ନୟାଗଡ଼: ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବଡ଼ଧଡ଼ା ଗାଁରେ ଏହି ଘଟଣା ଘଟିଛି। ତାଙ୍କ ନାଁ ଜିତୁ ନାୟକ। ତାଙ୍କ ଘର କୋରଡ଼ା ଗାଁରେ।
କେହି ଦୁର୍ବୁତ୍ତ ଜିତୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତ୍ରିନାଥ ମନ୍ଦିର ପରିସରରେ ମୃତଦେହକୁ ଫୋପାଡ଼ି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ କରୁଛି।