ଭୁବନେଶ୍ୱରରେ ମର୍ଡର! ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ଦୀପକ ବେହେରା ଓରଫ ଲଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାକାଣ୍ଡରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିବା କୁହାଯାଉଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୀପକ ଦୋକନ ବନ୍ଦ କରି ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ନେଇଥିଲେ।। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ  ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ହତ୍ୟାକାଣ୍ଡ ପରେ ରଙ୍ଗମାଟିଆରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍‌ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like