଦେଶରେ ଭୋଟ ହୁଏ, ତେବେ କେଉଁ ଦଳ ଓ କେଉଁ ମେଣ୍ଟର ସ୍ଥିତି କଣ ହେବ? ଦେଶର ସାଂପ୍ରତିକ ରାଜନୈତିକ […]

2
ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ

ଗଞ୍ଜାମ: ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିରେ ଏବେ ବି ଲୋକମାନେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ତିତ୍‌ଲିକୁ ତିନି ସପ୍ତାହ ପୂରିବାକୁ ବସିଲାଣି ହେଲେ ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପଞ୍ଚାୟତ ବାସିନ୍ଦା ଏବେ ଯାଏ ମଧ୍ୟ ଅଣ୍ଟା ସଳଖି କରି ପାରିନାହାନ୍ତି। ବାତ୍ୟା ପରବର୍ତ୍ତୀ ଋଷିକୂଲ୍ୟା ବନ୍ୟାରେ ଧୋଇ ହୋଇ ଯାଇଛି ଘର ଦ୍ୱାର ଏବଂ ଭାସିଯାଇଛି ସବୁ ଆସବାବ ପତ୍ର। କେବଳ ପଡ଼ିରହିଛି ଭିଟାମାଟି ଓ ନଷ୍ଟ ହୋଇ ଯାଇଥିବା ଚାଷଜମି। […]

14
ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଆଜି ଗୁଜରାଟରେ ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ତିଆରି ହୋଇଥିବା ବିଶ୍ୱର ଏହି ସର୍ବବୃହତ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୧୮୨ ମିଟର। ଯାହାର ନାଁ ରହିଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦ୍‌ଘାଟନ କରିବେ। […]

8
ଆସିଯାଇଛି ପର୍ଯ୍ୟଟନର ଋତୁ ; କାଲିଠୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ବାରିପଦା : ଆସିଯାଇଛି ପର୍ଯ୍ୟଟନର ଋତୁ। ଶିମିଳିପାଳରେ ପୁଣି ପର୍ଯ୍ୟଟକଙ୍କର ଭିଡ଼ ଜମିବ। କାରଣ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ହେଉଛି କାଳିଆଣୀ ଗେଟ୍। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର। ଅଭୟାରଣ୍ୟ ଭିତରେ ଅଛି ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର […]

madras
ସମସ୍ୟା ଘେରରେ ସରକାରୀ ମଦ୍ରାସା

ଯାଜପୁର  : ଅବହେଳିତ ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଦ୍ରାସା। ରାଜ୍ୟର ଏହା ଏକମାତ୍ର ମଦ୍ରାସା ଯେଉଁଠି ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠପଢାଯାଏ। ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିବା ଭଲ । ଛାତରୁ କଂକ୍ରିଟ୍ ଖସି ରଡ୍ ଦିଶୁଛି । ଛୋଟିଅା ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି ପିଲା । ଅାବଶ୍ୟକ ଶ୍ରେଣୀ ଗୃହ ଓ ଶୌଚାଳୟ ନଥିବାରୁ ସମସ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ଖେଳ ପଡିଅା ସହ ଭିତ୍ତିଭୂମିର ଅଭାବ […]

2
ତିତ୍‌ଲି ପରେ ଚାଷୀଙ୍କ ଚକଡ଼ା ଚିନ୍ତା

ରାୟଗଡ଼ା: ପ୍ରଥମେ ତିତ୍‌ଲି ଆଉ ଏବେ ଚକଡ଼ା ପୋକ, ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତିତ୍‌ଲି ପ୍ରଭାବରେ ବ୍ୟାପକ କପା ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଶହ ଶହ ହେକ୍ଟର ଜମିରେ ଚକଡ଼ା ପୋକ ମାଡ଼ି ଯାଇଛି। ଯେତେ କୀଟନାଶକ ସିଞ୍ଚନ କଲେ ମଧ୍ୟ କିଛି ସୁଫଳ ମିଳୁନି। ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ ଶହ ଶହ ହେକ୍ଟର ଜମିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶହ ଶହ […]

1
ମହାବାତ୍ୟାକୁ ପୂରିଲା ୧୯ ବର୍ଷ; ଏବେବି ଲିଭିନି ମହାବାତ୍ୟାର ସେହି କରାଳ ରୂପ

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। କିନ୍ତୁ ଏବେ ଯାଏ ମନରୁ ଲିଭିନି ସେଇ ପ୍ରକୃତିର କରାଳ ରୂପ। ଆଖି ଆଗରେ ଭାସିଯାଇଥିଲେ ପରିବାର ଲୋକ। ଉଜୁଡ଼ି ଯାଇଥିଲା ଜୀବନ ଜୀବିକା। ପ୍ରକୃତିର ତାଣ୍ଡବ ପରେ ଯେଉଁ କେତେଜଣ ବଞ୍ଚିଯାଇଥିଲେ ତାଙ୍କ ପାଇଁ ଦୁର୍ବିସହ ହୋଇ ଯାଇଥିଲା ଜୀବନ। ମହବାତ୍ୟାରେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର ଦାସମଠ ଓ ନଳଭେଡ଼ି ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ମହାବାତ୍ୟାର ୧୯ବର୍ଷ ପରେ ବି ଅନେକ […]

scb-up
ବଡ଼ ଅବ୍ୟବସ୍ଥାରେ ବଡ଼ ମେଡିକାଲ

କଟକ : ଭଲ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରାଜ୍ୟର ବିଭିନ୍ନ ଜାଗାରୁ କଟକ ବଡ଼ ମେଡିକାଲକୁ ଧାଇଁ ଅାସିଥାନ୍ତି ରୋଗୀ। ହେଲେ ଏଠି କିନ୍ତୁ ବିଚିତ୍ର ବ୍ୟବସ୍ଥା। ଏକ୍ସ-ରେଟିଏ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼େ ୩ରୁ ୪ ଦିନ। ସତେ ଯେମିତି ପଥର ତଳେ ରହିଯାଇଛି ରୋଗୀଙ୍କ ଭାଗ୍ୟ। ଏ ବିଚିତ୍ର ବ୍ୟବସ୍ଥା ହେଉଛି କଟକ ବଡ଼ ଡାକ୍ତରଖାନାର। ଅଲଟ୍ରାସାଉଣ୍ଡ କିମ୍ବା ଏକ୍ସ-ରେ ପାଇଁ ଅାସୁଥିବା ଗୁରୁତର ରୋଗୀଙ୍କ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତି ମେଡିକାଲ୍ […]

bjd-up
ପ୍ରତିହିଂସାକୁ ଅସ୍ତ୍ର କରିଛନ୍ତି କି ନବୀନ ସରକାର ?

ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ଅଠାକାଠିରେ ଫସିଥିବା ନବୀନ ସରକାର ଓ ବିଜେଡି ପ୍ରତିହିଂସା ପରାୟଣର ଷ୍ଟ୍ରାଟେଜି ଅାପଣାଇଛି କି? ଗତ କିଛି ଦିନର ଘଟଣାକ୍ରମକୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି। ବାରିପଦାରେ ଦାମଙ୍କ ସଭା ଭଣ୍ଡୁର ପାଇଁ ଉଦ୍ୟମ। ତାଳଚେରରେ ବୈଜୟନ୍ତଙ୍କ ବିରୋଧରେ ହଲ୍ଲାବୋଲ୍ । ଅାଳିରେ ଖାରବେଳଙ୍କୁ ଅାକ୍ରମଣ । ସପ୍ତାହେ ଭିତରେ ଘଟିଯାଇଥିବା ଏସବୁ ଘଟଣା ପରେ ଚର୍ଚ୍ଚା ହେଉଛି, ବିଜେଡି ଓ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କ ମୁହଁ […]

savji-up
ଚର୍ଚ୍ଚାରେ ହୀରା ବ୍ୟବସାୟୀ ସବ୍‌ଜି ଢୋଲାକିଅା ; କର୍ମଚାରୀଙ୍କୁ ଦେବେ କାର ଉପହାର

ସୁରତ :  ଅାଗକୁ ଅାସୁଛି ଦୀପାବଳି ।  ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ  କର୍ମଚାରୀଙ୍କୁ ବୋନସ ଅାକାରରେ କାର ଦେଇଥାଏ । ପ୍ରତିବର୍ଷ ଭଳି ଏଥର ମଧ୍ୟ କାର ଉପହାର ଦେଇ ପୁଣି ଚର୍ଚ୍ଚାକୁ ଅାସିଛନ୍ତି ସୁରତର ହୀରା ବ୍ୟବସାୟୀ ସବଜି ଢୋଲାକିଅା । ଧାଡି ଧାଡି ହୋଇ ଶହ ଶହ କାର ରଖା ହୋଇଛି । […]

gaja
ଆଜିଠାରୁ ଆରମ୍ଭ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପରିବେଶ। ପୂଜା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳରେ ଝଲସୁଛି ପୂଜାପେଣ୍ଡାଲ୍‌। ମା’ଙ୍କ ପୂଜା ପାଇଁ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ସେଠାରେ ପ୍ରାୟ ୨୫୦ରୁ ଅଧିକ ପେଣ୍ଡାଲ୍‌ରେ ପୂଜାର ଆୟୋଜନ କରାଇଛି। ୧୧ ଦିନ ଧରି ଚାଲିବ ମାଆଙ୍କ ପୂଜାର୍ଚ୍ଚନା। ଗଜଲକ୍ଷ୍ମୀଙ୍କ ପୂଜାରେ […]

