ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

ଭାଇରାଲ୍ ହେଲା ଯୁବକଙ୍କୁ ଅାକ୍ରମଣ ସମୟର ଭିଡିଓ

କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ଓଳାଭର ଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ରାଜକନିକା ଥାନା ଘେରାଉ। ଅଭିଯୁକ୍ତକୁ ଗିରଫ ଦାବିରେ ଓଳାଭର ଗ୍ରାମବାସୀ ଥାନା ସମ୍ମୁଖରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ଅାଳି ବିଧାୟକ ଦେବେନ୍ଦ୍ର ଶର୍ମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା।

ପ୍ରେମ ବ୍ୟାପାରକୁ ନେଇ ଗତକାଲି ଗାଁର ବିନୋଦ ବାଇଙ୍କୁ ହତ୍ୟା କରାଯାଇଥିଲା। ଭାଉଜର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପ୍ରେମିକ ଜଣଙ୍କ ବିନୋଦଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ବିନୋଦଙ୍କୁ ଅାକ୍ରମଣର ଭି଼ଡିଓ ଭାଇରାଲ୍ ହୋଇଛି। ଗାଁ ଦାଣ୍ଡରେ ଗଣ୍ଡଗୋଳ ପରେ ବିନୋଦଙ୍କୁ ଅାକ୍ରମଣ କରାଯାଇଥିଲା।

ସେପଟେ ଏହି ଘଟଣାରେ ରାଜକନିକା ପୁଲିସ ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

You might also like