ପୋଲିସ୍ ହାତରେ ଧରାପଡ଼ିଲେ ରାଜଧାନୀର ରୋଡ୍ ରୋମିଓ
ଭୁବନେଶ୍ୱର: ପୋଲିସ୍ ହାତରେ ଧରାପଡ଼ିଲେ ରାଜଧାନୀର ରୋମିଓ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍ ଚଲାଉଥିବା ରୋଡ୍ ରୋମିଓଙ୍କୁ ପୋଲିସ୍ ଧରିଛି।
ସୂଚନା ଅନୁସାରେ, ଦୁଇ ଯୁବକ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍ ଚଲାଉଥିବା ବେଳେ ଟ୍ରାଫିକ୍ ପୋଲିସ୍ ସେମାନଙ୍କୁ ଧରିଥିଲା। ଏହି ଫୁଟ୍ ଓଭର ବ୍ରିଜ୍ରେ ଅନେକ ଦିନ ଧରି ନିଶା କାରବାର ସହ ଅନେକ ଅମାନିଆ ଲୋକ ବେପରୁଆ ଭାବେ ବାଇକ ଚଲାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।
ଶେଷରେ ଟ୍ରାଫିକ ପୋଲିସ୍ ହାତରେ ଧରା ପଡିଛନ୍ତି ଏହି ଅମାନିଆ ରୋଡ୍ ରୋମିଓ।