3
କ୍ୟାମେରାରେ କଏଦ ହେଲା ‘ସୁନ୍ଦରୀ’ର ଗତିବିଧି

ଭୁବନେଶ୍ୱର: ରାତି ଅନ୍ଧାରରେ ଠାବ ହେଲା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ବାଘୁଣୀଟି ରହିଛି। ସେହି ଗାଁରେ ଏକ ବଳଦକୁ ଝୁଣି ଖାଇଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ ‘ସୁନ୍ଦରୀ’ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ସୁନ୍ଦରୀକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଛି। ଆଇନଶୃ଼ଙ୍ଖଳା ପରିସ୍ଥିତି ଦୃଷ୍ଟିରୁ  ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ […]

Jalandhara
କୋରାପୁଟର ବହି ମଣିଷ ଜଳନ୍ଧର ଗାଣ୍ଠ

କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ ବାହାରକୁ  ଯାଆନ୍ତି ପୁସ୍ତକ ଆଣିବାକୁ ଭୁଲନ୍ତି ନାହିଁ । ସବୁ ପୁସ୍ତକକୁ ଏକାଠି କରି ନିଜ ଘରେ କରିଛନ୍ତି ଏକ ଅନନ୍ୟ ପାଠାଗାର। ଜଳନ୍ଧରଙ୍କ ଏହି ପୁସ୍ତକ […]

1
ଏବେବି ଯାଇନି ତିତ୍‌ଲି ଦୁଃଖ

ଗଞ୍ଜାମ: ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏ ହୋଇଥିବା କ୍ଷୟକ୍ଷତିରେ ସୁଧାର ଆସିନି। ବିଶେଷ କରି ତିତ୍‌ଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି। ୧୨ ଦିନ ହେବ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି। ତିତ୍‌ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏକ ବିରାଟ ଘାଇ କାରଣରୁ ଧୋଇ ଯାଇଥିବା ରେଳଧାରଣା ଏବେ […]

deadbody-up
କଟକ ବଡ଼ ମେଡିକାଲ୍‌ରେ ସମ୍ବେଦନହୀନତାର ନଗ୍ନ ଦୃଶ୍ୟ

କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍‌ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଘଟଣା ଏହିପରି ….. ବଡ଼ ମେଡିକାଲ୍‌ର ମେଡିସିନ୍ ଓ୍ୱାର୍ଡ। ଅାଉ ତାରି ୧୦ ହାତ ଦୂରରେ ପଡ଼ିଛି ଜଣେ ମଣିଷର ଶବ। ସମୟ ସକାଳ ପାଖାପାଖି […]

lakha
ହକି ବିଶ୍ୱକପ୍‌ ଲାଗି ନିର୍ମାଣ ଚାଲିଛି ୭୦୦ ଲାଖ ବାକ୍ସ

ନବରଙ୍ଗପୁର: ବିଶ୍ୱ ଦରବାରରେ ନବରଙ୍ଗପୁର ଜିଲ୍ଲାର ଲାଖଶିଳ୍ପର ସ୍ୱତନ୍ତ୍ର ସ୍ଥାନ ରହିଛି। ଆସନ୍ତା ମାସରେ  ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ଖେଳାଳିଙ୍କୁ ଲାଖରେ ତିଆରି ଉପହାର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ସେଥିପାଇଁ ଲାଖରେ ତିଆରି ବାକ୍ସ ନିର୍ମାଣରେ ଲାଗିପଡ଼ିଛନ୍ତି ନବରଙ୍ଗପୁର ଶଙ୍ଖାରୀ ସାହିର କାରିଗରମାନେ। କାରିଗରମାନେ ମିଳିମିଶି ବାଉଁଶ ତିଆରି ବାକ୍ସରେ ସୁନ୍ଦର ସୂତା କାମରେ ଲାଗିପଡ଼ିଛନ୍ତି।। ଅଙ୍ଗାର ନିଆଁରେ ସେକି ଲାଖରେ ତିଆରି ସୂତାକୁ ଜୀବନ୍ତ ରୂପ ଦେଉଛନ୍ତି କାରିଗର। ବିଶ୍ୱ […]

