ଭାଉଜର ଗଳା କାଟି ଦେଲା ଦିଅର !

କଟକ: କଟକ ସହରର ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭାଉଜର ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି। ସମ୍ପତ୍ତି ଲୋଭରେ ଦିଅର ହତ୍ୟା କରିଥିବା ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।

ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ଏପରିକି ପୂର୍ବରୁ ଥରେ ମାରି ଦେବାକୁ ମଧ୍ୟ ସେ ଚେଷ୍ଟା କରିଥିଲା। ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ। ହେଲେ ଦିଅରଙ୍କ ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ମୃତ ମହିଳାଙ୍କ ଭାଇ କହିଛନ୍ତି। ଗତକାଲି ରାତିରେ ଛୁରୀରେ ଭୁଷି ତାଙ୍କ ଭଉଣୀଙ୍କ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ୨ ଝିଅ ଓ ସ୍ତ୍ରୀଙ୍କୁ ସ୍ୱାମୀ ହାଣିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ପ୍ରାଣବନ୍ଧୁ ରାଉତ। ଘରୋଇ କଳିକୁ କେନ୍ଦ୍ର କରି ପ୍ରାଣବନ୍ଧୁ, ପତ୍ନୀ ଓ ୨ ଝିଅଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ପ୍ରାଣବନ୍ଧୁଙ୍କ ଫାର୍ସା ଚୋଟରେ ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ଆହତ ୨ ଝିଅଙ୍କୁ ଢେଙ୍କାନାଳ ହସ୍ପିଟାଲ ଭର୍ତ୍ତି କରାଯାଇଛି। ପ୍ରାଣବନ୍ଧୁଙ୍କୁ ଗାଁଲୋକେ କାବୁ କରି ଘରେ ବନ୍ଦ କରି ରଖି ଥିବାବେଳେ କାମାକ୍ଷାନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି‌ ତଦନ୍ତ ଆରମ୍ଭ କରିଛି।

You might also like