ଶଙ୍କରପୁର ଗାଁରେ ଯୁବକଙ୍କୁ ହତ୍ୟା!

ପ୍ରେମ ଜନିତ ହତ୍ୟା ଅଭିଯୋଗ ଅାଣିଲେ ପରିବାର ଲୋକେ

କଟକ  : କଟକ ଜିଲ୍ଲା ସାଲେପୁର ଥାନା ଶଙ୍କରପୁର ଗାଁରେ ଘର ବାହାରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ସେଖ୍ ଜମିର । ଏହା ଏକ ପ୍ରେମ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ।

ମୃତ ସେଖ ଜମୀରଙ୍କ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା ,ହେଲେ ଯୁବତୀଙ୍କ ପରିବାରର ଲୋକେ ଏହାକୁ ବିରୋଧ କରୁଥିଲେ। ସେମାନେ ହିଁ ଯୁବକଙ୍କୁ ଡାକି ହତ୍ୟା କରି ଏଠାରେ ଛାଡ଼ିଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିବା ସହ ଶବକୁ ପୋଷ୍ଟ ମର୍ଟମ ଲାଗି ପଠାଇଛି।

You might also like