ପରକୀୟା ପ୍ରୀତିରୁ ଗଲା ଯୁବକଙ୍କ ଜୀବନ!

ମାଲକାନଗିରି: ପରକୀୟା ପ୍ରୀତିକୁ ନେଇ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ନିରଞ୍ଜନ ସରଦାର୍। ଏମ୍‌ପିଭି-୪ରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ଭେଜିଙ୍ଗିଗୁଆ ଗାଁରୁ ଯାତ୍ରା ଦେଖି ଫେରୁଥିବା ବେଳେ ଏମ୍‌ପିଭି ୩୮ ନିକଟରେ ବୈରାଗୀ ନାମକ ଜଣେ ଯୁବକ ନିରଞ୍ଜନଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଅଭିଯୁକ୍ତ ବୈରାଗୀକୁ ଗିରଫ କରିଛି।

ଅଭିଯୁକ୍ତର ସ୍ତ୍ରୀ ସହ ମୃତକ ନିରଞ୍ଜନର ଅନୈତିକ ସମ୍ପର୍କ ଥିବା ନେଇ  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କାଲିମେଳା ପୁଲିସ୍‌ କହିଛି।

You might also like