ଟ୍ୱିନ୍ ସିଟିରେ ଜିରୋ ନାଇଟ୍‌ ସେଲିବ୍ରେସନ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ଦିନକ ପରେ ନୂଆବର୍ଷ। ବିଦାୟ ନେବ ପୁରୁଣା ବର୍ଷ। ୨୦୧୮ ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଉତ୍ସାହ। ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ବିଭିନ୍ନ ହୋଟେଲରେ ଆୟୋଜନ ହେଉଛି ଜିରୋ ନାଇଟ୍‌ ସେଲିବ୍ରେସନ୍।

ହୋଟେଲ ସହ କ୍ଲବ, ରେଷ୍ଟୁରାଣ୍ଟ ସବୁଆଡ଼େ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ  ଜୋରଦାର ପ୍ରସ୍ତୁତି ଚାଲିଛି। ହୋଟେଲ ଗୁଡିକରେ ସଂଗୀତ କାର୍ଯ୍ୟକ୍ରମ ସହ ନୂଆବର୍ଷ ଉତ୍ସବ ପାଳନ ଆୟୋଜନ ହେଉଥିବାରୁ ତତ୍ପର ହୋଇ ଉଠିଛି ପ୍ରଶାସନ। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ପ୍ରଶାସନ ପକ୍ଷରୁ ହୋଟେଲ ଓ କ୍ଲବ୍ ଗୁଡିକରେ ରେଡ୍ କରାଯାଉଛି।

ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରୁଛି ଅଗ୍ନିଶମ ବାହିନୀ। ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ ଚାଲିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ରାତି ୧୧ଟା ୫୫ରୁ ରାତି ୧୨ ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି।

You might also like