ହତ୍ୟା ନା ଆତ୍ମହତ୍ୟା , ପୁଲିସର ତଦନ୍ତ ଜାରି

ରହସ୍ୟରେ ଆଡହକ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମ୍ୟୁଜିୟମରେ କାମ କରୁଥିବା ଜଣେ ଆଡହକ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । ମୃତ ଯୁବକଙ୍କ ନାଁ  ଅବକାଶ ପାଇକରାୟ । ଭୁବନେଶ୍ୱର କଳ୍ପନାସ୍ଥିତ ମ୍ୟୁଜିୟମରେ ଆଡହକରେ ସେ କାମ କରୁଥିଲେ ।

ଅବକାଶ ପରିବାର ଲୋକଙ୍କ କହିବା କଥା, ଅବକାଶ ପ୍ରେମ ବିବାହ କରିଥିଲେ। ପତ୍ନୀ ଉପରେ ସନ୍ଦେହ ଯୋଗୁ  ଦାମ୍ପତ୍ୟ ଜୀବନ ଠିକ୍‌ ନଥିଲା। ଯାହାକୁ ନେଇ ଉଭୟେ ଅବକାଶ ତାଙ୍କ ପତ୍ନୀଙ୍କ ମଧ୍ୟରେ ସଂପର୍କ ଠିକ୍‌ ନଥିଲା।  ଉଭୟଙ୍କ ମଧ୍ୟରେ ସଂପର୍କରେ ଫାଟକୁ ସୁଧାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ହୋଇପାରିନଥିଲା । ଗତକାଲି ରାତିରେ  ଅବକାଶ ଭିଏସଏସ ନଗରରେ ରହୁଥିବା ପତ୍ନୀଙ୍କ ଘରକୁ ଯାଇଥିଲେ । ଅବକାଶଙ୍କ ମୁଣ୍ଡରେ ଓ ଦେହରେ ଆଘାତ ଥିବାରୁ ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅବକାସଙ୍କ ପତ୍ନୀ ଏପରି  ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତା’ସହ ତାଙ୍କ ପତ୍ନୀ କହିଛନ୍ତି, ଅବକାଶ ତାଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା ଧମକ ଦେଉଥିଲେ।  ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଭୁବନେଶ୍ୱର ସ୍ଥିତ ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ଆଜି ଅବକାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅବକାଶଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।  ଅବକାଶଙ୍କ ପତ୍ନୀ ଏବଂ ତାଙ୍କ  ପରିବାର ଲୋକଙ୍କୁ ଡକାଇ ପୁଲିସ ପଚରାଉଚରା ଚଳାଇଛି ।

You might also like