କ୍ୱାରେଣ୍ଟିନ୍‌ ସେଣ୍ଟରରୁ ପ୍ରବାସୀଙ୍କୁ ନେଲାନି ଆମ୍ବୁଲାନ୍ସ, ଶେଷରେ ଆଖି ବୁଜିଲେ

ସୋର: କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀଙ୍କ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗାଁର ବିପିନି ବିହାରି ମଳିକ।

ବିପିନ ଗତ କିଛି ବର୍ଷ ଧରି ମୁମ୍ବାଇରେ କାମ କରୁଥିଲେ। ଗତ ୨୭ରେ ବିପିନ ତାଙ୍କ ବଡ ଭାଇଙ୍କ ସହ ମୁମ୍ବାଇରୁ ଫେରିଥିଲେ ଓ ୨୯ରେ ଭଦ୍ରକରେ ପହଞ୍ଚିଥିଲେ।

ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ୱାରେଣ୍ଟିନ୍ ସେଣ୍ଟର ଯାଇ ସେଠାରେ ରହିଥିଲେ। ଗତକାଲି ରାତିରେ ବିପିନ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଓ ୧୦୪କୁ ଯୋଗାଯୋଗ କରାଯାଇଥିଲା। ହେଲେ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ରୋଗୀ ଆଣିବାକୁ ଆମ୍ବୁଲାନ୍ସ ମନା କରି ଦେଇଥିବା ସୂଚନା ମିଳିଛି। ଫଳରେ ଉପାୟଶୂନ୍ୟ ହୋଇ ବିପିନଙ୍କ ବଡ଼ ଭାଇ ତାଙ୍କୁ ବାଇକ୍‌ ଯୋଗେ କ୍ୱାରେଣ୍ଟିନ୍ ସେଣ୍ଟରରୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ବିପିନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା।

You might also like