ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ!

  • ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ
  • ମହଲରେ ରହିଛି ୧୩୫ କୋଠରୀ

ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି ଜଣେ ରାଜକୁମାର। ଯାହାକୁ ନେଇ ପୂରା ଦେଶରେ ଚାଲିଛି ଜୋରସୋରରେ ଚାଲିଛି।

ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା କାଠିକର ପାଠ ହୋଇଗଲାଣି, ଗୋଟିଏ ପ୍ରକାର ସହରରେ ମଧ୍ୟବିତ ପରିବାର ଘର କରିବା ଅସମ୍ଭବ ହୋଇ ପଡିଲାଣି। କେବଳ ଏତିକି ନୁହେଁ ବରଂ ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି।

ସୂଚନା ଅନୁସାରେ, ବର୍ଲିିନର ଜଣେ ରାଜକୁମାର ତାଙ୍କ ପିତାଙ୍କ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଜର୍ମାନ ସହରର ହନୋୱରର ରାଜା ଅର୍ନଷ୍ଟ ଅଗଷ୍ଟ ଜୁନିୟର ନିଜର ୧୩୫ କୋଠରୀ ବିଶିଷ୍ଟ ରାଜମହଲ ବିକିବା ଖବର ଏବେ ବେଶ୍ ଚର୍ଚ୍ଚିତ ହୋଇଛି । ରାଜା ଅର୍ନଷ୍ଟ ଅଗଷ୍ଟ ‘ମ୍ୟାରିନବର୍ଗ’ ନାମକ ରାଜମହଲକୁ ୨୦୦୦ ମସିହାରେ ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ୧୮ ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଅର୍ନଷ୍ଟ ଅଗଷ୍ଟ ଜୁନିୟର ଏହି ରାଜମହଲକୁ ବିକିବାକୁ ଘୋଷଣା କରିଥିଲେ । ହେଲେ ଏହି ମହଲକୁ ନେବାକୁ କେହି ଆଗ୍ରହ ପ୍ରକାଶ ନକରିବାରୁ ସେ ତାକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି। ତେବେ ଏହି ଖବର ପାଇବା ପରେ ଅବଶ୍ୟ ରାଜା ତାଙ୍କ ପୁଅଙ୍କ ନାମରେ ମାମଲା ଦାୟର କରିଛନ୍ତି।

ତେବେ ମହଲକୁ ବିକ୍ରି କରିଦେଇଥିବା ରାଜକୁମାର କହିଛନ୍ତି ଯେ,ଏହି ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକତ ରହିଛି। ହେଲେ ଏତେ ଗୁଡିଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ ଏହାକୁ ବାଧ୍ୟ ହୋଇ ବିକ୍ରି କରିଦେଇଛନ୍ତି। ଅନ୍ୟପଟେ ରାଜକୁମାରଙ୍କର ଏଭଳି କାମ ଦେଖି ଅଷ୍ଟ୍ରିଆର ରାଜା ଏବେ ରାଜକୁମାରଙ୍କ ନାମରେ ମାମଲା ଦାୟର କରିବା ସହ ଏକ ଲଜରେ ଭଡ଼ା ନେଇ ରହୁଛନ୍ତି । ରାଜା ଅଭିଯୋଗ କରିଛନ୍ତି କି ତାଙ୍କୁ ତାଙ୍କ ପୁଅମାନେ ଆର୍ଥିକ ସହାୟତା ଦେଉ ନାହାନ୍ତି। ତେଣୁ ସେ ବାଧ୍ୟ ହୋଇ ଇଚ୍ଛା ନଥିଲେ ବି ଲଜରେ ଭଡାରେ ରହୁଛନ୍ତି।

You might also like