ମୋବାଇଲ୍‌ ପାଇଁ ଅଧ୍ୟାପକଙ୍କ ଜୀବନ ନେଲା ଯୁବକ

ସମ୍ବଲପୁର: ସାମାନ୍ୟ ମୋବାଇଲ ଫୋନ୍ ପାଇଁ କିଏ କାହାର ଜୀବନ ନେଇପାରେ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ବଲପୁର ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ଜଣେ ଯୁବକ ଅଧ୍ୟାପକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି କିଛି ପର୍ଦ୍ଦାଫାସ ହୋଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ ହୃଦାନନ୍ଦ ମୁରା ସ୍କୁଲ ନିକଟ ନିଜ ରୁମ୍‌ରେ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଃଖନାଶନ ବାଗ୍‌ ତାଙ୍କ ରୁମରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ। ଏହାପରେ ଅଧ୍ୟାପକ ଖାଇବାକୁ ବସିଥିବା ବେଳେ ଦୁଃଖନାଶନ ହଠାତ ପଛପଟୁ ତାଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ପିଟି ଦେଇଥିଲେ।  ପରେ ତଣ୍ଟି ଚିପି ହତ୍ୟା କରି ଅଧ୍ୟାପକଙ୍କ ମୋବାଇଲ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ହତ୍ୟାକାଣ୍ଡ ପରେ ଦୁଃଖନାଶନକୁ ଧରିବା ପାଇଁ ପୁଲିସ୍‌ ତା’ର ମୋବାଇଲ ଫୋନକୁ ଟ୍ରାକ୍ କରିଥିଲା। ଯେତେବେଳେ ଦୁଃଖନାଶନ ଅଧ୍ୟାପକଙ୍କ ଫୋନରେ ନିଜ୍ ସିମ୍ ପକାଇ ଥିଲା, ଏନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ଏହା ଜଣାପଡ଼ିବା ପରେ ଶାସନ ଥାନା ପୁଲିସ୍‌ ଗତକାଲି ଦୁଃଖନାଶନକୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ପୁଲିସ୍‌ ତା’ ନିକଟରୁ ଚୋରି ମୋବାଇଲ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like