3
ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍‌ଜନନୀ ମା’ ଦୁର୍ଗା

କେନ୍ଦ୍ରାପଡ଼ା: ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍‌ଜନନୀ ମା’ ଦୁର୍ଗା। ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଦୁର୍ଗା ଭସାଣିରେ ରହିଛି ସ୍ୱତନ୍ତ୍ରତା। ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ଆଣି ହଂସୁଆ ନଦୀରେ ଥିବା ସୁସଜ୍ଜିତ ଡଙ୍ଗାରେ ଭକ୍ତମାନେ ଅଶ୍ରୁଳ ବିଦାୟ ଦେଇଥାନ୍ତି। ପ୍ରଥମେ ଗୋପାଳକମାନେ ମା’ଙ୍କୁ କାନ୍ଧରେ ବୋହିନେଇ ବଜାର ପରିକ୍ରମା କରିଥାନ୍ତି। ପରିକ୍ରମା ପରେ ହଂସୁଆ ନଦୀରେ ଥିବା […]

2
ସରକାରଙ୍କ ତିତ୍‌ଲି ପୁନରୁଦ୍ଧାରକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର : ତିତ୍‌ଲିର ତାଣ୍ଡବରେ ଘରଦ୍ୱାର ବିଧ୍ୱସ୍ତ। ଜୀବନ ଜୀବିକା ହରାଇ ଅସହାୟ ଜନତା। ଏପଟେ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଅାଜି ବି ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ସଚିବ ରିଲିଫ୍ ଓ ପୁନଃରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ସୋରଡା-ଦାରିଙ୍ଗବାଡି ରାସ୍ତାକୁ ଛାଡି ଅନ୍ୟ ସବୁ ରାସ୍ତାର ମରାମତି ସରିଛି ଓ ଗ୍ରାମାଞ୍ଚଳରେ ୫୭୦ଟି ପାନୀୟ ଜଳ ପ୍ରକଳ୍ପର ପୁନରୁଦ୍ଧାର ସରିଛି। ଗଜପତିରେ ୧ଲକ୍ଷ ୨୦ […]

0
କୋରାପୁଟର ନିଆରା ପରମ୍ପରା ଲାଠି ଯାତ୍ରା

କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା  ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ ନ ଥାଏ।  ଏହି ନିଆରା ଲାଠି ଯାତ୍ରାରେ ବିଭିନ୍ନ ରଙ୍ଗର କପଡ଼ା ଓ ଫୁଲରେ ସଜ୍ଜିତ ହୋଇଥିବା ଏକ ବଡ଼ ବାଉଁଶ ଖଣ୍ଡକୁ ଗାଁର ଠାକୁରାଣୀ ଭାବେ […]

2
ତିତ୍‌ଲି ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି

ଗଞ୍ଜାମ: ତିତ୍‌ଲି ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମିରହି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି। କିନ୍ତୁ ବାତ୍ୟା ମାଡ଼ରେ ବୁଡ଼ିଯାଇଛି ଚାଷ ବେଉସା। ବ୍ୟାପକ ଫୁଲକୋବି ସହ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଚାଷୀ […]

11
ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ

ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ‘ତିତ୍‌ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍‌ ଲଗାଇ ଦେଇଛି ଚାଷୀ। ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏବେ ମଧ୍ୟ ଅନେକ ଧାନ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମକା ଚାଷ। ଚଳିତବର୍ଷ […]

jatin-up
ଲମ୍ବୁଛି #MeToo ତାଲିକା : ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର : ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ହୋଇଛି  ଅଭିଯୋଗ । ମହିଳା ଉଦ୍ୟୋଗୀ ତଥା ପରିବେଶବିତ୍ ନିଶା ବୋରା ଆଣିଛନ୍ତି ଏହି ଅଭିଯୋଗ । ୨୦୦୪ରେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନିଶା ଖୁଲାସା କରିବା ପରେ ସୃଷ୍ଟି ହୋଇଛି ହଲଚଲ୍। ନିଶା ନିଜ ଟ୍ୱିଟର ପେଜ୍‌ରେ ଏହି ଅଭିଯୋଗ ଆଣିଛନ୍ତି। ନିଶା ଅଭିଯୋଗ କରିଛନ୍ତି ଯେ, ୨୦୦୪ରେ ଯତୀନ୍‌ ଦାସଙ୍କ ସହ ଏକ […]