• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବାଣ ଓ ଭୋଜି ପାଇଁ ରାଜଧାନୀରେ ହତ୍ୟାକାଣ୍ଡ। ପ୍ରଥମେ ମିମାଂସା, ପରେ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଅମରେଶ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ହତ୍ୟାକାରୀମାନଙ୍କୁ ଏଯାଏ ପୁଲିସ ଧରି ପାରିନଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚହଳ ପକାଇ ଦେଇଛି।

ଏକାମ୍ର କଲେଜ ସାମ୍ନାରେ ଘଟିଛି ଏହି ହତ୍ୟାକାଣ୍ଡ। ଦୀପାବଳି ରାତିରେ ପ୍ରଥମେ ଅମରେଶ ଓ ତାଙ୍କ ଗ୍ରୁପ ପିଲାଙ୍କ ସହ ପ୍ରତିପକ୍ଷ ଗୋଷ୍ଠୀଙ୍କର ଗଣ୍ଡଗୋଳ ହୋଇଥିଲା। ମାତ୍ର ବିଳମ୍ବିତ ରାତିରେ ପୁନର୍ବାର ମରଣାନ୍ତକ ଆକ୍ରମଣ ପରେ ପ୍ରାଣ ବିକଳରେ ଅମରେଶଙ୍କ ଦୁଇ ସହଯୋଗୀ ଦୁର୍ବୃତ୍ତଙ୍କଠାରୁ ଖସି ଅମରେଶ ଘରକୁ  ଜଣାଇବାକୁ ଯାଇଥିଲେ। ଆଉ ଏପଟେ ଗୋଡ଼ାଇ ଗୋଡ଼ାଇ ଅମରେଶକୁ ହତ୍ୟା କରାଯାଇଥିଲା। ପୁଲିସ ଏନେଇ ୨୦ରୁ ଅଧିକ ଲୋକଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି।

ଅମରେଶ ଓ ତାଙ୍କ ସହଯୋଗୀ ଭୋଜି କରୁଥିବା ସ୍ଥାନଠୁ କିଛି ଦୂରରେ ବମ ସ୍କ୍ୱାଡ୍ ଟିମ୍ ୫ଟି ବୋମା ଜବତ କରିବା ସହ ସେଗୁଡ଼ିକୁ ନିଷ୍କ୍ରିୟ କରିଛି। ଫୋରେନ୍‌ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ କରି ସୁରାଗ ସଂଗ୍ରହ କରିଛି। ଏତଲାରେ ଜଣେ ପୂର୍ବତନ କର୍ପୋରେଟର ମଣ୍ଟୁ ନନ୍ଦଙ୍କ ନାଁ ଥିବାବେଳେ ଏୟାର ଫିଲ୍ଡ ପୁଲିସ ତାଙ୍କୁ ଗତ ରାତିରୁ ଅଟକ ରଖିଥିଲା। ହେଲେ ଥାନାରେ ତାଙ୍କ ସମର୍ଥକ କଡ଼ ପ୍ରତିବାଦ କରିବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଛି। ଏପଟେ ସ୍ଥାନୀୟ ଲୋକେ ଅମରେଶ ନାୟକର ଅପରାଧିକ ରେକର୍ଡ ଥିବା ଅଭିଯୋଗ କରିଛନ୍ତି।  ନିଜେ ଡିସିପି ହତ୍ୟାକାଣ୍ଡ ସ୍ଥାନକୁ ଯାଇ ଖୋଳତାଡ଼ କରିଛନ୍ତି।

Youths-murder-in-bhubaneswar-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories