• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଝାରସୁଗୁଡ଼ା:ତିନି ଜଣଯାକ ସାଙ୍ଗ ଥିଲେ। କୌଣସି କଥାକୁ ନେଇ ବଚସା ହେବାରୁ ଦୁଇ ଜଣ ମିଶି ଅନ୍ୟ ଜଣେ ସାଙ୍ଗକୁ ଛାତରୁ ଠେଲି ହତ୍ୟା କରି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ କରନ୍ତି। ତାଙ୍କର ଦୁଇ ସାଙ୍ଗ ହେଲେ ଦେବରାଜ ସିଂହ ଓ ଦେବେନ୍ଦ୍ର କାହାଳି।  ଦେବରାଜ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାମ କରନ୍ତି।

ଗତକାଲି ରାତିରେ ତପନ ତାଙ୍କ ଘରୁ କିଛି ଖାଇବା ଧରି ଆସିଥିଲେ। ଆଉ ଏହାକୁ  ତାଙ୍କ ସାଙ୍ଗମାନଙ୍କ ସହ  ମିଶି ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟଠାରେ ଖାଇଥିଲେ।  ତିନିହେଁ ମିଶି ମଦ୍ୟପାନ କରିଥିବା ମଧ୍ୟ କୁହାଯାଉଛି । ତେବେ କୌଣସି କଥାକୁ ନେଇ ତିନିଜଣଙ୍କ ମଧ୍ୟରେ ବଚସା ହୋଇଥିଲା।  କଳହ ଏତେ ଉଗ୍ର ରୂପ ନେଇଥିଲା ଯେ, ପଞ୍ଚାୟତ ଅଫିସ ଛାତ ଉପରୁ ଦୁଇଜଣ ସାଙ୍ଗ ମିଶି ତପନକୁ ଠେଲି ଦେଇଥିଲେ।

ଆଜି ସକାଳେ ଦୁର୍ଲଗା ଗାଁ ଲୋକେ ତପନଙ୍କ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।  ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଡାକ୍ତରଖାନା ପଠାଇଛି। ଏହି ଘଟଣାରେ ପୁଲିସ ଦେବରାଜ ସିଂହଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଦେବେନ୍ଦ୍ର କାହାଳି ଫେରାର ହୋଇଯାଇଛି।

Youth-murdered-by-two-of-his-best-friends-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories