ଭାରତର ପରାଜୟରେ ବିଷ ପିଇଲେ ଯୁବକ

କଳାହାଣ୍ଡି  : ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ କାରଣରୁ ବିଷ ପିଇଲେ ଯୁବକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସିଂହଭାଡ଼ି ଗାଁରୁ ଆସିଛି ଏଭଳି ଅଭିଯୋଗ।  ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ ସିଂହଭାଡି ଗାଁର ଜଣେ ଯୁବକଙ୍କ ସହ ତାଙ୍କ ସାଙ୍ଗମାନେ ମ୍ୟାଚ୍‌ରେ ହାର୍‌ ଜିତ୍ ନେଇ ଚ୍ୟାଲେଞ୍ଜ କରିଥିଲେ।

ହେଲେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ କାରଣରୁ ଯୁବକ ଜଣକ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନା ଏବଂ ପରେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like