କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷର ବାଳକ!

ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍‌ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି ନେଇଥିଲା। ଏହି ଘଟଣାର କିଛି ସମୟ ପରେ ବାଳକଟିର ମାଉସୀ ତାଙ୍କୁ ଖୋଜି ଖୋଜି ନଦୀ ତଟରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ନଦୀର ଉପର ଭାଗରେ ଏକ କୁମ୍ଭୀରଟି ଏପଟ ସେପଟ ହେଉଛି। ସେ ତୁରନ୍ତ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତା’ପରେ ଯାହା ଘଟିଲା ତାହା ଖୁବ୍‌ ଯନ୍ତ୍ରଣାଦାୟକ ଥିଲା।

दर्दनाकः 14 साल का लापता बच्चा मगरमच्छ के पेट में मिला

ଖବର ଅନୁଯାୟୀ, ୧୪ ବର୍ଷୀୟ ରିକି ଗାନିଆ ମାଲେସିଆର କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ତା’ପରେ ୧୪ ଫୁଟ୍‌ ଲମ୍ୱାର ଏକ କୁମ୍ଭୀର ନଦୀ ଭିତରୁ ଆସି ବାଳକଟିର ଗୋଡ଼କୁ ଭିଡି ନଦୀ ଭିତରକୁ ଟାଣି ଟାଣି ନେଇଯାଇଥିଲା।  ଘଟଣାଟି ଗତ ଶୁକ୍ରବାର ଦିନ ଘଟିଥିଲା।

ରିକିକୁ ଖୋଜି ଖୋଜି ତାଙ୍କ ମାଉସୀ ନଦୀ ପାଖରେ ପହଞ୍ଚିଥିଲେ। ସେଠାରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଲେ। ତାଙ୍କ ମନରେ ସନ୍ଦେହ ହେଲା। ଏନେଇ ସେ ଗ୍ରାମାବାସୀ ଓ ଉଦ୍ଧାରକାରୀ ଟିମ୍‌କୁ ସାହାଯ୍ୟ ପାଇଁ ଖବର ଦେଲେ। କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବୃଥା ଯାଇଥିଲା। କୁମ୍ଭୀରଟି ସେଠାରୁ ପଳେଇ ଯିବାରେ ସକ୍ଷମ ହୋଇଥିଲା।

दर्दनाकः 14 साल का लापता बच्चा मगरमच्छ के पेट में मिला

ପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍‌ ଏକ ଉପାୟ ଚିନ୍ତାକଲେ କୁମ୍ଭୀରକୁ ଧରିବା ପାଇଁ। କୁମ୍ଭୀରକୁ କୁକୁଡ଼ାକୁର ଲୋଭ ଦେଖାଇଥିଲେ। ଶେଷରେ ଚାରିଦିନ ପରେ କୁକୁଡ଼ା ଲୋଭରେ କୁମ୍ଭୀରଟି ଧରାପଡ଼ିଲା। ଏହାପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍‌ କୁମ୍ଭୀରକୁ ନଦୀରୁ ବାହାର କରିଥିଲେ।

दर्दनाकः 14 साल का लापता बच्चा मगरमच्छ के पेट में मिला

ସ୍ଥାନୀୟ ଲୋକମାନେ ତୁରନ୍ତ କୁମ୍ଭୀରଟିକୁ କାଟିବାକୁ ଲାଗିଲେ। କିନ୍ତୁ କୁମ୍ଭୀର ପେଟରୁ ରିକିର କିଛି ପୋଷାକ ଓ ଶରୀରର କିଛି ଅଂଶ ମିଳିଲା। ଉଦ୍ଧାରକାରୀ ଟିମ୍‌ଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁମ୍ଭୀରଟି ଧରାପଡିଥିଲା।

ଉଦ୍ଧାରକାରୀ ଟିମ୍‌ର କର୍ମଚାରୀମାନେ କୁମ୍ଭୀର ପେଟରୁ ରିକି ଗାନିଆଙ୍କ ମୃତଦେହର କିଛି ଅଂଶକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କୁ ଦେଇଥିଲେ। ଏହା ପରେ ରିକିଙ୍କର ଅନ୍ତିମ ସଂସ୍କାର  କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like