ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ

ଭୁବନେଶ୍ୱର: ମହଙ୍ଗା ପଡିଲା କମେଣ୍ଟ ମରା। ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ।

ଖବର ମୁତାବକ, ଖଣ୍ଡଗିରି ଜୟଦେବବାଟିକାରୁ ଘାଟିକିଅା ଅଭିମୁଖେ ଯୁବତୀ ଜଣଙ୍କ ଅାସୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ତାଙ୍କୁ ପିଛା କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏମିତିକି ପିଛା କରି ଯୁବତୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ହଇରାଣ ହରକତ କରୁଥିବାରୁ ଯୁବତୀ ଜଣଙ୍କ କିଛି ସ୍ଥାନୀୟ ଲୋକ ଓ ପଡୋଶୀଙ୍କୁ ଡାକି ଉକ୍ତ ଯୁବକକୁ ନିର୍ଧୁମ ପିଟିଥିଲେ। ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

You might also like