ପାରାକୁ ଗୁଳିମାଡ଼

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସଞ୍ଜୟ ବେହେରା ଓରଫ ପାରା। ତାଙ୍କ ବାମ ପଟ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।

ଗୁଣ୍ଡିଚା ମନ୍ଦିରର ପଛପଟେ ରହୁଥିବା ସଞ୍ଜୟ ସକାଳେ ନାକଚଣା ଦୁଆରକୁ ଆସିଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଦୁଇରୁ ତିନି ଜଣ ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ତେବେ ପାରା ନାଁରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ବୋମାମାଡ଼ ଓ ଗୁଳିକାଣ୍ଡ ଭଳି ଅନେକଗୁଡ଼ିଏ ଅପରାଧରେ ପାରା ସଂପୃକ୍ତ ଥିବା ପୁଲିସ୍‌ କହିଛି।

ଗୁଣ୍ଡିଚା ମନ୍ଦିର ଆଗରେ ଥିବା ପାର୍କିଂ ପ୍ଲେସ୍‌ ବିବାଦ ସହ ଏହି ଗୁଳିକାଣ୍ଡର ସଂପର୍କ ରହିଛି ବୋଲି କୁହାଯାଇଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଛି।

You might also like