• translate
Odishatv Bureau

କାର ନିର୍ମାତା ଭାବେ ଭଲ୍‌ଭୋ କମ୍ପାନୀ ସାରା ଦୁନିଆରେ ପରିଚିତ। ଏହି କମ୍ପାନୀ ସାଧାରଣତଃ ଲକ୍‌ଜ୍ୟୁରୀ ଦାମୀ କାର ଉତ୍ପାଦନ କରିଥାଏ।

ହଠାତ୍ ନିକଟରେ ଦେଖିବାକୁ ମିଳିଲା ଏହି କମ୍ପାନୀ ତାର ଲକ୍‌ଜ୍ୟୁରୀ କାରକୁ ୧୦୦ ଫୁଟ୍‌ ଉଞ୍ଚାରୁ ଏକ ଗହିରିଆ ଖାଲକୁ ଫିଙ୍ଗି ଦେଉଛି। ଦେଖିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ପରେ ଜଣାପଡ଼ିଲା, କମ୍ପାନୀ ପକ୍ଷରୁ ଏହି ଅଜବ କାରନାମା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଉଛି। ଗ୍ରାହକଙ୍କ ସୁରକ୍ଷା ପରଖିବା ପାଇଁ ଏପରି କରାଯାଉଛି।

ଏହି କ୍ରାସ ଟେଷ୍ଟକୁ ଆଧାର କରି ରେସ୍କ୍ୟୁ ଦକ୍ଷତା ବଢ଼ାଯାଇ ପାରିବ ଏବଂ ଯେକୌଣସି ବିପଦପୂର୍ଣ୍ଣ ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେ ବିଷୟରେ ଅଧିକ ଜାଣିହେବ।

ପୂର୍ବରୁ ଏହି କାମ ପାଇଁ ଦୁଇ ଦଶନ୍ଧିର ଗାଡ଼ିକୁ ବ୍ୟବହାର କରାଯାଉଥିଲା। କିନ୍ତୁ କମ୍ପାନୀ ଏହିଥର ବ୍ରାଣ୍ଡ୍‌ ନୂଆ କାରକୁ କ୍ରାସ୍‌ ଟେଷ୍ଟିଂରେ ସାମିଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲା।

ଭଲ୍‌ଭୋ କମ୍ପାନୀ ଏକ ଟ୍ୱିଟ୍‌ କରିଛି। ଯେଉଁଥିରେ ଏହି କାରଗୁଡ଼ିକର କ୍ରାସ୍‌ ଟେଷ୍ଟିଂ ଭିଡିଓକୁ ସେୟାର କରାଯାଇଛି। ଏହାର କ୍ୟାପ୍ସନରେ ଲେଖାଯାଇଛି କି ଆମେ ଆମର ଆପାତଃକାଳୀନ ସେବା ପାଇଁ ନୂଆ ଟେକ୍ନୋଲୋଜିର ଲଞ୍ଚ୍‌ କରିବାକୁ ଚାହୁଁଛୁ। ଯେଉଁଥିରେ କି ଭୟାନକ ଦୁର୍ଘଟଣାରେ ଗାଡ଼ି ଭିତରେ ପଶି ରହିଥିବା ଲୋକଙ୍କୁ ଅତି ସହଜରେ ବାହାରକୁ ଅଣାଯାଇପାରିବ।

ହେଲେ ଏପରି ପରୀକ୍ଷା କରିବାକୁ କମ୍ପାନୀର ପୁରୁଣା ପକ୍ରିୟ ପର୍ଯ୍ୟାପ୍ତ ହୋଇନଥାନ୍ତା। ତେଣୁ କମ୍ପାନୀ ଏହାର ଟେଷ୍ଟିଂ ପକ୍ରିୟାର ସ୍ତରକୁ ଆଗକୁ ବଢ଼ାଇଥିବା ଏହି ଟ୍ୱିଟ୍‌ରେ କୁହାଯାଇଛି।

Other Stories

  • Dev Deepawali | Devotees Offer Diyas In Puri, Special Rituals At Puri Srimandir
    Dev Deepawali ଶ୍ରୀମନ୍ଦିରରେ ଦେବ ଦୀପାବଳି

    ପବିତ୍ର ଦେବଦୀପାବଳୀର ଅନ୍ତିମ ଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ନୀତି ପାଳନ ହୋଇଛି ।ଅନ୍ତିମ ଦିନରେ ପିତାମାତା ନନ୍ଦ, ଯଶୋଦା, ଦେବକୀ, ବସୁଦେବ ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଛି

  • Konark mahotsav
    Konark Mahotsav ଓଡିଶୀ ନୃତ୍ୟରେ ଉତ୍ସବମୁଖରିତ ହୋଇ ଉଠିଲା କୋଣାର୍କ ମହୋତ୍ସବ

    କାଲିଠୁ ଆରମ୍ଭ ହୋଇଛି ବହୁପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ହିଁ ପାରମ୍ପରିକ ନୃତ୍ୟ ଓଡିଶୀର କଳା ପରିବେଶଣରେ ଉତ୍ସବମୁଖରିତ ହୋଇ ଉଠିଛି କୋଣାର୍କ । ନାନା ପ୍ରକାରର ଭାବଭଙ୍ଗୀରେ ନୃତ୍ୟ ଦେଖାଇ ଲୋକଙ୍କ ମନକୁ...

  • 5-Day Konark Festival To Begin Today
    5-Day କଟକଣା ଭିତରେ ହେବ କୋଣାର୍କ ଉତ୍ସବ

    ଆଜିଠୁ ଆରମ୍ଭ ହେଉଛି ୩୨ତମ କୋଣାର୍କ ଉତ୍ସବ.. ଏହା ସହ ଆରମ୍ଭ ହେବ ନବମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ.. କୋଭିଡ୍ କଟକଣା ମଧ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ୫ ଦିନ ଧରି କୋଣାର୍କ ଉତ୍ସବ ଅନୁଷ୍ଠିତ...

  • Prathamastami Celebrations In Odisha
    Prathamastami ପ୍ରଥମାଷ୍ଟମୀରେ ଘରେ ଘରେ ପିଠାପଣା

    ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ, ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।