ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଛେଚିଲେ ଗାଁ ଲୋକ

  • ପିଲାଚୋର ସନ୍ଦେହରେ ପ୍ରବଳ ମାଡ଼ ଖାଇଲେ ଦୁଇ ଯୁବକ
  • କମର୍ଦ୍ଧା ଥାନା ରସଲପୁର ଗାଁରେ ଘଟିଛି ଘଟଣା
  • ୨ ଯୁବକଙ୍କୁ କମର୍ଦ୍ଧା ପୋଲିସକୁ ଦେଲେ ଜିମା
  • ଘଟଣାର ତଦନ୍ତ କରୁଛି ପୋଲିସ

କମର୍ଦ୍ଦା : ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଯୁବକଙ୍କୁ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରସଲପୁର ଗାଁରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ୪ ଜଣ ଯୁବକ ଏକ କାରରେ ରସଲପୁର ଗାଁକୁ ଆସିଥିଲେ ଏବଂ ଗାଁର ଅଭିମନ୍ୟୁ ବେହେରାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଘର ଲୋକେ ପାଟିତୁଣ୍ଡ କରିଥିଲେ । ଏତିକି ବେଳେ ଘଟଣା ସ୍ଥଳରୁ ୨ଜଣ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗାଁଲୋକେ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । କାରଟିକୁ ଉତ୍ୟକ୍ତ ଗ୍ରାମବାସୀ ପାଖରେ ଥିବା ଏକ ଖାଲକୁ ପକାଇ ଦେଇଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ କାର ଯୋଗେ ଅଭିମନ୍ୟୁ ବେହେରା ନାମକ ବ୍ୟକ୍ତିଙ୍କ ଘରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଘରେ କେହି ପଶୁଥିବାର ଶବ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ ଏବଂ ଚିତ୍କାର କରିଥିଲେ। ତାଙ୍କ ଘରେ ଏକ କୁନି ଝିଅ ଥିବା ଜଣାପଡ଼ିଛି। ଅନ୍ୟପଟେ ପାଟି ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ ଗ୍ରାମବାସୀ। ଏବଂ ଦୁଇ ଜଣ ଯୁବକଙ୍କୁ କାବୁ କରିନେଇଥିଲେ, କିନ୍ତୁ ଜଣେ ଯୁବକ ଫେରାର ହୋଇଯାଇଥିଲେ।

ତେବେ ଧରାପଡ଼ିବା ପରେ ଉଭୟଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଇଛନ୍ତି ଗ୍ରାମବାସୀ। ସେମାନେ ଆସିଥିବା କାରକୁ ଭଙ୍ଗାରୁଜା କରିବା ସହ ଏକ ଖାଲକୁ ଠେଲି ଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଦୁଇ ଜଣ ଭୋଗରାଇର ଦେଉଳା ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ କେଉଁ ଉଦ୍ଦେଶ୍ୟରେ ଦୁଇ ଯୁବକ ଆସିଥିଲେ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ।

You might also like