ଆସୁଛି ଆଲୋକର ପର୍ବ ଦୀପାବଳି ; ଲକ୍ଷ୍ମୀଙ୍କ ସହ ଆଉ କାହାକୁ ପୂଜା କରିବେ, ଜାଣନ୍ତୁ

ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ।

ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଭଗବାନ ଗଣେଶଙ୍କର ପୂଜା କରିଥାନ୍ତି। ଭାରତ ଛଡ଼ା ଏହି ପର୍ବକୁ ଅନ୍ୟ କିଛି ଦେଶ ମଧ୍ୟ ପାଳନ କରନ୍ତି ଏବଂ ଏହି ଦିନଟିକୁ ଛୁଟି ଘୋଷଣା କରନ୍ତି।

ହିନ୍ଦୁ, ଜୈନ, ଶିଖ୍ ଏବଂ ବୌଦ୍ଧ ଧର୍ମାଲମ୍ୱୀମାନେ ଏହି ପର୍ବକୁ ପାଳନ କରନ୍ତି। ଏଥିସହିତ ପ୍ରତ୍ୟେକ ଧର୍ମ ସହିତ ଏହି ଦିନଟିର ମହତ୍ତ୍ୱ ଜଡ଼ିତ ଥାଏ। ଦୀପାବଳୀକୁ ନେଇ ଅନେକ କିଛି ଲୋକ କଥା ମଧ୍ୟ ରହିଛି।

୧. ମା’ ଲକ୍ଷ୍ମୀଙ୍କ ଜନ୍ମଦିନ-

କୁହାଯାଏ ମା’ ଲକ୍ଷ୍ମୀ ଏହି ଦିନରେ ଜନ୍ମ ହୋଇଥିଲେ ଏବଂ ଏହି ଦିନରେ ହିଁ ଭଗବାନ ବିଷ୍ଣୁଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେଣୁ ଭଗବାନଙ୍କର ବିବାହ ବାର୍ଷିକୀକୁ ପାଳନ କରିବା ପାଇଁ ଲୋକମାନେ ନିଜ ଘରକୁ ଆଲୋକରେ ସଜେଇଥାନ୍ତି।

୨. ଶିଖ୍‌ ଧର୍ମାଲମ୍ୱୀଙ୍କ ପାଇଁ ବିଶେଷ ଦିନ-

ଏହି ଦିନଟିକୁ ଶିଖ୍‌ ଧର୍ମ ଗୁରୁ ଅମର ଦାସ ରେଡ୍‌ ଲେଟର ଡେ ନାମରେ ନାମିତ କରିଥିଲେ। ଏହି କାରଣରୁ ଶିଖ୍‌ମାନେ ଦିନଟିକୁ ପାଳନ କରି ଗୁରୁଙ୍କ ଆଶିର୍ବାଦ ପ୍ରାପ୍ତ କରିଥାନ୍ତି।

୩. ଶେଷ ହୋଇଥିଲା ପାଣ୍ଡବଙ୍କ ବନବାସ-

ମହାଭାରତ ଅନୁସାରେ କାର୍ତ୍ତିକ ଅମାବାସ୍ୟା ଦିନ ହିଁ ପାଣ୍ଡବଙ୍କ ବନବାସ ପୂରଣ ହୋଇଥିଲା। ଦୀର୍ଘ ୧୨ ବର୍ଷର ବନବାସ ପୂରଣ ହେବା ଖୁସିରେ ପାଣ୍ଡବଙ୍କୁ ଭଲପାଉଥିବା ଲୋକ ନିଜ ଘରମାନଙ୍କରେ ଦୀପ ଜାଳିଥିଲେ।

୪. ବିକ୍ରମାଦିତ୍ୟଙ୍କ ରାଜ ତୀଳକ-

ରାଜା ବିକ୍ରମାଦିତ୍ୟ ଯିଏକି ଦୁନିଆର ସବୁଠାରୁ ବଡ଼ ସାମ୍ରାଜ୍ୟରେ ରାଜୁତି କରୁଥିଲେ, ଆଜି ଦିନରେ ତାଙ୍କର ରାଜ ତୀଳକ କରାଯାଇଥିଲା।

Vikramaditya: The Lengedary King of Bharath Crowned on September 17th - KAILASA's Hinduism Now | KAILASA's Hinduism Now

୫. ନରକାସୁର ବଦ୍ଧ-

ଦେବକୀ ନନ୍ଦନ କୃଷ୍ଣ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକାସୁରର ବଦ୍ଧ କରିଥିଲେ। ଯେଉଁ କାରଣରୁ ଏହି ଦିନଟିକୁ ଧୁମ୍‌ଧାମ ସହ ପାଳନ କରାଯାଏ।

Why celebrate Naraka Chaturdashi with Fire Crackers? – Wealth Vruddhi – Blog

୬. ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ-

ଏହି ଦିନ ଭଗବାନ ରାମଚନ୍ଦ୍ର ପତ୍ନୀ ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ସଫଳତାର ସହ ୧୪ ବର୍ଷର ବନବାସ ପୂରଣ କରି ଅଯୋଧ୍ୟାକୁ ଫୋରିଥିଲେ। ସେମାନଙ୍କ ଫେରିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଦାନକରି ସାରା ରାଜ୍ୟକୁ ଆଲୋକିତ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦୀନକୁ ଦୀପାବଳି ଭାବେ ପାଳନ କରାଯାଉଛି।

୭. ଫସଲ ଅମଳ ପର୍ବ-

ଖରିଫ ଫସଲର ଅମଳ ସମୟରେ ଏହି ପର୍ବ ପାଳନ କରାଯାଇଥାଏ। କାରଣ ଏହି ସମୟ କୃଷକମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଏବଂ ସେମାନଙ୍କ ସମୃଦ୍ଧିର ସମୟ ହୋଇଥାଏ।

Govt to set 7.4% GDP growth rate for FY2018 | Dhaka Tribune

୮. ହିନ୍ଦୁ ନବ ବର୍ଷ-

ଦୀପାବଳି ସହ ହିନ୍ଦୁ ବ୍ୟବସାୟୀଙ୍କ ପାଇଁ ନୂଆବର୍ଷର ଆରମ୍ଭ ହୋଇଥାଏ। ଏହି ଦିନଠାରୁ ବ୍ୟବସାୟୀ ବାକି ଅସୁଲ କରି ନୂଆ ଖାତାର ଆରମ୍ଭ କରନ୍ତି।

 

 

You might also like