ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ନବରଙ୍ଗପୁର: ସାଙ୍ଗ ସାଜିଲା ବଇରି। ସାଙ୍ଗର ଏଟିଏମ୍ କାର୍ଡ ଚୋରି କରି ସେଥିରୁ ଲକ୍ଷେ ୧୦ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଲିସ ଏହି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ଗତ ୨୩ ତାରିଖରେ ବି.ଏମ ସେମଲା ଗାଁର ନିରଞ୍ଜନଙ୍କ ଠାରୁ ତାଙ୍କ ସାଙ୍ଗ ଜୟଦାସ ହିଆଲ୍ ଚତୁରତାର ସହ ଏଟିଏମ୍ ଚୋରି କରି ନେଇଥିଲେ। ନିରଞ୍ଜନଙ୍କ ଏଟିଏମ୍ ପାସୱାର୍ଡ ଜାଣିଥିବାରୁ ୩ଟି କିସ୍ତିରେ ଲକ୍ଷେ ୧୦ ହଜାର ଟଙ୍କା ଉଠାଇଥିଲେ।

ଏହା ଜାଣିବାପରେ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ ନିରଞ୍ଜନ। ପୋଲିସ ବିଭିନ୍ନ ବ୍ୟାଙ୍କର ସିସିଟିଭି କ୍ୟାମେରା ଚେକ୍ କରିବା ପରେ ତାଙ୍କ ୩ ଜଣ ସାଙ୍ଗ ହିଁ ଚୋରି କରିଥିବା ଜାଣିବାକୁ ପାଇଥିଲେ।

ଘଟଣାର ମାଷ୍ଟର ମାଇଣ୍ଡ ଜୟଦାସକୁ ପୋଲିସ ଗିରଫ କରିବା ସହ ମାଲକାନାଗିରିରୁ ତାର ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କଠାରୁ ୮୦ ହଜାର ଟଙ୍କା ଜବତ କରିବା ସହ ୫ଟି ଏଟିଏମ୍ କାର୍ଡ ଜବତ କରିଛି।

 

You might also like