ଭୁବନେଶ୍ୱର: ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ରବିବାର। ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଏହା ବନ୍ଦ ଥିବାରୁ ଯୁବକ ଉପର ବାଟ ଦେଇ ଟ୍ରକ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଟ୍ରକ ମାଲିକ ଦେଖି ପାଟି କରିଥିଲେ। ଏତିକି ବେଳେ ଅନ୍ୟ ଟ୍ରକ ଚାଳକମାନେ ଏକାଠି ହୋଇ ଖସି ଯିବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ପରେ ନିସ୍ତୁକ ମାଡ଼ ମାରିବା ପରେ ପୋଲିସରେ ଜିମା ଦେଇଥିଲେ। ସେପଟେ ଧରାପଡିବା ପରେ ଟ୍ରକ ଭିତରକୁ ବୋତଲ ଆଣିବା ପାଇଁ ଯାଇଥିବା ଯୁବକ ଜଣକ କହିଛନ୍ତି।