ଚିଲିକାର ନୀଳ ଜଳରାଶିରେ ନିଆରା ପ୍ରୟାସ: ପ୍ରାକୃତିକ ପ୍ରଣାଳୀରେ ହେଉଛି କଙ୍କଡ଼ା ଚାଷ

  • କଳା କଳା ଛୋଟ ପ୍ଲାଷ୍ଟିକ ବକ୍ସରେ କଙ୍ଗଡ଼ା ଚାଷ
  • ଆଧୁନିକ ଜ୍ଞାନ କୌଶଳ ଆପଣାଇ ହେଉଛି ଭଳି ଭଳିକା କଙ୍କଡ଼ା
  • ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା
  • ବେକାର ଯୁବକ ଯୁବତୀଙ୍କୁ କାମ ବି ଯୋଗାଉଛନ୍ତି

କୃଷ୍ଣପ୍ରସାଦ : ପ୍ଲାଷ୍ଟିକର ଛୋଟ ଛୋଟ ବାକ୍ସରେ କଙ୍କଡ଼ା ଚାଷ । ସ୍ୱଳ୍ପ ଖର୍ଚ୍ଚ ଓ ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ।  ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଚିଲିକା କୂଳରେ ପ୍ରାକୃତିକ ପ୍ରଣାଳୀରେ କଙ୍କଡା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କାମ ଯୋଗାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ଜଣେ ।

ଚିଲିକାର ଜଳରେ ନିଆରା ଚାଷ । ବର୍ଷ ବର୍ଷ ଧରି ଚିଙ୍ଗୁଡି ଘେରି କରି ଚାଷ ହେଉଥିବା ସ୍ଥାନରେ ଏବେ ମାଳ ମାଳ କଙ୍କଡା ଚିଙ୍ଗୁଡି ବଦଳରେ ଚାଲିଛି କଙ୍କଡା ଚାଷ । ତାପୁଣି ପ୍ରାକୃତିକ ପ୍ରଣାଳୀରେ ଏବଂ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି । ପ୍ରଥମେ ଛୋଟ ଛୋଟ କଙ୍କଡାକୁ ଏକ ବକ୍ସରେ ରଖାଯାଉଛି । ତାପରେ ବକ୍ସକୁ କିଛି ଦିନ ପାଇଁ ପାଣିରେ ଛାଡି ଦିଆଯାଉଛି । ମଝିରେ ମଝିରେ କଙ୍କଡାଙ୍କୁ ଛୋଟ ମାଛ ଖାଇବାକୁ ଦେଇ ତାଉପରେ ନଜର ରଖୁଛନ୍ତି କର୍ମଚାରୀ ।

ଚିଲିକା କୂଳରେ ୧ ଏକର ଜମିରେ ପୋଖରୀ ଖୋଳି ସେଥିରେ କଙ୍କଡା ଚାଷ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଆଲୁପାଟଣା ଗାଁର ତାନସେନ୍ ବେହେରା । ବୟସ ୩୫ ବର୍ଷ,  ଯୁକ୍ତ ଦୁଇ ବିଜ୍ଞାନ ପଢିଛନ୍ତି, କମ୍ପ୍ୟୁଟର ଶିକ୍ଷା ବି ନେଇଛନ୍ତି । ତେବେ ଚାକିରି ନପାଇ ଚିଲିକାରେ ମାଛ ଧରିବାକୁ ବେଉଷା କରିଥିଲେ । ଏହାପରେ ମୁଣ୍ଡକୁ ଜୁଟିଥିଲା କଙ୍କଡା ଚାଷ କଥା  । ଏବେ ସେ ଜଣେ ପ୍ରତିଷ୍ଠିତ କଙ୍କଡା ଚାଷୀ  । ବର୍ଷକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ବେକାର ଯୁବକ ଯୁବତୀଙ୍କୁ କାମ ଯୋଗାଉଛନ୍ତି ।

ପ୍ରତି ଦୁଇରୁ ଅଢେଇ ମାସ ମଧ୍ୟରେ ଥରେ , ଏଭଳି ବର୍ଷକୁ ୩ରୁ ୪ ଥର କଙ୍କଡା ଚାଷ ହୋଇପାରିବ ।  କଙ୍କଡା ଛାଡିବାରୁ ଅମଳ ମଧ୍ୟରେ ଥରକୁ ଲକ୍ଷେରୁ ଦେଢଲକ୍ଷ ଖର୍ଚ୍ଚ ହେବ ଏବଂ ପ୍ରତିଥରରେ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର ହୋଇପାରିବ ବୋଲି ସେ କହିଛନ୍ତି  ।

 

You might also like